ଗୁମାପଦର ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକର ଶାନ୍ତପୁର କ୍ଲଷ୍ଟର ଅନ୍ତର୍ଗତ ଗୁମାପଦର ପ୍ରାଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ମହା ସମାରୋହରେ ଆୟୋଜିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ନର୍ଲା ବରିଷ୍ଠ ଗୋଷ୍ଠୀ ଶିକ୍ଷା ଅଧିକାରୀ ତପିମଣି ଜାନୀ, ମୁଖ୍ୟ ବକ୍ତା ଭାବେ ଶାନ୍ତପୁର ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁଜିତ କୁମାର ପଣ୍ଡା, ସମ୍ମାନିତ ଅତିଥି ଭାବେ ନର୍ଲା ନୋଡାଲ ସିଆରସିସି କେଦାରନାଥ ନାଗ, ପୂର୍ବତନ ସରପଞ୍ଚ ଟିକେରାମ ସାହୁ, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷା ଲିଲି ପୁଟେଲ, ପ୍ରଧାନଶିକ୍ଷକ ମଳୟ ମହାନନ୍ଦ, ସହକାରୀ ଶିକ୍ଷକ ପବିତ୍ର ରଣା ଯୋଗଦେଇଥିବା ବେଳେ ସଭା ପରିଚାଳନା କରିଥିଲେ ଶିକ୍ଷକ ନେପାଳ ବିଶ୍ୱାଳ। ଏଥିରେ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ସମେତ ଅଞ୍ଚଳର ଜନସାଧାରଣ ଓ ବିଶିଷ୍ଟ ବ୍ୟକ୍ତିମାନେ ଉପସ୍ଥିତ ଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.