ଜିଲ୍ଲା ସ୍ତରୀୟ ଖରିଫ ଧାନ ସଂଗ୍ରହ କମିଟି ବୈଠକ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ସୁବର୍ଣ୍ଣପୁର ଜିଲ୍ଲାରେ ଖରିଫଧାନ ସଂଗ୍ରହ ନିମନ୍ତେ ଜିଲ୍ଲା ସ୍ତରୀୟ ଧାନ ସଂଗ୍ରହ କମିଟି ବୈଠକ ଜିଲ୍ଲାପାଳ ଅବୋଲୀ ସୁନିଲ ନରୱଣେଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଏହି ବୈଠକରେ ଚଳିତ ବର୍ଷ ଜିଲ୍ଲାରେ ଡିସେମ୍ବର ପ୍ରଥମ ସପ୍ତାହ ମଧ୍ୟରେ ଖରିଫ ଧାନ କ୍ରୟ ନିମନ୍ତେ ଆବଶ୍ୟକ ପଦକ୍ଷେପ ଗ୍ରହଣ ଉପରେ ସ୍ଥିର କରାଯାଇଛି ଏବଂ ଧାନ କ୍ରୟର ନିର୍ଦ୍ଧିଷ୍ଟ ତାରିଖ ସ୍ଥିର ନିମନ୍ତେ ଜିଲ୍ଲାପାଳଙ୍କୁ ବୈଠକରେ ଅନୁରୋଧ କରାଯାଇଛି । ଏଥି ନିମନ୍ତେ ଜିଲ୍ଲାର ୧୦୧ ଗୋଟି ସୋସାଇଟି ଜରିଆରେ ଜିଲ୍ଲାର ବିଭିନ୍ନ ବ୍ୟବସ୍ଥିତ ୧୦୭ ଟି ଧାନ କ୍ରୟ କେନ୍ଦ୍ରରୁ ଯୋଗାଣ ନିଗମ ଧାନ କ୍ରୟ କରିବ । ଖରିଫ ଧାନ କ୍ରୟ ପ୍ରକ୍ରିୟା ନିମନ୍ତେ ଟୋକନ ବ୍ୟବସ୍ଥା କରାଯିବ, ମାତ୍ର ଏକର ପ୍ରତି କେତେ ପରିମାଣରେ ଧାନ କିଣାଯିବ ସେଥିପାଇଁ ରାଜ୍ୟ ସ୍ତରୀୟ କ୍ରୟ କମିଟି ନିଷ୍ପତ୍ତି ଗ୍ରହଣ କଲାପରେ ଜଣାପଡିବ । ଚଳିତ ବର୍ଷ ଏଫଏକ୍ୱିଉ ଧାନର ସରକାରୀ ଧାର୍ଯ୍ୟ ମୂଲ୍ୟ ୨୦୪୦ ଟଙ୍କା ରହିଥିବା ସୂଚନା ଦିଆଯାଇଛି । ମଣ୍ଡି ଗୁଡିକ ରବିବାର ବ୍ୟତୀତ ସପ୍ତାହକ ୬ ଦିନ ଖୋଲା ରହିବା ସହିତ ସକାଳ ୭ଘଣ୍ଟା ରୁ ଅପରାହ୍ନ ୧ ଘଣ୍ଟା ପର୍ଯ୍ୟନ୍ତ ଧାନ କିଣାଯିବ । ଚଳିତ ବର୍ଷ ଖରିଫ ଧାନ ବିକ୍ରୟ କରିବା ପାଇଁ ଜିଲ୍ଲାର ୬୫୫୨୩ ଜଣ ଚାଷୀ ପଂଜିକୃତ ହୋଇଥିବା ଏବଂ ତନ୍ମଧ୍ୟରୁ ୬୫୩୬୦ ଜଣ ଚାଷୀ ଭେଳିଡିସନ ହୋଇଥିବା ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

