ସାହିତ୍ୟିକ କବି ବନ୍ଧୁ ପରିବାର ବାଲେଶ୍ଵର ପକ୍ଷରୁ ଗୀତାମୃତ ପାରାୟଣ

ଓଡ଼ିଆ ବାର୍ତ୍ତା/ ବାଲେଶ୍ଵର: ସାହିତ୍ୟିକ କବି ବନ୍ଧୁ ପରିବାରର ବାଲେଶ୍ଵର ତରଫରୁ ଗୀତାମୃତ ପାରାୟଣ କାର୍ଯ୍ୟକ୍ରମ  ସମ୍ପାଦିକା ପ୍ରଣତି ମହାପାତ୍ରଙ୍କ ପରିଚାଳନାରେ, ସଭାପତି ଦେବେନ୍ଦ୍ର କୁମାର ନାଏକଙ୍କର ସଭାପତିତ୍ୱରେ ଏବଂ ବୈଜ୍ଞାନିକ ଅଧିକାରୀ ଅରୁଣ କୁମାର ମହାପାତ୍ରଙ୍କର ପୌରୋହିତ୍ୟରେ ଆଭାସୀ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି। ପ୍ରାରମ୍ଭରେ ପଣ୍ଡିତ ପ୍ରଦୀପ୍ତ ମିଶ୍ର ଓମକାର ନାଦଧ୍ବନି, ବସୁମତୀ ଦାସ ସ୍ବାଗତ ସଂଗୀତରେ ସମସ୍ତଙ୍କୁ ସୁସ୍ଵାଗତ ଜଣାଇବା ସହ ଡ଼ଃ ପ୍ରିୟମ୍ବଦା ସାମଲ ଅତିଥି ପରିଚୟ, ସମସ୍ତଙ୍କୁ ଶୁଭେଚ୍ଛା ଓ ସୁସ୍ବାଗତ କରିଥିଲେ।

Omkar Vasthu
Omkar Vasthu

ଚତୁର୍ଦ୍ଦଶ ଅଧ୍ୟାୟ ଗୁଣତ୍ରୟ ବିଭାଗ ଯୋଗଃର ସାତଟି ଶ୍ଲୋକ ଖୁବ ସୁନ୍ଦର ଭାବରେ ଆଲୋଚନା କରିଥିଲେ ଧନଞ୍ଜୟ ମିଶ୍ର ମହୋଦୟ। ଅନେକ ପ୍ରସଙ୍ଗ ଭିତ୍ତିକ କଥା ଉପରେ ପ୍ରାଞ୍ଜଳ ଭାବରେ ଅନେକ ତତ୍ତ୍ବପୂର୍ଣ୍ଣ ଓ ତଥ୍ୟଭିତ୍ତିକ ପ୍ରସଙ୍ଗ ଉତ୍ଥାପନ କରିଥିଲେ ପଣ୍ଡିତ ମିଶ୍ର ମହାଭାଗ। ଅଧ୍ୟାପକ ପ୍ରଦୀପ୍ତ ମିଶ୍ରଙ୍କର ଦିଗଦର୍ଶନରେ ନୀଳଗିରି ଡିଗ୍ରୀ ମହିଳା ମହାବିଦ୍ୟାଳୟର ଛାତ୍ରୀମାନେ ପ୍ରଥମେ ବସୁମତୀ ଦାସ ସ୍ବାଗତ ସଂଗୀତରେ ସମସ୍ତଙ୍କୁ ଅବିଭୂତ କରିଥିଲେ ଏବଂ ପରେ ବସୁମତୀ ଦାସ, ସୁଶ୍ରୀ ଲକ୍ଷ୍ମୀପ୍ରିୟା, ପ୍ରଧାନ, ସୁଶ୍ରୀ ଭାର୍ଗବୀ ରାଉତ ସୁଲଳିତ ସ୍ବରରେ ଗୀତାମୃତ ପାରାୟଣ କରିଥିଲେ।

