ଉଦଯାପିତ ହେଲା ରାୟଗଡ଼ା ସ୍ଵୟଂଶାସିତ ମହାବିଦ୍ୟାଳୟ ବାର୍ଷିକ କ୍ରୀଡ଼ା ପ୍ରତିଯୋଗିତା

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡ ସ୍ୱୟଂଶାସିତ ମହାବିଦ୍ୟାଳୟର ବାର୍ଷିକ କ୍ରୀଡା ପ୍ରତିଯୋଗିତା  ଉଦ୍‌ଯାପିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଳାପାଳ ସୋମନାଥ ପ୍ରଧାନ, ସମ୍ମାନୀୟ ଅତିଥି ରୂପେ ରାୟଗଡ଼ା ପୌରାଞ୍ଚଳର ନଗରପାଳ ପି. ମହେଶ ପଟ୍ଟନାୟକ ଉପସ୍ଥିତ ରହି କୃତି କ୍ରିଡ଼ାବିତ୍‌ ମାନଙ୍କୁ ପୁରସ୍କାର ବିତରଣ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ପ୍ରଶନ୍ନ କୁମାର ଗନ୍ତାୟତ ଏହି ଉତ୍ସବରେ ଅଧ୍ୟକ୍ଷତା କରିଥିଲେ। କ୍ରୀଡ଼ା ପ୍ରତିଯୋଗିତାରେ ଉଚ୍ଚ ମାଧ୍ଯମିକ, ସ୍ନାତକ ଓ ସ୍ନାତକୋତ୍ତର ଶ୍ରେଣୀର ୪୦୦ ରୁ ଉର୍ଦ୍ଧ ପ୍ରତିଯୋଗି ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୯୬ ଜଣ କୃତୀତ୍ଵ ହାସଲ କରିଥିଲେ। ଉଚ୍ଚ ମାଧ୍ୟମିକ ଶ୍ରେଣୀର ବାଳକ ବିଭାଗରେ ଶିବ ମିନିୟାକା ଏବଂ ବାଳିକା ବିଭାଗରେ ଗୀତାଞ୍ଜଳୀ କାରୁଆଁ, ସ୍ନାତକ ଶ୍ରେଣୀର ଛାତ୍ର ବିଭାଗରେ ବିଡ଼ିକା ସିଧୁ ଏବଂ ଛାତ୍ରୀ ବିଭାଗରେ ସୁପ୍ରିୟା କିଲାକା ଚ଼ମ୍ପିୟାନ୍‌ ହୋଇଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମକୁ କ୍ରୀଡା ସଂସଦର ଉପସଭାପତି କେ. ଶଶି, ସହ ଉପସଭାପତି ଗିରୀସ୍‌ ପଟ୍ଟନାୟକ, ଅଶୋକ କୁମାର ସାହୁ, ମନୋଜ ପଟ୍ଟନାୟକ, ସ୍ନେହାଞ୍ଜଳୀ ପାଣ୍ଡେ, ଦମୟନ୍ତି ବାଗ, ମନ୍ମଥ ଟୋଇକା ଓ ଅନ୍ୟମାନେ ଉପସ୍ଥିତ ରହି ପରିଚାଳନା କରିଥିଲେ। କ୍ରୀଡ଼ା ପରିଚାଳନା ଖେଳ ଶିକ୍ଷକ ଆଶିଷ ପୁଜାରୀ, ସୁଧିର ସ୍ୱାଇଁ, ଗୌରୀ ସାହୁ, ପ୍ରମୋଦ ପ୍ରଧାନ, ଅରୁଣାଞ୍ଚଳ ଦାସ ଓ ବି.ରାମୁ  କରିଥିଲେ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.