କରୋନା ମୃତକଙ୍କ ଶବ ସତ୍କାର କରି ମାନବିକତାର ନିଦର୍ଶନ ଦେଇଥିବା ‘ସ୍ବର୍ଗଦ୍ବାର ସେବା ସଂଗଠନ’କୁ କଳାହାଣ୍ଡି ଉତ୍ସବରେ ସମ୍ମାନୀତ କରିବାକୁ ଉଠିଲା ଦାବୀ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ବିଶ୍ବରେ ଆତଙ୍କ ରଚିଥିବା କରୋନାର କରାଳ ରୂପ କଥା ମନେପଡିଲେ ଆଜି ମଧ୍ୟ ଲୋମ ଟାଙ୍କୁରି ଉଠେ। ଏହା ଏପରି ଏକ ମହାମାରୀ ଯେଉଁଠି ଆକ୍ରାନ୍ତ କିମ୍ବା ମୃତ ମଣିଷଙ୍କ ପାଖକୁ ଯାଉନଥିଲେ ଆତ୍ମିୟ ସ୍ବଜନ। ସେହି ସମୟ ଅର୍ଥାତ୍ ୨୦୨୦ ରୁ ୨୦୨୧ ମଧ୍ୟରେ କରୋନା କଳାହାଣ୍ଡି ଜିଲ୍ଲାରେ ମଧ୍ୟ ତାଣ୍ଡବ ରଚିଥିଲା। ପ୍ରତିଦିନ ମଣିଷ ମାନଙ୍କ ମୃତ୍ୟୁ ଓ ଅନ୍ୟପଟେ ସଂକ୍ରମଣର ଭୟରେ କିଏ କାହାକୁ ନଛୁଇଁବା ଭଳି ପରିସ୍ଥିତି କେତେ ଯେ ଭୟଙ୍କର ତାହା ଅନୁଭବି ହିଁ ଜାଣିପାରିବ। ଏହି କାଳ ବେଳାରେ କାହାର ମୃତ୍ୟୁ ହେଲେ ଭୟରେ କେହି ପାଖକୁ ଆସୁନଥିଲେ। ସେହି ସମୟରେ ସମାଜସେବୀ ମନୋଜ କୁମାର ପଟ୍ଟନାୟକଙ୍କ ନେତୃତ୍ବରେ ଗଠିତ ସ୍ବେଚ୍ଛାସେବୀ ସଂଗଠନ ସ୍ବର୍ଗଦ୍ବାର ସେବା ସଂଗଠନ କୌଣସି ପ୍ରକାରରେ ଭୟଭୀତ ନହୋଇ ଗ୍ରମାଞ୍ଚଳ ମାନଙ୍କରେ କରୋନାରେ ମୃତ୍ୟୁ ବରଣ କରୁଥିବା ବ୍ୟକ୍ତି ମାନଙ୍କ ଶବକୁ ସଂସ୍କାର କରିଥିଲା ସ୍ବର୍ଗଦ୍ବାର ସେବା ସଂଗଠନ। କର୍ଲାମୁଣ୍ଡା ବ୍ଲକ ଅଧିନ ବେଲଖଣ୍ଡି ନିକଟସ୍ଥ ସାଜାଜପାଟି ଗାଁ ଓ କେସିଙ୍ଗା ବ୍ଲକ ଅଧିନ କକୋଡମାଲ ଗାଁକୁ ପହଞ୍ଚି ଶବ ସତ୍କାର କରିଥିଲା ସ୍ବର୍ଗଦ୍ବାର ସେବା ସଂଗଠନ। ଯାହାର ପ୍ରତ୍ୟକ୍ଷଦର୍ଶୀ ହେଉଛନ୍ତି କେସିଙ୍ଗା ବିଡିଓ ପ୍ରଫୁଲ୍ଲ ଚନ୍ଦ୍ର ଓଦୁ ଓ ତତ୍କାଳୀନ କେସିଙ୍ଗା ତହସିଲଦାର ଜ୍ୟୋତିର୍ମୟ କର। ଏଭଳି ଏକ ଦୁଃସାହସିକ ସେବା ସମାପନ କରିଥିବା ଏହି ସଂଗଠନ ପ୍ରତି ଜିଲ୍ଲା ପ୍ରଶାସନ ସାମାନ୍ୟ ସାବାସି ମଧ୍ୟ ଦେଇନାହିଁ। ତେଣୁ ଆଗାମୀ ଦିନରେ ଜିଲ୍ଲା ସ୍ତରରେ ହେବାକୁ ଥିବା କଳାହାଣ୍ଡି ଉତ୍ସବ ଘୁମୁରାରେ ଏହି ସଂଗଠନର ସମସ୍ତ ସଦସ୍ୟଙ୍କୁ ସମ୍ମାନୀତ କରିବା ଉଚିତ ବୋଲି ବିଭିନ୍ନ ମହଲରେ ଦାବୀ ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.