ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଅନ୍ତର୍ଗତ ରାକ୍ସି ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ଆଜି ବାର୍ଷିକ କ୍ରିଡ଼ା ଉତ୍ସବ ଉଦଘାଟିତ ହୋଇଯାଇଛି। ପ୍ରଥମେ ଗ୍ରାମ୍ୟ ଧରଣୀ ପୀଠରେ ପୂଜାର୍ଚ୍ଚନା ପରେ ଏକ ବିଶାଳ ମଶାଲ ଯାତ୍ରା ବିଦ୍ୟାଳୟ ପରିସରକୁ ପହଞ୍ଚିଥିଲା। ସେଠାରେ ବିଦ୍ୟାଳୟରେ ପ୍ରଧାନଶିକ୍ଷକ ସତ୍ୟ ରଞ୍ଜନ ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ରାକ୍ସି ସରପଞ୍ଚ ଯେମନ୍ତ ପୋଢ, ମୁଖ୍ୟ ବକ୍ତା ଭାବେ ବରିଷ୍ଠ ଶିକ୍ଷୟତ୍ରୀ କଲ୍ୟାଣୀ ଷଡ଼ଙ୍ଗୀ, ସମ୍ମାନିତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ଅଧ୍ୟକ୍ଷ କେଦାର ଭୋଇ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉତ୍ସାହିତ କରିଥିଲେ। ଶିକ୍ଷକ ପ୍ରେମାନନ୍ଦ ସେନାପତି ମଞ୍ଚ ପରିଚାଳନା କରିଥିବାବେଳେ ବରିଷ୍ଠ ଶିକ୍ଷକ ଅଶୋକ କୁମାର ଧଙ୍ଗଡାମାଝୀ, ରଜନୀକାନ୍ତ ବିଶ୍ବାଳ, ହୃଦାନନ୍ଦ ଶବର, ଶିକ୍ଷୟିତ୍ରୀ ରଶ୍ମୀତା ତ୍ରିପାଠୀ, ସ୍ବପ୍ନା ନାଏକ ଓ ରିନା ପରିଡା ପ୍ରମୁଖ ସହଯୋଗ କରିଥିଲେ। ୨ଦିନ ଧରି ହେବାକୁ ଥିବା ଏହି କ୍ରିଡ଼ାରେ ୧୦୦ ମିଟର, ୬୦୦ ମିଟର ଓ ୮୦୦ ମିଟର ଦୈ।ଡ଼, ଉଚ୍ଚ ଡିଆଁ, ଲମ୍ବ ଡିଆଁ, ସଟପୁଟ, ଡିସକସ ଥ୍ରୋ, ଜାଭଲିନ ଥ୍ରୋ ଆଦି ପ୍ରତିଯୋଗିତାରେ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଛନ୍ତି। ଖେଳ ପରିଚାଳନା କରୁଛନ୍ତି ବିଦ୍ୟାଳୟର କ୍ରିଡ଼ା ଶିକ୍ଷକ ଶଙ୍କର୍ଷଣ ଗୈାଡ।