ଗର୍ଜିଲା ରାୟଗଡା ଜିଲ୍ଳା ଆଶାକର୍ମୀ ସଂଘ:  ୭ଦଫା ଦାବି ନେଇ ବିକ୍ଷୋଭ ଓ ଜେଲଭରୋ ଆନ୍ଦୋଳନ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ୭ଦଫା ଦାବି ନେଇ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗର୍ଜିଲା ଆଶାକର୍ମୀ ସଂଘ । ଶତାଧିକ ଆଶା କର୍ମୀ ନିଜର ନ୍ୟାର୍ଯ୍ୟ ଦାବି ପାଇଁ ଆଜି ଜେଲଭରୋ ଆନ୍ଦୋଳନ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଓଡିଶା ରାଜ୍ୟ ଆଶା କର୍ମୀ ରାୟଗଡା ଜିଲ୍ଳା ଶାଖା ପକ୍ଷରୁ ରାଜ୍ୟ ତଥା କେନ୍ଦ୍ର ସରକାରଙ୍କ ସେମାନଙ୍କ ନ୍ୟାର୍ଯ୍ୟ ଦାବିକୁ ପୂରଣ କରିବା ଦିଗରେ ଅହେତୁକ ବିଳମ୍ବ କରିବା ସହ ଅଣଦେଖା କରୁଥିବାରୁ ସଂଘ ପକ୍ଷରୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରାଯାଇଥିବା ନେଇ ଆଶାକର୍ମୀମାନେ ପ୍ରକାଶ କରିଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଜାତୀୟ ସ୍ୱାସ୍ଥ୍ୟ ମିଶନକୁ ସ୍ଥାୟୀ କରିବା, ଆଶାକର୍ମୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରିବା ଓ ଯେ ପର୍ଯ୍ୟନ୍ତ ମାନ୍ୟତା ଦିଆଯାଇନାହିଁ ମାସିକ ୧୮ହଜାର ଟଙ୍କା ବେତନ ପ୍ରଦାନ କରିବା ସହ ଇ.ପି.ଏଫ ଓ ଇ.ଏସ.ଆଇ.ସି.ରେ ସାମିଲ ଏବଂ ଗ୍ରାଚୁଇଟି ପ୍ରଦାନ କରିବା ଏବଂ ଅବସର ନେଇଥିବା କର୍ମୀମାନଙ୍କୁ ଏକକାଳୀନ ୫ଲକ୍ଷ ଟଙ୍କା ପ୍ରଦାନ କରିବା ଓ ମାସିକ ୫୦୦ଟଙ୍କା ପ୍ରଦାନ କରିବା, ମୃତ୍ୟୁକାଳୀନ ସହାୟତା ରାଶି ୫ଲକ୍ଷ ଟଙ୍କା ଦେବା ସହ ପରିବାରର ଜଣଙ୍କୁ ନିଯୁକ୍ତି ପ୍ରଦାନ କରିବା, ଯୋଗ୍ୟତା ଭିତିରେ ଆଶାକର୍ମୀଙ୍କୁ ଏ.ଏନ.ଏମ ଭାବେ ନିଯୁକ୍ତି କରିବା, ଜିଲ୍ଳାର ସିଏଚସି ଓ ପିଏଚସିରେ ଆଶାଗୃହ ଯୋଗାଇ ଦେବା ଓ କୋଭିଡ-୧୯ରେ ମୃତ୍ୟୁବରଣ କରିଥିବା ଆଶାକର୍ମୀଙ୍କୁ ସରକାର ଘୋଷଣା କରିଥିବା ସହାୟତା ରାଶି ତୁରନ୍ତ ପ୍ରଦାନ କରିବା ଭଳି ଦାବି କରାଯାଇଛି ।

