ଜାତୀୟ ପରିସଂଖ୍ୟାନ ଉପକ୍ଷେତ୍ରୀୟ କାର୍ଯ୍ୟାଳୟ ଭବାନୀପାଟଣା ଆନୂକୁଲ୍ୟରେ ସ୍ବଚ୍ଛ ଭାରତ ୨.୦ କାର୍ଯ୍ୟକ୍ରମ

ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲି ଖାଁ): କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସ୍ଥିତ ଜାତୀୟ ପରିସଂଖ୍ୟାନ ଉପକ୍ଷେତ୍ରୀୟ କାର୍ଯ୍ୟାଳୟ ଆନୂକୁଲ୍ୟରେ ସ୍ବଚ୍ଛ ଭାରତ ୨.୦ ଅନ୍ତର୍ଗତ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସମ୍ବଲପୁର କ୍ଷେତ୍ରୀୟ କାର୍ଯ୍ୟାଳୟରୁ ପରିଦର୍ଶନରେ ଆସିଥିବା ମହାନିର୍ଦ୍ଦେଶକ ବାୟା ମାଝୀ, ଉପନିର୍ଦ୍ଦେଶକ ରାହୁଲ କୁମାର ପଟେଲ ତଥା ଭାରପ୍ରାପ୍ତ ଅଧିକାରୀ ଯୁଧିଷ୍ଠିର ଶବରଙ୍କ ଉପସ୍ଥିତି ଓ ସକ୍ରୀୟ ଯୋଗଦାନରେ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ ପ୍ରଥମେ ଅଫିସ ଭିତର ଓ ପରେ ପରେ ଅଫିସ ପ୍ରାଙ୍ଗଣ ସଫା କରିଥିଲେ । ଏହାପରେ ସମସ୍ତ କର୍ମଚାରୀ ନିକଟସ୍ଥ ମେଦିନୀପୁର ଗ୍ରାମ୍ୟ ରାସ୍ତା ସଫେଇ କରିବାସହ ଏକ ସଚେତନତା ଶୋଭାଯାତ୍ରାରେ ବାହାରି ଜନ ସଚେତନତା ସୃଷ୍ଟି କରିଥିଲେ । ଏ ସଂକ୍ରାନ୍ତରେ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀର ନିଷ୍ଠାପୂର୍ବକ ପାଳନ କରାଯାଇ ଆଗାମୀ ଦିନରେ ସ୍ବଚ୍ଛତାକୁ ଜୀବନର ଅନ୍ୟତମ ମୂଲ୍ୟବୋଧ ଭାବେ ଗ୍ରହଣ କରିବାକୁ ଆହ୍ବାନ ଦିଆଯାଇଥିଲା । ଏନେଇ ସୂଚନା ଦେଇଛନ୍ତି ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟର ଦୁର୍ଗାପ୍ରସାଦ ପଣ୍ଡା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.