ଥୁଆମୂଳ ରାମପୁରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର 

ଓଡ଼ିଆ ବାର୍ତ୍ତା/ ଥୁଆମୂଳ ରାମପୁର (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ପଞ୍ଚାୟତ ସମିତି କାର୍ଯ୍ଯାଳୟ ପ୍ରାଙ୍ଗଣରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି। ବିଏସଏସଓ ଦୀପକ କୁମାର ବେହେରାଙ୍କ ତତ୍ତ୍ୱାବଧାନରେ ଆୟୋଜିତ ଉକ୍ତ ଶିବିରରେ ମୁଖ୍ୟ ଅତିଥି ଭାବରେ ବ୍ଳକ ଅଧ୍ଯକ୍ଷ ଦୟାନିଧି ମାଝୀ ଯୋଗଦେଇ ଉଦଘାଟନ କରିଥିବା ବେଳେ ସମ୍ମାନିତ ଅତିଥି ମାନଙ୍କ ମଧ୍ୟ ବ୍ଳକ ଶିକ୍ଷା ଅଧିକାରୀ ଲୋକନାଥ ବେହେରା, ଡୋଲାମଣୀ ପ୍ରଧାନ ଓଡିଶା ବିକଳାଙ୍ଗ ମଞ୍ଚ ଓ ଜିଲ୍ଲା ଭିନ୍ନକ୍ଷମ ସମିତି ସେକ୍ରେଟାରୀ, ସ୍ଥାନୀୟ ସରପଞ୍ଚ ବିଜୟା ମାଝୀ, ସମିତି ସଭ୍ଯା ପୁଷ୍ପାଞ୍ଜଳି ନାଏକ, କାଣିଗୁମା ସରପଞ୍ଚ ଧୃବକାନ୍ତ ମାଝୀ, ଥୁଆମୂଳ ସରପଞ୍ଚ  ବଳଭଦ୍ର ଜାନୀ, ଗୋପାଳପୁର ସରପଞ୍ଚ ବେଣୀ ମାଝୀ ପ୍ରମୁଖ ଯୋଗଦେଇ ଶିବିରକୁ ଆସିଥିବା ଭିନ୍ନକ୍ଷମ ଭାଇଭଉଣୀ ମାନଙ୍କୁ ଉତ୍ସାହିତ କରିଥିଲେ। ଶିବିରରେ ପଞ୍ଜିକରଣ କରିଥିବା ବିଭିନ୍ନ ଭିନ୍ନକ୍ଷମ ସର୍ବୋମୋଟ ୧୭୫ ଅଂଶଗ୍ରହଣ କରିଥିଲେ, ସେଥିମଧ୍ୟରୁ ବସ ପାସ ୧୩, ପେନସନ ୨୦ ଜଣ, ଭିନ୍ନକ୍ଷମ ଉପକଣ ୪ ଜଣ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା ୧୪ ଜଣ, ଡିଆରଆଇ ୩ ଜଣ, ସାର୍ଟିଫିକେଟ ୭୩ ଜଣଙ୍କର ପ୍ରଦାନ କରିଯାଇଥିଲା। ଶିବିରରେ ସର୍ଜରୀ ସ୍ପେସାଲିଷ୍ଟ ଡାକ୍ତର ପିତିମ୍ବର ଦାସ, ଅସ୍ଥି ଶଲ୍ଯ ବିଶେଷଜ୍ଞ ଡାକ୍ତର ପୁଷ୍ପାରାଣୀ ହେମ୍ବ୍ରମ କ୍ଲିନିକାଲ ସ୍ପେଶାଲିଟ୍, (ମାନସିକ ବିଶେଷଜ୍ଞ) ଡାକ୍ତର ପ୍ରଦ୍ଯୁମ୍ନ କିଶୋର ପଣ୍ତା, କର୍ଣ୍ଣ,ଗଳା ନାଶା, ବିଶେଷଜ୍ଞ ସମେତ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ, ଜିଲ୍ଲା ଭିନ୍ନକ୍ଷମ ପୁର୍ନବାସ କେନ୍ଦ୍ର କଳାହାଣ୍ଡିର ଶୁଭାଶିଷ ମହାନ୍ତି, ଜିଲ୍ଲା ଭିନ୍ନକ୍ଷମ ପୁନର୍ବାସ ଅଧିକାରୀ, ବାଦଲ କୁମାର ପଟ୍ଟନାୟକ ବରିଷ୍ଠ ଶ୍ରବଣବିତ୍,  ନିବାସ ଚନ୍ଦ୍ର ସାହୁ ଚଳନ ପ୍ରଶିକ୍ଷକ ଯୋଗଦେଇ ପରୀକ୍ଷା ଦାୟିତ୍ୱ ନେଇଥିଲେ। ନିମନ୍ତ୍ରିତ ଅତିଥି ମାନେ ଭିନ୍ନକ୍ଷମ ଭାଇଭଉଣୀ ମାନଙ୍କୁ ସରକାରଙ୍କ ଦ୍ବାରା ବିଭିନ୍ନ ପ୍ରକାର ସୁବିଧା ସୁଯୋଗ ଯୋଗାଇ ଦିଆଯାଉଛି ସେହି ବିଷୟ ଉପରେ ପୁଙ୍ଖାନୁପୁଙ୍ଖ ଭାବରେ ଅବଗତ କରାଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.