ଜେଜେ ପେପର୍ ମିଲ୍ସ ର ଅନ୍ତ ବିଭାଗୀୟ ଟି-୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ

ଓଡ଼ିଆ ବାର୍ତ୍ତା/ ରାୟଗଡ଼ା (ଶିବ ନାରାୟଣ ଗୈାଡ): ଜେଜେ ପେପର୍ ମିଲ୍ସର ଅନ୍ତ ବିଭାଗୀୟ ଟି-୧୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଚଳିତ ମାସ ଗତ ୩ତାରିଖରୁ ଆରମ୍ଭ ହୋଇ ୧୨ଡିସେମ୍ବରରେ ଉଦଯାପନ ହୋଇଯାଇଛି । ସମୁଦାୟ ୨୨ ଟି ଟିମ୍ ଏଥିରେ ଅଂଶଗ୍ରହଣ କରିଥିଲେ। ଫାଇନାଲ ମ୍ଯାଚ ମାନବ ସମ୍ବଳ ବିଭାଗ ଓ ଏ୪ ଲାଇନ୍ ଟିମ୍ ମଧ୍ୟରେ ଅନୁଷ୍ଠିତ ହୋଇଥିଲା। ଏ୪ ଲାଇନ ବିଭାଗ ପ୍ରଥମେ ଟସ ଜିଣି ବୋଲିଂ କରି ଥିବା ବେଳେ ମାନବ ସମ୍ବଳ ବିଭାଗ ବେଟିଂ କରି ୧୦ ଓଭରରେ ୱିକେଟ ବିନିମୟରେ ୧୨୬ ରନ୍ ସଂଗ୍ରହ କରିଥିଲେ । ଏ୪ ଲାଇନ ଟିମ୍ ୭ ୱିକେଟ ହରାଇ ୬୧ ରନ୍ କରିଥିଲେ ଓ ମାନବ ସମ୍ବଳ ବିଭାଗ ୬୫ରନରେ ବିଜୟୀ ହୋଇ ଥିଲେ। ମ୍ୟାନ ଅଫ୍ ଦି ସିରିଜ୍ ଭାବେ ଖେଳାଳି ଅରୁଣ ଶବର ଯୋଗ୍ୟ ବିବେଚିତ ହୋଇଥିଲେ । ଏହି କାର୍ଯ୍ୟକ୍ରମରେ ଜେଜେ ପେପର୍ ମିଲ୍ସର ମୁଖ୍ୟ ବିନୟ ଦ୍ଵିବେଦୀ, କାର୍ଯ୍ୟନିର୍ବାହୀ ଉପ ସଭାପତି, ମୁଖ୍ୟ ଅତିଥି ଓ ବିଶ୍ୱଜିତ୍ ଦ୍ଵିବେଦୀ ଉପ ସଭାପତି, ବାଣିଜ୍ଯ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବିଜୟୀ ଟିମ୍ ମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ। ଏହି ଟୁଣ୍ଣାମେଣ୍ଟଟି ଜେଜେ ପେପରର ମଙ୍ଗଳ ବିଭାଗର ମୂଖ୍ଯ ରଞ୍ଜୀତ ଦାସଙ୍କ ନେତୃତ୍ଵରେ ଆୟୋଜନ କରାଯାଇଥିଲା ଏବଂ ଏହାକୁ ଅଫିସର ଭାସ୍କର ନାଇଡୁ, ଶିବ ଶଙ୍କର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ। ମାନବ ସମ୍ବଳ ବିଭାଗର ମୂଖ୍ଯ ସନ୍ଦୀପ ପାଣ୍ଡେ ସମସ୍ତଙ୍କ ସହଯୋଗରେ ଶାନ୍ତି ପୂର୍ଣ୍ଣ ଭାବରେ ସମାପନ ହୋଇ ଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.