ନାଟ୍ୟକାର ଡିଲେଶ୍ବର ରଣାଙ୍କ ଜୀବନଧର୍ମୀ ନାଟକ ‘ସେଁର୍‌ରା’ ଜାତୀୟ ନାଟକ ମହୋତ୍ସବରେ ହେଲା ମଂଚସ୍ଥ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନିଲେଶ କୁମାର ନାଗ): ଭବାନୀପାଟଣା ଟାଉନହଲଠାରେ କଳାହାଣ୍ଡି କଳାକାର ସଙ୍ଘ ପକ୍ଷରୁ ଆୟୋଜିତ ଜାତୀୟ ନାଟକ ମହୋତ୍ସବରେ ମଂଚସ୍ଥ ହୋଇଯାଇଛି ଜୀବନଧର୍ମୀ ନାଟକ ‘ସେଁର୍‌ରା’। ପ୍ରଧାନମନ୍ତ୍ରୀ ଯୁବ ପୁରସ୍କାରପ୍ରାପ୍ତ ଲେଖକ ତଥା ନାଟ୍ୟକାର ଡିଲେଶ୍ୱର ରଣା ଏହାକୁ ରଚନା କରିଥିବା ବେଳେ ନିର୍ଦ୍ଦେଶନା ଦେଇଥିଲେ ଯୁବ ନିର୍ଦ୍ଦେଶକ ସୌରଭ ମହାପାତ୍ର। ବର୍ତ୍ତମାନ ସମୟରେ ବିଲୁପ୍ତ ହୋଇଆସୁଥିବା ହସ୍ତକଳା ତଥା ମାଟିକଳା ଏବଂ ତାକୁ ଉପଜୀବ୍ୟ କରି ବଂଚି ଆସୁଥିବା କଳାକାରଙ୍କ ଜୀବନ ଏହି ନାଟକରେ ପ୍ରଦର୍ଶିତ ହୋଇଛି। ଆଧୁନିକତାର ଛାପରେ ଆମେ ସୁବିଧାବାଦୀ ହେବା ଲକ୍ଷ୍ୟରେ ଭୁଲିଯାଉଛେ ଆମର ଇତିହାସ, ପରମ୍ପରା ଓ ପାରମ୍ପରିକ କଳା; ଯାହା ଏଠାରେ ସ୍ଥାନିତ ହୋଇଛି। କାଳକ୍ରମେ କେମିତି ପୃଥିବୀରୁ କୁମ୍ଭାର ଓ ତାଙ୍କ କାରିଗରୀ ଲୋପ ପାଇଯିବ ତାହା ଏଥିରେ ଦର୍ଶାଯାଇଛି। ଏହି ନାଟକରେ ବିଭିନ୍ନ ଭୂମିକାରେ ଡ. ଦୀନବନ୍ଧୁ ସାହୁ, ପ୍ରବୀର ମିଶ୍ର, ତ୍ରିମୋହନ ସାହୁ, ସ୍ୱାଧୀନ ପାତ୍ର, ଦୀପ୍ତିମୟୀ ସିଂ, ଆର୍ଯ୍ୟା ନାଏକ, ସୌମ୍ୟରଂଜନ ଜେନା, ଦିବାକର ସାହୁ, ଡିଲେଶ୍ୱର ରଣା, ତଥାଗତ ମିଶ୍ର, ଅମରେନ୍ଦ୍ର ମହାନ୍ତି, ରାମେଶ୍ୱର ତ୍ରିପାଠୀ, ପ୍ରଜ୍ଞା ପରିମିତା ନାୟକ, ଶୁଭମ ବେହେରା, ପ୍ରିୟଙ୍କା ପଟ୍ଟନାୟକ, ଆଲୋକ ସାହୁ, ଗୋପୀଧର ନାୟର, ଧନଞ୍ଜୟ ସାହୁ, ସାଇ ସନୟା ପ୍ରଧାନ, ଆରୁଷି ପ୍ରଧାନ, ତ୍ରିନାଥ ଶ୍ୟାମ କୁମାର, ସୂର୍ଯ୍ୟାସୁଂ ସାହୁ ପ୍ରମୁଖ ଅଭିନୟ କରିଥିଲେ। ସଙ୍ଗୀତ ପରିଚାଳନା କରିଥିଲେ ପ୍ରଦୀପ କୁମାର ସିଂ,ଲିପ୍ସା ମହାରଣା, ପ୍ରଭୁରଞ୍ଜନ ନାଏକ, ଅଜୟ ଗୋପାଳ, ରଘୁନାଥ ଠାକୁର। ଲାଇଟ ଓ ମେକଅପରେ ଥିଲେ ଆଶୁତୋଷ ପୁରୋହିତ। ନାଟକଟି ଶେଷ ପର୍ଯ୍ୟନ୍ତ ଦର୍ଶକଙ୍କୁ ବାନ୍ଧି ରଖିଥିଲା। କଳାହାଣ୍ଡି କଳାକାର ସଂଘ ପକ୍ଷରୁ ସଭାପତି ଅବଦୁଲ କାଦିର ଓ ସମ୍ପାଦକ ରିୟାଜ ଖାନ ସହଯୋଗ କରିଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.