ଟିଏମସି ମନ୍ତ୍ରୀ ଅଖିଳ ଗିରି ତୁରନ୍ତ ପଦତ୍ୟାଗ କରନ୍ତୁ -ଧର୍ମେନ୍ଦ୍ର ପ୍ରଧାନ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ତାତ୍ସଲ୍ୟ ମାମଲାରେ ବିଜେପି ପକ୍ଷରୁ ଜୋରଦାର ବିରୋଧ ହୋଇଛି । ମମତା ବାନାର୍ଜିଙ୍କ ସରକାର ମନ୍ତ୍ରୀ ଥିବା ଅଖିଳ ଗିରିଙ୍କ ମନ୍ତବ୍ୟ ଆପତ୍ତିଜନକ ଓ ଅତ୍ୟନ୍ତ ନିନ୍ଦନୀୟ । ତାଙ୍କୁ ତୁରନ୍ତ ପଦତ୍ୟାଗ କରିବା ଉଚିତ ବୋଲି କହିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ନିଜ ଟ୍ୱିଟରେ ସେ ଲେଖିଛନ୍ତିଯେ, ଅଖିଳ ଗିରି ମନ୍ତ୍ରୀ ପଦରେ ରହିବା, ସମଗ୍ର ନାରୀ ଜାତି ଓ ଦେଶ ପ୍ରତି ଅପମାନ । ତେଣୁ ତାଙ୍କ ଇସ୍ତଫା ଦାବି କରିଛନ୍ତି ଧର୍ମେନ୍ଦ୍ର । ଏହା ସହିତ ବିଜେପି ଜାତୀୟ ମହିଳା କମିଶନଙ୍କୁ ଚିଠି ଲେଖି କାର୍ଯ୍ୟାନୁଷ୍ଠାନ ଦାବି କରିଛି । ଦେଶବ୍ୟାପୀ ବିଜେପି ଓ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କ ପ୍ରତିକ୍ରିୟା ପ୍ରକାଶ ପାଇଛି । ସେହିପରି ବହୁ ବିରୋଧ ପରେ ୟୁ-ଟର୍ଣ୍ଣ ମାରିଛନ୍ତି ଅଖିଳ ଗିରି । ନିଜ ମନ୍ତବ୍ୟ ପାଇଁ ଅନୁତପ୍ତ ବୋଲି କହିଛନ୍ତି ।

Omkar Vasthu
Omkar Vasthu

 

ତୃଣମୂଳ କଂଗ୍ରେସ ନେତା ଅଖିଳ ଗିରିଙ୍କ ଭିଡିଓ ଭାଇରାଲ ହେବା ପରେ ଦେଶବ୍ୟାପୀ ବିଜେପି ପକ୍ଷରୁ କଡା ସମାଲୋଚନା କରାଯାଉଛି ।  ବିଜେପି ନେତା ଶୁଭେନ୍ଦୁ ଅଧିକାରୀଙ୍କୁ ଟାର୍ଗେଟ୍ କରି ଭାଷଣ ଦେବା ବେଳେ ସେ ରାଷ୍ଟ୍ରପତିଙ୍କ ରୂପ ସମ୍ପର୍କରେ ପ୍ରଶ୍ନ ଉଠାଇଥିଲେ । ଏହାପରେ ପଶ୍ଚିମବଙ୍ଗ ବିଜେପି ଟ୍ୱିଟରରେ ଏକ ଭିଡିଓ ସେୟାର କରିଛି । ଯେଉଁଥିରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ଟିଏମସିକୁ ଆଣ୍ଟି-ଟ୍ରାଇବାଲ୍ ବୋଲି ଉଲ୍ଲେଖ କରାଯାଇଛି । ଦ୍ରୌପଦୀ ମୁର୍ମୁ ଜନଜାତି ହୋଇଥିବାରୁ ଟିଏମସି ନେତା ତାତ୍ସଲ୍ୟ କରୁଛନ୍ତି ବୋଲି ବିଜେପି ଅଭିଯୋଗ ଆଣିଛି । ସବୁଠୁ ବଡ଼ କଥା ସେହି ରାଲିରେ ରାଜ୍ୟ ମହିଳା ଜନକଲ୍ୟାଣ ମନ୍ତ୍ରୀ ଶଶି ପଞ୍ଜା ମଧ୍ୟ ଉପସ୍ଥିତ ଥିଲେ । ଟିଏମସିର ଭିଡିଓକୁ ରିଟ୍ୱିଟ୍ କରିଛି ବିଜେପି । ଟିଏମସି ଆଣ୍ଟି-ଟ୍ରାଇବାଲ୍ ବୋଲି କଟାକ୍ଷ କରିଛନ୍ତି ବିଜେପି ନେତା ଅମିତ୍ ମାଲବୀୟ ।

Pearl dental clinic
Near Ashish Medical Store, Bhawanipatna

 

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.