ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ପାଇଁ ସଚେତନତା କର୍ମଶାଳା 

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମୋଟେର ପଞ୍ଚାୟତ କୁସୁମଖୁଣ୍ଟି ଠାରେ ପଞ୍ଚାୟତର ଜବକାର୍ଡ ଧାରୀ ମାନଙ୍କୁ ନେଇ ମହାତ୍ମା ଗାନ୍ଧୀ ଜାତୀୟ କର୍ମ ନିଯୁକ୍ତି ଯୋଜନା ସମ୍ବନ୍ଧରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପଞ୍ଚାୟତର ସରପଞ୍ଚ ପ୍ରତିନିଧି ମୋହନ ନାଏକ, ପଞ୍ଚାୟତ ନିର୍ବାହୀ ଅଧିକାରୀ ବିରଞ୍ଚି ଖର୍ସେଲ, ସମିତି ସଭ୍ୟା ଉଆଁସୀ ପାନ, ଗ୍ରାମ ରୋଜଗାର ସେବକ ଦିଶାନ୍ତ ବାଗ, ବିଏଫଟି ହେମନ୍ତ ଜାଲ, ଗାଁ ସାଥି ତପନ ଦାସ, ଧୋବଲେ ମଙ୍ଗରାଜ, ଝାନ୍ସି ରାଣୀ ବେହେରା, ସାମ୍ବାଦିକ ବିନୋଦ ପଟେଲ, ସୁଧାରାମ ସରାଫ, ତୁଲାରାମ ବେହେରାଙ୍କ ସହ ଲିଙ୍ଗରାଜ ବେହେରା, ବନ ଶବର, ଘେନୁ ବେହେରା ପ୍ରମୁଖ ଉପସ୍ଥିତ ରହି ଏମଜିଏନଆରଇଜିଏ ଯୋଜନାରେ ହେଉଥିବା ମୋ ପୋଖରୀ, ମୋ ବଗିଚା, ଜମି ମରାମତି, ରାସ୍ତା, ପୋଖରୀ ପୁନଃରୁଦ୍ଧାର, ସୋକ୍ ପିଟ୍, କମ୍ପୋଷ୍ଟ ପିଟ, ଟ୍ରେଞ୍ଚ, ଚେକ ଡ୍ୟାମ ଇତ୍ୟାଦି କାର୍ଯ୍ୟ ସମ୍ବନ୍ଧରେ ବୁଝାଇଥିଲେ । ଲୋକମାନେ ସଚେତନ ହୋଇ କାମ କଲେ ଗାଁର ବିକାଶ ହୋଇପାରିବ ବୋଲି କହିଥିଲେ । ଏହି କାର୍ଯ୍ୟକ୍ରମରେ ପଞ୍ଚାୟତର ଅନେକ ଗଣ୍ୟ ମାନ୍ୟ ବ୍ୟକ୍ତିଙ୍କ ସହ ଶତାଧିକ ଜବକାର୍ଡ ଧାରୀ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.