ଓଡ଼ିଆ ବାର୍ତ୍ତା/ ଜଗତସିଂହପୁର: ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ତେନ୍ତୁଳିପଦା ପଞ୍ଚାୟତର ମୁନି ଗୋସେଇଁ ମଠ ଠାରେ ଜଗତସିଂହପୁର ଜିଲ୍ଲା ଯୁବ କଂଗ୍ରେସର ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ଯୁବ କଂଗ୍ରେସ ସଭାପତି ପ୍ରଶାନ୍ତ ମଲ୍ଲିକଙ୍କ ନେତୃତ୍ବରେ ଆୟୋଜିତ ଉକ୍ତ ବୈଠକର ପ୍ରାରମ୍ଭରେ ନବନିଯୁକ୍ତ ବ୍ଲକ ଯୁବ କଂଗ୍ରେସ ସଭାପତିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଆଗାମୀ ଦିନରେ ବ୍ଲକ ଏବଂ ପଞ୍ଚାୟତସ୍ତରରେ ଯୁବ କଂଗ୍ରେସ କମିଟି ଗଠନ କରାଇ କଂଗ୍ରେସ ଦଳକୁ ଅଧିକ କ୍ରିୟାଶୀଳ କରାଇବା ପାଇଁ ପ୍ରସ୍ତାବ ଆଗତ ହୋଇଥିଲା। ଏଥିରେ ରାଜ୍ଯ ଯୁବ କଂଗ୍ରେସ ସଭାପତି ସ୍ମୁତି ରଞ୍ଜନ ଲେଙ୍କା, ରାଜ୍ଯ ଯୁବ କଂଗ୍ରେସ ପ୍ରଭାରୀ ମିଲିନ୍ଦ ଗୌତମ, ଜିଲ୍ଲା କଂଗ୍ରେସ ସଭାପତି ନଟବର ବାରିକ, ତିର୍ତ୍ତୋଲ କଂଗ୍ରେସ ନେତା ତଥା ଜିଲ୍ଲା ମୁଖପାତ୍ର ଇଂ ହିମାଂଶୁ ଭୂଷଣ ମଲ୍ଲିକ, ପିସିସି ସଭ୍ଯ ତଥା ଗୋବିନ୍ଦପୁର ସମିତିସଭ୍ୟ ଦେବ ପ୍ରସାଦ ନାୟକ, ପ୍ରଦେଶ କଂଗ୍ରେସ ସମ୍ପାଦକ ନଳିନୀ ସ୍ବାଇଁ, ସାଂସଦ ପ୍ରାର୍ଥିନି ପ୍ରତିମା ମଲ୍ଲିକ, ରାଜ୍ଯ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ବିରେନ ଦଳାଇ, ପୂର୍ବତନ ପୌରାଧ୍ୟକ୍ଷା ବିପ୍ଳବ ଚୌଧୁରୀ , ତିର୍ତ୍ତୋଲ ଯୁବ କଂଗ୍ରେସ ସଭାପତି ବେଦଦ୍ଯୁତି ପୃଷ୍ଟି, ଜଗତସିଂହପୁର ବିଧାନସଭା ସଭାପତି ସ୍ବସ୍ତି ପ୍ରସାଦ ମିଶ୍ର, ବାଲିକୁଦା ବିଧାନସଭା ଯୁବ କଂଗ୍ରେସ ସଭାପତି ମନୋଜ ବିଶ୍ବାଳ, ପାରାଦୀପ ଯୁବ ସଭାପତି ହାପିନା ଦାସ, ଯୁବ କଂଗ୍ରେସ ଉପସଭାପତି ଦେବଦତ୍ତ ମହାନ୍ତି, ଅବିନାଶ ମଲ୍ଲିକ, ନବନିଯୁକ୍ତ ଜଗତସିଂହପୁର ବ୍ଲକ ଯୁବ କଂଗ୍ରେସ ସଭାପତି ଆର୍ଶୀବାଦ ତ୍ରିପାଠୀ, ନାଉଁଗା ବ୍ଲକ ଯୁବ କଂଗ୍ରେସ ସଭାପତି ରଞ୍ଜିତ ମଲ୍ଲିକ, ତିର୍ତ୍ତୋଲ ବ୍ଲକ ଯୁବ କଂଗ୍ରେସ ସଭାପତି ସଫି ଆଜମ୍, ରଘୁନାଥପୁର ଯୁବ କଂଗ୍ରେସ ସଭାପତି ମୁକ୍ତାର ଅଲ୍ଲୀ, ବିରିଡି ବ୍ଲକ କଂଗ୍ରେସ ସଭାପତି ସତ୍ଯଜିତ ମହାନ୍ତି, ବାଲିକୁଦା ଯୁବ କଂଗ୍ରେସ ସଭାପତି ପ୍ରବୀଣ ମହାନ୍ତି, ଏରସମା ବ୍ଲକ କଂଗ୍ରେସ ସଭାପତି ସାରଦା ମହାନ୍ତି, କୁଜଙ୍ଗ ବ୍ଲକ କଂଗ୍ରେସ ସଭାପତି ମନୋଜ ବେହେରା, ଜିଲ୍ଲା ଯୁବ କଂଗ୍ରେସ ସମ୍ପାଦକ ସମ୍ବିତ ନାୟକ, ଯୁବ କଂଗ୍ରେସ କୋଷାଧ୍ୟକ୍ଷ ବିଜୟ ବିଶ୍ବାଳ, ସିଲୁ ମିଶ୍ରି, ରାକେଶ ସ୍ବାଇଁ, ଶେଭୁନ୍ଦୁ ରାଉତରାୟ, ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀ ଛାତ୍ର କଂଗ୍ରେସ ସଭାପତି ପ୍ରତ୍ଯୁଷ ପରିଜା, ରାକେଶ କୁମାର ସେଠୀ, ରାକେଶ ସ୍ବାଇଁ, ସତ୍ଯ ବ୍ରତୀ ଶତପଥୀ, ସୁନୀଲ କୁମାର ରାଣା ପ୍ରମୁଖ ଯୋଗଦେଇ ଥିଲେ।
ରାଜ୍ଯ ସରକାର ଯେଉଁ ଭଳି ଭାବରେ ଖଣି ପାଣି ଓ ବିଜୁଳିକୁ ପ୍ରାଇଭେଟ କମ୍ପାନୀକୁ ଟେକି ଦେଇଛନ୍ତି ଆଗାମୀ ଦିନରେ ଏହି ପ୍ରସଙ୍ଗ ରାଜ୍ଯରୁ ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ପର୍ଯ୍ୟନ୍ତ ଯୁବ କଂଗ୍ରେସ ଜୋରଦାର ବିରୋଧ କରିବ ବୋଲି ଏହି ଅବସରରେ ରାଜ୍ଯ ଯୁବ କଂଗ୍ରେସ ସଭାପତି ସ୍ମୁତି ରଞ୍ଜନ ଲେଙ୍କା ମତବ୍ୟକ୍ତ କରିଛନ୍ତି। ସେହିପରି ଭାବେ ଆଗାମୀ ଦିନରେ ଜିଲ୍ଲା ରେ ଉତ୍କଟ ବେକାରୀ ସମସ୍ଯା ଓ ସରକାରୀ ଦଳର ଦୁର୍ନିତୀ ବିରୁଦ୍ଧ ରେ ଗାଁ ଗାଁରେ ଲଢେଇ କରିବା ପାଇଁ ନବନିଯୁକ୍ତ ବ୍ଲକ ସଭାପତିମାନଙ୍କୁ ଆହ୍ବାନ ଦେଇଥିଲେ ଜିଲ୍ଲା ଯୁବ କଂଗ୍ରେସ ସଭାପତି ଶ୍ରୀଯୁକ୍ତ ମଲ୍ଲିକ। ଜିଲ୍ଲାରେ ବନ୍ଦ ହୋଇପଡିଥିବା ଶିଳ୍ପାୟନ ସେ ସାରଳା ସୂତାକଳ ହେଉ କିମ୍ବା ରାହାମା ଲୁଗାକଳ ହେଉ କି ପାରାଦ୍ୱୀପର ଶିଳ୍ପ ଗୁଡିକରେ ନିଯୁକ୍ତିରେ ଜିଲ୍ଲାର ଯୁବକ ଯୁବତୀ ମାନଙ୍କୁ ପ୍ରାଧାନ୍ଯ ଦେବା ପାଇଁ ଜିଲ୍ଲା ଯୁବ ଆଗାମୀ ଦିନରେ ଏକ ବିରାଟ ଯୁବ ସମାବେଶ କରି ରାଜରାସ୍ତାକୁ ଓହ୍ଲାଇବ ବୋଲି ବୈଠକରେ ମତ ପ୍ରକାଶ ପାଇଛି।