ମହାନଦୀ ଯୁବ ସଂଗଠନ ପକ୍ଷରୁ ବିନିକା ହାଇସ୍କୁଲରେ ପରିବେଶ ସୁରକ୍ଷା କର୍ମଶାଳା ଅନୁଷ୍ଠିତ 

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ମହାନଦୀ ଯୁବ ସଙ୍ଗଠନ ପରିବେଶ ସୁରକ୍ଷା ଅଭିଯାନକୁ ସୁଦୂର ପ୍ରସାରୀ କରିବା ସଙ୍ଗେ ସଙ୍ଗେ ଧୀରେ ଧୀରେ ଜନ ସଚେତନତା ବୃଦ୍ଧି କରିବା ପରିପ୍ରେକ୍ଷୀରେ ଆଜି ବିନିକା ଉଚ୍ଚ ବିଦ୍ୟାଳୟରେ ଶିକ୍ଷର୍ଥୀ ଓ ଶିକ୍ଷକ ମାନଙ୍କୁ ନେଇ ପରିବେଶ ପ୍ରଦୂଷଣ ସମ୍ପର୍କିତ କର୍ମଶାଳା ସଙ୍ଗଠନ ତରଫରୁ ଅନୁଷ୍ଠିତ ହୋଇଯାଇଛି।

ପ୍ରଧାନ ଶିକ୍ଷକ  ନୀଳାଞ୍ଚଳ ମେହେରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସମ୍ବାନୀତ ଅତିଥି ଭାବେ ଉମାକାନ୍ତ ସିଂ ଯୋଗଦାନ ସହ ପରିବେଶ ସମ୍ପର୍କିତ ସରକାରୀ କାର୍ଯ୍ୟକ୍ରମ ଓ ଯୋଜନାର ରୂପାୟନ ଉପରେ ଆଲୋକପାତ କରିଥିବାବେଳେ ମହାନଦୀ ସଙ୍ଗଠନର ପ୍ରତିଷ୍ଠାତା କ୍ଷିର ସାଗର ବିଭାର ଶିକ୍ଷର୍ଥୀ ମାନଙ୍କୁ ପରିବେଶ ପ୍ରଦୂଷଣ ମାଧ୍ୟମରେ ବିଶ୍ୱ ତାପନ, ଜଳ ଓ ଜଙ୍ଗଳ ପ୍ରଦୂଷଣ ସହ ମଞ୍ଜି ସଂଗ୍ରହ ଏବଂ ବଣ୍ଟନ ସହ ଚାରା ରୋପଣ ଉପରେ ଗୁରୁତ୍ୱାରୋପ କରି ପଲିଥିନ ବ୍ୟବହାରର କୁ ପ୍ରଭାବ ଓ ପରିବେଶ ପ୍ରଦୂଷଣରେ ଏହାର ଭୂମିକା, ନିମ୍ନ ମୁହାଁ ଜଳସ୍ତର ଯୋଗୁଁ ପରିବେଶ ସନ୍ତୁଳନରେ ପୋଲିଥିନ ବର୍ଜନ ଓ ଖାଲି ପାଣି ବୋତଲ ରେ ପଲିଥିନ ବ୍ରିକ୍ସ ତିଆରି ଉପରେ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ ।

ଅନ୍ୟତମ ଅତିଥି ମାନଙ୍କ ମଧ୍ୟରେ  ବିଜୟ ବରାଇ କାଉନସେଲର ବିନିକା, ପ୍ରକାଶ ଅଗ୍ରୱାଲ ସଂଗଠନ ସଭାପତି, ସୀତାରାମ ଦାସ, ଶିକ୍ଷୟିତ୍ରୀ ଆକାଂଶା ସୁବୁଦ୍ଧି, ସୁନିତା ବିଶି, ସସ୍ମିତା ବିଶି, ଅଶୋକ ମିର୍ଦ୍ଧା ଶିକ୍ଷକ ସହ ବହୁ ଛାତ୍ର କାର୍ଯ୍ୟକ୍ରମ ରେ ଅଂଶ ଗ୍ରହଣ କରିଥିବାବେଳେ ଶିକ୍ଷକ କୃଷ୍ଣଚନ୍ଦ୍ର ମହାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.