କଲମ କ୍ଲଷ୍ଟର ସ୍ତରୀୟ ସୁରଭି ଆୟୋଜିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ବ୍ଲକ କଲମ ସ୍ଥିତ କଳିଙ୍ଗ ଆଦର୍ଶ ଉଚ୍ଚ ବିଦ୍ୟାଳୟ ପରିସରରେ କଲମ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ଆୟୋଜିତ ହୋଇଯାଇଛି। ପ୍ରାରମ୍ଭରେ ଅତିଥିମାନେ ପ୍ରଦୀପ ପ୍ରଜ୍ଜ୍ୱଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସିଆରସିସି ସନ୍ତୋଷ ଆଚାର୍ଯ୍ୟଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍ଘାଟନୀ ସମାରୋହରେ ଅତିଥି ଭାବେ କଲମ ସରପଞ୍ଚ ଜୟମଣି ନାଏକ, ସମାଜସେବୀ କୃଷ୍ଣଚନ୍ଦ୍ର ପ୍ରଧାନ, ତିଲଯୋଡି ହାଇସ୍କୁଲ ପ୍ରଧାନଶିକ୍ଷକ ବିଜୟାନନ୍ଦ ହୋତା ଯୋଗ ଦେଇଥିଲେ । ଏଥିରେ ପ୍ରବନ୍ଧ, ବକ୍ତୃତା, ତର୍କ, ସଙ୍ଗୀତ, ଦଳଗତ ସାଂସ୍କୃତିକ କାର୍ଯ୍ୟକ୍ରମ, ଏମଡିଏମ ପ୍ରକଳ୍ପ, କୁଇଜ ଆଦି ୧୦ଟି ପ୍ରତିଯୋଗିତା ଆୟୋଜିତ ହୋଇଥିଲା । କ୍ଲଷ୍ଟରର ୧୫ଟି ସ୍କୁଲର ୨୧୦ ଛାତ୍ରଛାତ୍ରୀ ଏଥିରେ ଭାଗ ନେଇଥିଲେ । ସଭା ସଞ୍ଚାଳନ କରିଥିଲେ ଶିକ୍ଷକ ମେଘନାଦ ପଟେଲ । ଅତିଥିମାନେ ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ପ୍ରମାଣପତ୍ର ଓ ଟ୍ରଫି ଦେଇ ପୁରସ୍କୃତ କରିଥିଲେ । ଏଥିରେ କ୍ଲଷ୍ଟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.