ସ୍ବେଛାସେବୀଙ୍କ ଟ୍ୱିଟ ପରେ ରଞ୍ଜନ ବିଶ୍ୱାଳ ପାଖକୁ ପହଞ୍ଚିଲା ମେଡିକାଲ ଟିମ୍

ଓଡ଼ିଆ ବାର୍ତ୍ତା/ ଗଜପତି : ଗଜପତି ଜିଲ୍ଲା ମୋହନା ବ୍ଲକ  ବଡସିନ୍ଧବା ପଞ୍ଚାୟତ ଅଧୀନ ଖାଲିଗୁମା ଗ୍ରାମର ୯ ବର୍ଷର ଶିଶୁ ରଞ୍ଜନ ମଲ୍ଲିକ ଏକ ଅଜଣା ରୋଗରେ ଆକ୍ରାନ୍ତ ହୋଇ ଦୀର୍ଘ ଚାରି ବର୍ଷ ହେଲା ବିଛଣାରେ ପଡି ରହିଥିଲେ। ତାଙ୍କୁ ୫ ବର୍ଷ ବୟସରେ ମା ଛାଡି ଆରପାରିକୁ ଚାଲିଯାଇଛନ୍ତି। ସେ ବହୁତ କଷ୍ଟ ରେ ୫ ଶ୍ରେଣୀ ପ୍ରଯ୍ୟନ୍ତ ପଢୁଥିଲେ। କିନ୍ତୁ ଅଜଣା ରୋଗ ଯୋଗୁ ଅଧାରୁ ପାଠ ଛାଡିଲେ। ବାପା ଜଣେ ଦିନ ମଜୁରିଆ ହେତୁ ସେ ଚେରମୁଲି ଔଷଧ ବ୍ୟବସ୍ଥା କରିଥିଲେ। ଭଲ ନହେବାରୁ ଚନ୍ଦ୍ରଗିରି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ନେଇଥିଲେ। ହେଲେ ରୋଗର ଚି଼ହ୍ନଟ ହେଇପାରିଲା ନାହିଁ। ସେ ଘରେ ଝାଡା, ପରିସ୍ରା କରି ଦେଉଛନ୍ତି।  ପାଠ ପଢ଼ିବାର ପ୍ରବଳ ଇଛା, ହେଲେ ଏହି ଅସୁବିଧା ହେତୁ ବିଦ୍ୟାଳୟ ଯାଇପାରୁ ନାହାନ୍ତି। ଏହିପରି ଅନେକ ସମସ୍ୟା ଦେଇ ସେ ଗତିକରୁଥିବା ନେଇ ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା। ଏହି ବିଷୟରେ ଜାଣିବାପରେ କଳାହାଣ୍ଡିର ଯୁବ ସ୍ବେଛାସେବୀ ଯଶୋବନ୍ତ ରଣା ଟ୍ୱିଟର ଯୋଗେ ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା, ସ୍ୱାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସ ଓ ସ୍ୱାସ୍ଥ୍ୟ ବିଭାଗଙ୍କୁ ଜଣେଇ ଏହି ଶିଶୁକୁ ଉନ୍ନତ ମାନର ଚିକିତ୍ସା ଯୋଗାଇ ଦେବାକୁ ନିବେଦନ କରିଥିଲେ। ଅଭିଯୋଗ ପାଇବା ପରେ ନିକଟସ୍ଥ ପିଏସସିକକୁ ଜିଲ୍ଲାପାଳ ନିର୍ଦେଶ ଦେଇଥିଲେ। ଏହାର ଗୋଟିଏ ଦିନପରେ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ପହଂଚି ରଞ୍ଜନ ମଳିକଙ୍କ ଚିକିତ୍ସା କରିଥିଲେ। ତାଙ୍କୁ କିଛି ମେଡ଼ିସିନ ମଧ୍ୟ ଦେଇଛନ୍ତି। ଏହି ଶିଶୁର ସମସ୍ତ ଚିକିତ୍ସା ସୁବିଧା ଯୋଗାଇ ଦିଆଯିବ ବୋଲି ଜିଲ୍ଲାପାଳ ଟ୍ୱିଟର ଯୋଗେ ସୂଚନା ଦେଇଛନ୍ତି। ସ୍ବେଛାସେବୀଙ୍କ ଏହିପରି କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.