କଳାହାଣ୍ଡି ଜିଲ୍ଲାରେ ମାଟ୍ରିକ ସମେଟିଭ୍ ପରୀକ୍ଷା ଦେଲେ ୨୦୫୯୧ ଛାତ୍ରଛାତ୍ରୀ, ଅନୁପସ୍ଥିତ ୮୪୩

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି/ କୋକସରା (ଜଗଦୀଶ ନାଏକ/ ହିରଣ୍ୟ ବେହେରା): ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପ୍ରଥମ ସମ୍ମେଟିଭ୍‍ ଆସେସ୍‍ମେଣ୍ଟ (ଏସ୍‍ଏ-୧) ପରୀକ୍ଷା ମଙ୍ଗଳବାର ଆରମ୍ଭ ହୋଇଛି। କଳାହାଣ୍ଡି ଜିଲ୍ଲାରେ ମୋଟ ୨୧୪୦୩ ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବାକୁ ଥିବାବେଳେ ପ୍ରଥମ ଦିନ କୈାଣସି କାରଣରୁ ୮୪୩ ଜଣ ଅନୁପସ୍ଥିତ ରହିଛନ୍ତି। ଜିଲ୍ଲାରେ ୧୩ ଟି ନୋଡାଲ ପରୀକ୍ଷା କେନ୍ଦ୍ର ରହି ଥିବାବେଳେ ୧୩୫ ପରୀକ୍ଷା କେନ୍ଦ୍ରରେ ମୋଟ ୨୦୫୯୧ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ସୂଚନା ମିଳିଛି। କପି ରୋକିବା ପାଇଁ ଜିଲ୍ଲାରେ ୩ ଟି ସ୍କ୍ୱାଡ୍‍ ଗଠନ କରାଯାଇଥିବା ବେଳେ ଗୋଟିଏ ସ୍ପେସାଲ ସ୍କ୍ୱାଡ୍‍ ଗଠନ କରାଯାଇଥିବା ଜଣାପଡ଼ିଛି। ଦୁର୍ଗମ ଅଞ୍ଚଳ ଓ ସମ୍ବେଦନଶୀଳ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ପରୀକ୍ଷା ପରିଚାଳନା କୁ ତୀକ୍ଷ୍ମ ଭାବରେ ଦୃଷ୍ଟି ଦେବାପାଇଁ ୪୭ ଜଣ ପର୍ଯ୍ୟବେକ୍ଷକ ନିୟୋଜିତ ହୋଇଥିଲେ। ସେହିପରି ଭାବରେ କୋକସରା ବ୍ଲକର ୯ ପରୀକ୍ଷା କେନ୍ଦ୍ର କୋକସରା, ଫୁପଗାଁ, ଡଙ୍ଗରୀଗୁଡା, ଡହଗାଁ, ଲଡୁଗାଁ, କାଉଡୋଲା, ଆମପାଣି ବୁଢ଼ାରଜା ନେଡାଲ ଉଚ୍ଚ ବିଦ୍ୟାଳୟ, ଏସଏସଡି ଆମପାଣି, ନେଗୀଗୁଡା ସମେତ ଟେମେରା ଇନ୍ଦିରା ମେମୋରିଆଲ ହାଇ ସ୍କୁଲ ଠାରେ ବ୍ଳକର ୨୪ ଟି ଉଚ୍ଚ ବିଦ୍ୟାଳୟର ୧୩୧୯ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ଥିବାବେଳେ ପରୀକ୍ଷା ର ପ୍ରଥମ ଦିନରେ ବିଭିନ୍ନ ବିଦ୍ୟାଳୟର ୬୫ଜଣ ପରୀକ୍ଷାର୍ଥୀ ଅନୁପସ୍ଥିତ ରହିଥିଲେ। ତେବେ ମୋଟ ୧୨୫୪ ଜଣ ପରୀକ୍ଷାର୍ଥୀ ପ୍ରଥମ ଦିନରେ ପରୀକ୍ଷା ଦେଇଥିବା ନେଇ ନୋଡାଲ ପରୀକ୍ଷା କେନ୍ଦ୍ର ଅଧିକାରୀ ତଥା କୋକସରା ଜବାହର ଉଚ୍ଚ ବିଦ୍ୟାପୀଠ ର ପ୍ରଧାନ ଶିକ୍ଷକ ସୁଧୀର ପଣ୍ଡା ସୂଚନା ଦେଇଛନ୍ତି। ପରୀକ୍ଷା କୁ ଅବାଧ ଓ ନିରପେକ୍ଷ କରିବା ସହ କପି ରୋକିବାକୁ କେନ୍ଦ୍ର ଗୁଡ଼ିକରେ ବ୍ୟାପକ ବ୍ୟବସ୍ଥା କରାଯାଇଥିବା ଜଣାପଡ଼ିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.