ପ୍ରତିଶ୍ରୁତି ରଖିଲା କଂଗ୍ରେସ: ସରକାରୀ କର୍ମଚାରୀଙ୍କ ପାଇଁ ପୁଣିଥରେ ଲାଗୁ ହେଲା ପେନ୍‌ସନ ଯୋଜନା

ଓଡ଼ିଆ ବାର୍ତ୍ତା/ ଶିମଲା: ହିମାଚଳ ପ୍ରଦେଶରେ ସରକାର ଗଠନ କରିବା ପରେ ପ୍ରତିଶ୍ରୁତି ପୂରଣ କରିଛି କଂଗ୍ରେସ। ସରକାରୀ କର୍ମଚାରୀଙ୍କ ପାଇଁ ପୁଣିଥରେ ପୁରୁଣା ପେନ୍‌ସନ ସ୍କିମ୍ ଲାଗୁ ହୋଇଛି। ଶୁକ୍ରବାର ମୁଖ୍ୟମନ୍ତ୍ରୀ ସୁଖବୀର ସିଂହ ସୁଖୁ ପେନ୍‌ସନ୍‌ ଯୋଜନା ଲାଗୁ ହୋଇଥିବା ଘୋଷଣା କରିଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ୱିଟ୍‌ କରି ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ନିକଟରେ ଶେଷ ହୋଇଥିବା ବିଧାନସଭା ନିର୍ବାଚନରେ ପୁରୁଣା ପେନସନ ସ୍କିମ୍ ପ୍ରସଙ୍ଗ ପାଲଟିଥିଲା। କ୍ଷମତାକୁ ଆସିଲ କଂଗ୍ରେସ ପୁଣିଥରେ ଏହାକୁ ଲାଗୁ କରିବ ବୋଲି କହିଥିଲା। ଆଉ ଦଳ ସରକାର ଗଠନ କରିବା ପରେ ପ୍ରତିଶ୍ରୁତି ପୂରଣ କରିଛି। ଏହି ଯୋଜନା ଲାଗୁ ହେବା ୧.୩ ଲକ୍ଷ ଲୋକେ ଲାଭବାନ ହେବେ। କଂଗ୍ରେସର ଏହି ଘୋଷଣା ରାଜ୍ୟରେ ବିଜେପି ପରାସ୍ତର ମୁଖ୍ୟ କାରଣ ହେଲା ବୋଲି କୁହାଯାଉଛି। ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିବା ପରେ ତୁରନ୍ତ ଏହି ନିର୍ଦ୍ଦେଶକୁ ଲାଗୁ କରାଯାଇଛି। ରାଜ୍ୟରେ ଲୋହଡ଼ି ପର୍ବ ଚାଲୁଥିବା ବେଳେ ଏହା ରାଜ୍ୟବାସୀଙ୍କ ପାଇଁ ଲୋହଡ଼ି ଉପହାର ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ହିମାଚଳ ପ୍ରଦେଶ ପୂର୍ବରୁ ରାଜସ୍ଥାନ, ଛତିଶଗଡ଼, ଝାରଖଣ୍ଡ ଓ ପଞ୍ଜାବରେ ପୁରୁଣା ପେନ୍‌ସନ ଯୋଜନା ଲାଗୁ କରିବାକୁ ଘୋଷଣା କରାଯାଇଛି। ପୁରୁଣା ନିୟମ ଅନୁସାରେ ସରକାରୀ କର୍ମଚାରୀ ଚାକିର ୨୦ ବର୍ଷ ପୂରଣ କରଥିବେ ସେମାନେ ଅବସର ନେବା ପୂର୍ବରୁ ପାଉଥିବା ଦରମାର ୫୦ ପ୍ରତିଶତ ପେନସନ ପାଇବେ। ତେବେ ନୂଆ ପେନ୍‌ସନ ନିୟମ ଅନୁସାରେ ସରକାରୀ କର୍ମଚାରୀ ନିଜ ଦରମାରୁ ୧୦-୧୪ ପ୍ରତିଶତ ଯୋଗଦାନ କରିବେ ବୋଲି ଘୋଷଣା ହୋଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.