ତୁର୍ଲା ଡ଼୍ୟାମରେ ମାଛ ମଡ଼କ: ପାଣିରେ ଭାସୁଛନ୍ତି ଅସଂଖ୍ୟ ମଲା ମାଛ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ଚିଆଁପଦର ଗାଁ ନିକଟରେ ଥିବା ତୁର୍ଲା କ୍ଷୁଦ୍ର ଜଳସେଚନ ପ୍ରକଳ୍ପ (ଡ଼୍ୟାମ)ରେ ହଜାର ହଜାର ସଂଖ୍ୟାରେ ମାଛ ମରି ଭାସୁଥିବା ଦେଖିବାକୁ ମିଳିଛି। ମାଛ ମରିଯାଉଥିବାରୁ ଡ଼୍ୟାମର ପାଣି ଦୂଷିତ ହେବାସହ ଦୁର୍ଗନ୍ଧରେ ନାକ ଫାଟି ପଡୁଛି। ତେବେ ମାଛ ମଡ଼କର କାରଣ ଜଣା ପଡ଼ିନାହିଁ। ଏହି ଡ଼୍ୟାମ ନର୍ଲା ବ୍ଲକର ଚିଆଁପଦର, ଅର୍ଜୁନ ଗାଁ ଓ ବୁଢୀପଦର ଗ୍ରାମର ଶହ ଶହ ଏକର ପରିମିତ ଜମି ଉପରେ ରହିଛି। ଏହାର ପାଣି ଦ୍ବାରା ଚିଆଁପଦର ଗ୍ରାମର ଅଳ୍ପ ଜମି ସମେତ କେସିଙ୍ଗା ବ୍ଲକର ଶହ ଶହ ଏକର ଚାଷଜମିରେ ଜଳ ସେଚନ କରାଯାଉଛି। ଡ଼୍ୟାମର କେନାଲ ଦେଇ ଜମି ମାନଙ୍କୁ ପାଣି ଯାଇଥାଏ। ଆଖପାଖ ଗ୍ରାମବାସୀମାନେ ଖରାଦିନେ ଏହି ଜଳକୁ ଗାଧୋଇବା ପାଇଁ ବ୍ୟବହାର ମଧ୍ୟ କରିଥାନ୍ତି। ଚିଆଁପଦର ଓ ଅର୍ଜୁନ ଗାଁର ଅନେକ ଲୋକ ସିଧା ଡ଼୍ୟାମକୁ ଆସି ଗାଧୋଇଥାନ୍ତି। ତେବେ କିଛିଦିନ ହେଲା ତୁର୍ଲା ଡ଼୍ୟାମରେ ମାଛ ମରିଯାଉଥିବାରୁ ଏହି ଜଳ ବ୍ୟବହାର ଅନୁପଯୋଗୀ ହୋଇପଡିଛି। ଆଦ୍ୟଶକ୍ତି ତୁର୍ଲା ମତ୍ସ୍ୟ ଉତ୍ପାଦକ କମିଟି (ଟିଏଫସିଏଫ) ଦ୍ବାରା ଏଠାରେ ମାଛ ଚାଷ କରାଯାଇଛି। ଏହି ଅଞ୍ଚଳର ଅନେକ ପରିବାର ମାଛ ଚାଷ କରି ଜୀବିକା ନିର୍ବାହ କରିଥାନ୍ତି। ତେବେ ବର୍ତ୍ତମାନ ଲକ୍ଷାଧିକ ଟଙ୍କାର ମାଛ ମରିପଡିଥିବାରୁ ମତ୍ସ୍ୟ ଉତ୍ପାଦକ ଗୋଷ୍ଠୀଙ୍କ ମଧ୍ୟରେ ଭାଲେଣୀ ପଡିଯାଇଛି। ତେଣୁ ଏହାର ପ୍ରତିକାର କରିବା ପାଇଁ ଆଦ୍ୟଶକ୍ତି ତୁର୍ଲା ଟିଏଫସିଏଫର ସଭାପତି ଗଜପତି ଗଉଡ, ସମ୍ପାଦକ ସୁରେଶ ଚନ୍ଦ୍ର ଭୋଇ ଓ କମିଟିର ସଭ୍ୟସଭ୍ୟା ବୃନ୍ଦ ଦାବି କରିଛନ୍ତି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.