Omkar Vasthu
Omkar Vasthu

ସମସ୍ତ ମଣ୍ଡି ଗୁଡିକରେ କୌଣସି ପ୍ରକାର ଅସୁବିଧାକୁ ସମ୍ମୁଖୀନ ଓ ପ୍ରତିହତ କରିବା ନିମନ୍ତେ ପାନୀୟ ଜଳ, ବିଜୁଳି, ଟ୍ରପୋଲିନ ଓ ଚାଷୀଙ୍କ ପାଇଁ ଆଶ୍ରୟସ୍ଥଳ ପ୍ରତି ବିଶେଷ ଗୁରୁତ୍ୱ ଦେବା ସହ ଚାଷୀ ଯେପରି ଖରିଫ ଧାନ ବିକ୍ରୟକୁ ସହଜ ଓ ସୁବିଧାରେ କରିପାରିବ ସେଥିପାଇଁ ଜିଲ୍ଲାର ଚାଷୀଙ୍କୁ ଆବଶ୍ୟକ ସଚେତନ କରାଇବା ନିମନ୍ତେ ବ୍ୟାପକ ପ୍ରଚାର ପ୍ରସାର କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଛି । ଉପସ୍ଥିତ ଚାଷୀ ପ୍ରତିନିଧି ଓ ମିଲର୍ସଙ୍କ ତରଫରୁ ଚଳିତ ବର୍ଷ ରବି ଧାନ କ୍ରୟ ସମୟରେ ଓ ପରେ ଉପୁଜିଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରାଯାଇଥିବା ଓ ଚଳିତ ବର୍ଷ ତ୍ରୁଟି ସମାଧାନ ଦିଗରେ ଜିଲ୍ଲା ପ୍ରଶାସନ ଗୁରୁତ୍ବଦେବା ସହ ଖରିଫ ଧାନ କ୍ରୟକୁ ସୁ ବ୍ୟବସ୍ଥିତ କରାଯିବାକୁ ଅର୍ଥ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ଓ ସଂସ୍ଥାକୁ ପରାମର୍ଶ ଦେଇଛନ୍ତି ।

Pearl dental clinic
Near Ashish Medical Store, Bhawanipatna

ଏହି ଗୁରୁତ୍ୱପୂର୍ଣ ଜିଲ୍ଳା ସ୍ତରୀୟ କ୍ରୟ କମିଟି ବୈଠକରେ ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଯୋଗଦାନ କରି ଜିଲ୍ଲାରେ ଚାଷ ଓ ଚାଷୀର ଗୁରୁତ୍ୱାରୋପ କରିବାସହ ଜିଲ୍ଲାରେ ଖରିଫ ଧାନ କ୍ରୟ ପ୍ରକ୍ରିୟାକୁ ସୁବ୍ୟବସ୍ଥିତ ଓ ସୁଚାରୁରୂପେ ପରିଚାଳନା ନିମନ୍ତେ ଧାନ ସଂଗ୍ରହ କେନ୍ଦ୍ର ଗୁଡିକରେ ଭିତ୍ତି ଭୂମିକୁ ଯଥୋଚିତ ପ୍ରସ୍ତୁତି ପାଇଁ ପ୍ରଶାସନ ତଥା ସମ୍ପୃକ୍ତ ବିଭାଗକୁ ପରାମର୍ଶ ଦେଇଛନ୍ତି ।

Udyog Nursery
Udyogi Nursery

ଏହି ବୈଠକରେ ଜିଲ୍ଳା ପରିଷଦ ଅଧ୍ୟକ୍ଷା ସୁପାର ଠେଲା ଯୋଗଦାନ କରି ମିଲର୍ସ ଓ ଚାଷୀଙ୍କ ମଧ୍ୟରେ ସମନ୍ୱୟ ରକ୍ଷା ପୂର୍ବକ ଖରିଫ ଧାନ କ୍ରୟ ଉପରେ ଗୁରୁତ୍ୱ ଦେବାକୁ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଅତିରିକ୍ତ ଜିଲ୍ଲପାଳ ସୂର୍ଯ୍ୟନାରାୟଣ ଦାଶ, ଉପଜିଲ୍ଲାପାଳ ସୋନପୁର ଡ଼ଃ ଇପ୍ସିତା ପ୍ରିୟଦର୍ଶିନୀ ମିଶ୍ର ଓ ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ , ସମ୍ପାଦକ ନିୟନ୍ତ୍ରିତ ବଜ଼ାର କମିଟି, ଜିଲ୍ଳା ସମବାୟ ଉପନିବନ୍ଧକ ସୁବର୍ଣ୍ଣପୁର, ସାଂସଦଙ୍କ ପ୍ରତିନିଧି, ଜିଲ୍ଲା ଚାଷୀ ସଂଗଠନର କର୍ମକର୍ତ୍ତା, ମିଲର୍ସ ପ୍ରତିନିଧି ଓ ଜିଲ୍ଲାସ୍ତରୀୟ ବିଭିନ୍ନ ଅଧିକାରୀ ଅଂଶ ଗ୍ରହଣ କରି ଆଲୋଚନାରେ ଭାଗ ନେଇଥିଲେ । ଜିଲ୍ଲପାଳ ଶ୍ରୀମତୀ ନରୱଣେ ସଭା ପରିଚାଳନା କରିଥିବାବେଳେ ମୁଖ୍ୟ ଯୋଗାଣ ଅଧିକାରୀ ସୁରେଶ ପାଣିଗ୍ରାହୀ ସ୍ୱାଗତ କରିବା ସହ ଅଧ୍ୟକ୍ଷ୍ୟଙ୍କ ଅନୁମତିରେ ବିବରଣୀ ପାଠ କରି ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.