Udyog Nursery
Udyogi Nursery

ପ୍ରକାଶ ଥାଉ କି, ସଂଘ ପକ୍ଷରୁ ଉକ୍ତ ଦାବି ନେଇ ଗତ ନଭେମ୍ବର ୨୯ତାରିଖରୁ ସମଗ୍ର ଓଡିଶାରେ କାର୍ଯ୍ୟରତ ଆଶାକର୍ମୀମାନେ ବହୁ ସଂଖ୍ୟାରେ ଭୁବନେଶ୍ୱର ସ୍ଥିତ ଲୋୟର ପିଏମଜି ଠାରେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଉକ୍ତ ଦିନ ଠାରୁ ଆଜି ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି । ହଜାର ହଜାର ସଂଖ୍ୟକ ଆଶାକର୍ମୀମାନେ ଦିନରାତି ଥଣ୍ଡା କାକରରେ ବସିଥିବା ବେଳେ ରାଜ୍ୟ ସରକାର ସମାଧାନ ଜନିତ କୈାଣସି ପଦକ୍ଷେପ ଗ୍ରହଣ କରୁ ନ ଥିବାରୁ ଆନ୍ଦୋଳନକୁ ତୀବ୍ର କରିବା ପାଇଁ ଏହି ଜେଲଭରୋ ଆନ୍ଦୋଳନ କରାଯାଇଛି । ବର୍ତମାନ ରାଜ୍ୟର ସମସ୍ତ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟ,କମ୍ୟୁନିଟି କେନ୍ଦ୍ର,ପିଏଚସି ସମ୍ମୁଖରେ ଆଶାକର୍ମୀମାନେ କାର୍ଯ୍ୟ ବନ୍ଦ କରି ଧାରଣାରେ ବସିଛନ୍ତି । ଫଳରେ ଜିଲ୍ଳାରେ ଶିଶୁ ଓ ମାତୃମୃତ୍ୟୁ ହାର କିଛି ମାତ୍ରାରେ ବୃଦ୍ଧି ହେବାକୁ ଲାଗିଥିବା ବେଳେ ଆଶାକର୍ମୀମାନଙ୍କ ସେବା ବ୍ୟାହାତ ହେବା ଫଳରେ ଗର୍ଭବତୀ ମହିଳାଙ୍କୁ ସେବା ନ ମିଳିବା ସହ ସରକାରଙ୍କ ଅନେକ ଯୋଜନାର ସଫଳ ରୂପାୟନ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।

ଆଜିର ଏହି ଜେଲଭରୋ ଆନ୍ଦୋଳନ କାର୍ଯ୍ୟକ୍ରମରେ ଆଶାକର୍ମୀ ସଂଘ ପକ୍ଷରୁ ସ୍ଥାନୀୟ ଗାନ୍ଧୀ ପାର୍କ ଠାରୁ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ବିଶାଳ ରାଲି ବାହାର କରାଯାଇଥିଲା । ଏଥିରେ ଜିଲ୍ଳାର ସମସ୍ତ ବ୍ଳକର ଆଶାର୍କମୀମାନେ ଉପସ୍ଥିତ ରହିଥିବା ବେଳେ ଜିଲ୍ଳା ସଭାନେତ୍ରୀ ପୁଷ୍ପାଂଜଳୀ ବେହୁରା, ଜିଲ୍ଳା ସଂପାଦିକ ଗୀତା ହିଆଲ, ନଗର ସଂପାଦିକା କୋମଳମଣି ମହାନ୍ତି, ପଦ୍ମପୁର ବ୍ଳକର ତମାଳ ସାହୁକାର, ଜୟନ୍ତୀ ନାୟକ, ଗାୟତ୍ରୀ ମାଝି,ସ୍ୱପ୍ନା ପାଣି, ସନ୍ତୋଷିନୀ କଣ୍ଡାଗିରୀ, କଳ୍ପନା ପିରିବାକା, ପଦ୍ମା ଶବର ଓ ନିର୍ମଳା ପ୍ରଧାନ ତଥା ବିଏମଏସ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଆଶା ଜିଲ୍ଳା ସଂଯୋଜକ ଅରୁଣ କୁମାର ଲେଙ୍କା, ଆଦିବାସୀ କୃଷି ଗ୍ରାମୀଣ ମଜଦୁର ସଂଘ ସୁଦରାଓ କାଡ୍ରକା, ଅଶାନ୍ତ କାଡ୍ରକା, ଇଲେକ୍ଟ୍ରିକ ୟୁନିୟନର ଏ.ଆନନ୍ଦ ରାଓ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ଜିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନଙ୍କୁ ପ୍ରଦାନ କରିଥିଲେ । ଶାନ୍ତିଶୃଙ୍ଖଳାକୁ ନଜର ରଖି ରାୟଗଡା ଥାନା ଅଧିକାରୀ ରଶ୍ମିରଂଜନ ପ୍ରଧାନଙ୍କ ତତ୍ୱବଧାନରେ ପୋଲିସ ମୁତୟନ ହୋଇଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.