ଫିଫା ବିଶ୍ବକପର ସେମିଫାଇନାଲରେ ମେସି ମ୍ୟାଜିକ, ଫାଇନାଲରେ ଆର୍ଜେଣ୍ଟିନା

ଓଡ଼ିଆ ବାର୍ତ୍ତା/ କାତାର: କାତାରରେ ଚାଲିଥିବା ଫିଫା ବିଶ୍ୱକପର ପ୍ରଥମ ସେମିଫାଇନାଲ ମୁକାବିଲାରେ ଆର୍ଜେଣ୍ଟିନାର ତଥା ବିଶ୍ବର କିମ୍ବଦନ୍ତୀ ଖେଳାଳି ମେସିଙ୍କ ମ୍ୟାଜିକ ଦେଖିବାକୁ ମିଳିଛି। ଆର୍ଜେଣ୍ଟିନା ମେସିଙ୍କ ଗୋଲ୍ ଜରିଆରେ ପୂର୍ବଥରର ଚାମ୍ପିୟନ କ୍ରୋଏସିଆକୁ ୩-୦ରେ ପରାସ୍ତ କରି ପ୍ରତିଶୋଧ ନେଇଛି। ଏଥିସହ ଫାଇନାଲରେ ପ୍ରବେଶ କରିଛି। ଫିଫା ବିଶ୍ୱକପ ୨୦୨୨ର ପ୍ରଥମ ସେମିଫାଇନାଲରେ ଆର୍ଜେଣ୍ଟିନାରେ କ୍ରୋଏସିଆ ଦଳ ମଧ୍ୟର ମୁକାବିଲା ହୋଇଥିଲା। ଆରମ୍ଭରୁ ଉଭୟ ବେଶ ସତର୍କ ହୋଇ ଖେଳୁଥିଲେ। ମ୍ୟାଚର ୩୪ ତମ ମିନିଟରେ ମେସି ଏହି ମ୍ୟାଚର ପ୍ରଥମ ଗୋଲ ସ୍କୋର କରିଥିଲେ। ପେନାଲ୍ଟି କର୍ଣ୍ଣରରେ ଆର୍ଜେଣ୍ଟିନାର ତାରକା ଖେଳାଳି ଲିଓନେଲ ମେସି ଏହି ଗୋଲ ସ୍କୋର କରିଥିଲେ। ଫିଫା ବିଶ୍ୱକପ ୨୦୨୨ର ମେସିଙ୍କ ଏହା ହେଉଛି ପଞ୍ଚମ ଗୋଲ ହୋଇଥିବାବେଳେ ଫିଫା ବିଶ୍ୱକପ ଇତିହାସରେ ମେସିଙ୍କ ଏକାଦଶ ଗୋଲ। ଏଥି ସହିତ ଜୁଲିଆନ୍ ଆଲଭରେଜ୍ ଆର୍ଜେଣ୍ଟିନା ପାଇଁ ଦ୍ୱିତୀୟ ଗୋଲ୍ ସ୍କୋର କରିଥିଲେ। ୩୯ତମ ମିନିଟରେ ଜୁଲିଆନ୍ ଆଲଭରେଜ୍ ଏହି ଗୋଲ୍ ସ୍କୋର କରିଥିଲେ। ଏହିପରି ଆର୍ଜେଣ୍ଟିନା ମ୍ୟାଚରେ ୨-୦ରେ ଆଗୁଆ ହୋଇଥିଲା। ପ୍ରଥମାର୍ଦ୍ଧ ଶେଷ ସୁଦ୍ଧା ଆର୍ଜେଣ୍ଟିନା ଦଳ ୨-୧ରେ ଆଗୁଆ ରହିଥିଲା। ଏହା ପରେ ଦ୍ୱିତୀୟାର୍ଦ୍ଧରେ ଲିଓନେଲ ମେସି ମ୍ୟାଚରେ ତାଙ୍କର ଦ୍ୱିତୀୟ ଗୋଲ ଏବଂ ୫୮ତମ ମିନିଟରେ ଦଳ ପାଇଁ ତୃତୀୟ ଗୋଲରୁ ବଞ୍ଚିତ ହୋଇଥିଲେ। ତେବେ ୬୯ତମ ମିନିଟରେ ଲିଓନେଲ ମେସି ବଲକୁ ଜୁଲିଆନ ଆଲଭରେଜଙ୍କ ନିକଟକୁ ପଠାଇ ଉଦ୍ଦେଶ୍ୟରେ ସଫଳ ହୋଇଥିଲେ। ଏବଂ ମ୍ୟାଚରେ ଦ୍ୱିତୀୟ ଗୋଲ୍ ଦେଇଥିଲେ ଜୁଲିୟାନ୍ ଆଲଭାରେଜ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.