ଯାଆଁଳା ଭଉଣୀକୁ ବିବାହ କରିବା ଆଇଟି ଇଞ୍ଜିନିୟରଙ୍କୁ ପଡ଼ିଲା ମହଙ୍ଗା


ନୂଆଦିଲ୍ଲୀ : ଯୁବକଙ୍କୁ ମହଙ୍ଗା ପଡ଼ିଲା ଯାଆଁଳା ଭଉଣୀକୁ ବାହାହେବା । ମହାରାଷ୍ଟ୍ର ସୋଲାପୁରରେ ହୋଇଥିବା ବିବାହ ବେଳର ଭିଡିଓ ଭାଇରାଲ ଘଟଣା । ଦୁଇ ଯାଆଁଳା ଭଉଣୀ ଜଣେ ଯୁବକଙ୍କୁ ଜୀବନସାଥୀ ଭାବେ ବାଛି ବିବାହ କରିଥିବା ଦେଖିବାକୁ ମିଳିଥିଲା। ତେବେ ଏହି ବିବାହକୁ ନେଇ ଉଭୟ ବର ଓ କନ୍ୟା ପକ୍ଷ ଖୁସି ଥିବା ବେଳେ ପୁଲିସ ଏହି ଘଟଣାକୁ ନେଇ ମାମଲା ରୁଜୁ କରିଛି । ଅକଲଜ ପୁଲିସ ଥାନା ବର ବିରୋଧରେ ଧାରା ୪୯୪ରେ ମାମଲା ରୁଜୁ କରିଛନ୍ତି।

ଏହି ଧାରା ଅନୁଯାୟୀ, ସ୍ବାମୀ-ସ୍ତ୍ରୀ ଜୀବିତ ଥିବା ଅବସ୍ଥାରେ କେହି ବି ଅନ୍ୟ ଜଣଙ୍କୁ ବିବାହ କରି ପାରିବେ ନାହିଁ। ଏଭଳି ସ୍ଥିତିରେ ବିବାହ କରିବା ବେଆଇନ ବୋଲି କହିଛି ପୋଲିସ । ହିନ୍ଦୁ ପ୍ରଥାରେ ନାହିଁ ଦୁଇ ଜଣ ମହିଳାଙ୍କୁ ଏକାଠି ବିବାହ କରିବା  । ତେବେ ଦୁଇଜଣ ମହିଳାଙ୍କୁ ବିବାହ କଲେ ୭ବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡ ସହିତ ଜରିମାନା ବି ରହିଛି  ।

ସୂଚନା ଅନୁଯାୟୀ, ଦୁଇ ଯାଆଁଳା ଭଉଣୀ ପିଙ୍କି ରିଙ୍କି ପେଶାରେ ଆଇଟି ଇଞ୍ଜିନିୟର । ସେ ସବୁବେଳେ ସାଥି ହୋଇ ସବୁ କାମ କରିନ୍ତି ଦୁହେଁ ପରସ୍ପରକୁ ବହୁତ ଭଲ ପାଆନ୍ତି ଏପରି ସ୍ଥିତିରେ ଉଭୟଙ୍କର ଅତୁଲ ପସନ୍ଦ ହୋଇଯାଇଥିଲେ  । ଆଉ ଦୁହେଁ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ  । ବାସ୍ତବରେ ମଧ୍ୟ ଗୋଟିଏ ବେଦୀରେ ୩ ଜଣ ବିବାହ କରିଥିଲେ । ଯାହାର ଭିଡିଓ ସୋଶିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏହି ବିବାହକୁ ନେଇ ସମସ୍ତେ ବହୁତ ଖୁସି ଥିବା ବେଳେ ପୋଲିସ ଆଇଟି ଇଞ୍ଜିନିୟର ଅତୁଲଙ୍କ ଉପରେ ମାମଲା ରୁଜୁ କରିଛି  ।




Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.