କୋକସରା ବ୍ଲକ କାର୍ଯ୍ୟାଳୟରେ ଭତ୍ତା ପରିଚୟପତ୍ର ବଣ୍ଟନ

ଓଡ଼ିଆ ବାର୍ତ୍ତା/ କୋକସରା (ହିରଣ୍ୟ ବେହେରା): କୋକସରା ବ୍ଲକ କାର୍ଯ୍ୟାଳୟ ଠାରେ ବୁଧବାର ପ୍ରଥମ ପର୍ଯ୍ୟାୟରେ ୧୧ ଟି ପଞ୍ଚାୟତର ମଧୁବାବୁ ପେନସନ ଅନ୍ତର୍ଭୁକ୍ତ ହିତାଧିକାରୀ ମାନଙ୍କୁ ଭତ୍ତା ପରିଚୟ ପତ୍ର ବଣ୍ଟନ କରାଯାଇଛି। ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ ଦିପକ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, ବିଡ଼ିଓ ଉତ୍ତମ କୁମାର ବାଗ, ଡହଗାଁ ସରପଞ୍ଚ କୁଞ୍ଜଲତା ନାଏକ, କାଉଡୋଲା ସରପଞ୍ଚ ଦେବୀ ସିଂ ତାଣ୍ଡି, ଡାଲଗୁମା ସମିତି ଚିନ୍ତାମଣି ଚଣ୍ଡୀ, ଗମ୍ଭାରୀଗୁଡା ସରପଞ୍ଚ ଇଶରାମ ସୁନାମୀ ପ୍ରମୂଖ ଉପସ୍ଥିତ ରହି ହିତାଧିକାରୀ ମାନଙ୍କୁ ଭତ୍ତା ପରିଚୟ ପତ୍ର ବଣ୍ଟନ କରିଥିଲେ। ପ୍ରଥମ ପର୍ଯ୍ୟାୟରେ ବ୍ଲକର ୧୧ ଗୋଟି ପଞ୍ଚାୟତ ଯଥା ଆମପାଣି ପଞ୍ଚାୟତର ୩୧ ଜଣ, ବଡ଼ପୋଡ଼ାଗୁଡ଼ା ୫୨, ବରାଡଙ୍ଗା ୨୮, ଡହଗାଁ ୬୬, ଡାଲଗୁମା ୪୮, ଡୁଡୁକାଠେଙ୍ଗା ୫୩, ଗମ୍ଭାରୀଗୁଡା ୪୭, ଗୋତମୁଣ୍ଡା ୫୫, କନ୍ଦାବୁଟୁରା ୨୮, କାଶୀବାହାଲ ୪୭ ଜଣ ହିତାଧିକାରୀ ସମେତ କାଉଡୋଲା ପଞ୍ଚାୟତର ୩୧ ଜଣ ମିସି ସମୁଦାୟ ୪୮୬ଜଣ ନୂତନ ହିତାଧିକାରୀଙ୍କୁ ଭତ୍ତା ପରିଚୟପତ୍ର ପ୍ରଦାନ କରାଯାଇଛି। ଏଥିରେ ୨୬୦ଜଣ ବାର୍ଦ୍ଧକ୍ୟ, ୧୯୫ଜଣ ବିଧବା, ୩୨ ଜଣ ଭିନ୍ନକ୍ଷମ କୁ ଭତ୍ତା କାର୍ଡ ବଣ୍ଟନ କରାଯାଇଥିବା ସୂଚନା ମିଳିଛି। କାର୍ଯ୍ୟକ୍ରମରେ ପଞ୍ଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ଦୁଷ୍ମନ୍ତ ସୁନାନୀ, ଗିରୀସ ଚନ୍ଦ୍ର ନାଏକ, ରୋହିତ ଠାକୁର ସମେତ ସମସ୍ତ ପଞ୍ଚାୟତର ସରପଞ୍ଚ ପ୍ରମୂଖ ଉପସ୍ଥିତ ରହି କାର୍ଡ ବଣ୍ଟନ ରେ ସହଯୋଗ କରିଥିଲେ। ସୂଚନାଯୋଗ୍ୟ, ବ୍ଳକର ୨୨ ପଞ୍ଚାୟତର ୮୬୬ ଜଣ ମଧୁବାବୁ ପେନସନ ଅନ୍ତର୍ଭୁକ୍ତ ହିତାଧିକାରୀ ମାନଙ୍କୁ ଦୁଇ ପର୍ଯ୍ୟାୟ ରେ ଭତ୍ତା ପରିଚୟ ପତ୍ର ବଣ୍ଟନ କରାଯିବା ନେଇ ସୂଚନା ମିଳିଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.