Pearl dental clinic
Near Ashish Medical Store, Bhawanipatna

ଚତୁର୍ଦ୍ଦଶ ଅଧ୍ୟାୟ :-ଗୁଣତ୍ରୟ ବିଭାଗ ଯୋଗରେ ହୋଇଥିବା ଆଲୋଚନାରେ ଧନଞ୍ଜୟ ମିଶ୍ର ସର୍ବପ୍ରଥମେ ମହାଭାରତ କଥା, ଗୀତାର ଆରମ୍ଭ, ପ୍ରଥମ ଅଧ୍ୟାୟ ରୁ ତ୍ରୟୋଦଶ ଅଧ୍ୟାୟ ପର୍ଯ୍ୟନ୍ତ ଚୁମ୍ବକରେ ବର୍ଣ୍ଣନା କରିଥିଲେ , ତା ସହ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ତ୍ରିଗୁଣ ସମ୍ପର୍କରେ ବୁଝାଇଥିବା କଥା ଆଲୋଚନା କରିଥିଲେ। ଏକବିଂଶ ତମ ଶ୍ଲୋକରେ ଦ୍ବିତିକୃଷ୍ଣ ପଚାରିଥିଲେ ହେ ପ୍ରଭୁ, କେଉଁ ଲକ୍ଷଣ ପ୍ରକାଶ ପାଇଲେ ଦେହୀ ତ୍ରିଗୁଣକୁ ଅତିକ୍ରମ କରିଛି ବୋଲି ଜଣାଯାଏ ଓ କେଉଁ ଉପାୟରେ ତ୍ରିଗୁଣକୁ ଅତିକ୍ରମ କରିବାକୁ ହୁଏ। ଭଗବାନ ଉତ୍ତରରେ କହିଥିଲେ, ପ୍ରକାଶ, ପ୍ରବୃତ୍ତି, ସମ୍ମୋହ – – ସତ୍ତ୍ଵ, ରଜ ,ତମ ଗୁଣ ବିଶେଷ ଅଟେ। ଏ ସବୁ ଉପସ୍ଥିତିରେ ଯିଏ ଅବିଚଳିତ, ଥାଏ ବା କୌଣସିର ଆକାଂକ୍ଷା ନ ରଖେ ସେ ଗୁଣାତୀତ ଅଟନ୍ତି।
ଯିଏ ଆତ୍ମନିଷ୍ଠ,ସୁଖ ଦୁଃଖ, ମାଟି ପଥର,ସୁନା,ହୀରା, ନିନ୍ଦା ପ୍ରଶଂସା,ମିତ୍ର ଶତ୍ରୃ,ପ୍ରିୟ ଅପ୍ରିୟ ପ୍ରତି ସମଭାବାପନ୍ନ ଓ ସକଳ ଉଦ୍ୟମ ପରିତ୍ୟାଗୀ ସେ ଗୁଣାତୀତ ଅଟନ୍ତି। ଯିଏ ଏକନିଷ୍ଠ ଭକ୍ତି ଯୋଗରେ ସେବା କରେ, ସେ ତ୍ରିଗୁଣକୁ ଅତିକ୍ରମ କରି ବ୍ରହ୍ମଭାବ ପାଇବାକୁ ଯୋଗ୍ୟ ହୁଏ। ମୁଁ ଅମୃତମୟ,  ଅବ୍ୟୟ, ଶାଶ୍ବତ, ଧର୍ମମୟ ତଥା ଐକାନ୍ତିକ ସୁଖଦ୍ବାରା ବ୍ରହ୍ମଙ୍କର ଆଶ୍ରୟ ଅଟେ।
ଆଲୋଚନା ସମୟରେ ଓଡ଼ିଶାର ମୂର୍ଦ୍ଧନ୍ୟ ପଣ୍ଡିତ ମାନଙ୍କ ଉପସ୍ଥିତି ସମସ୍ତଙ୍କୁ ପ୍ରେରଣା ଯୋଗାଇଲା। ଉକ୍ତ ସତସଙ୍ଗ କାର୍ଯ୍ୟକ୍ରମରେ ବିଭିନ୍ନ ସ୍ଥାନରୁ ୩୨ରୁ ଉର୍ଦ୍ଧ୍ବ ସତସଙ୍ଗୀ ଗୀତା ପ୍ରେମୀ ଯୋଗ ଦେଇ ଏ ମହତ୍ ବାଣୀ ସାହିତ୍ୟିକ କବି ବନ୍ଧୁ ପରିବାରର ଏ କାର୍ଯ୍ୟକ୍ରମ ମାଧ୍ୟମରେ ଶ୍ରବଣ କରି କାର୍ଯ୍ୟକ୍ରମକୁ ସାଫଲ୍ୟ ମଣ୍ଡିତ କରିଥିଲେ। ସମସ୍ତେ ଭାବବିହ୍ବଳିତ ହୋଇ ପଣ୍ଡିତଙ୍କ ବ୍ୟାଖ୍ୟା ଉପଭୋଗ କରିଥିଲେ। ରୀତା ଅପରାଜିତା ମହାନ୍ତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିବା ବେଳେ ରତିନାରାୟଣ ରାଉତ ଶାନ୍ତିପାଠ କରି ସତସଙ୍ଗ ସାଙ୍ଗ କରିଥିଲେ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.