ଓଡ଼ିଆ ବାର୍ତ୍ତା/ ଖଲ୍ଲିକୋଟ (ମାଧବ ବେହେରା): ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ କେଶପୁର ପଞ୍ଚାୟତ ମୋହନପୁର ଠାକୁରାଣୀ ମନ୍ଦିର ପରିସରରେ ପଞ୍ଚାୟତ ସ୍ତରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ କର୍ମଶାଳାରେ ବି ସି ସି ବ୍ୟାଙ୍କ ସୁପରଭାଇଜର ପବିତ୍ର ମୋହନ ପଲେଇ , ବ୍ଲକ ଅଧକ୍ଷ ଦୈତାରୀ ବେହେରା, ମୋହନପୁର ସେଵା ସମବାୟ ସମିତି ସଭାପତି ରମେଶ ଚନ୍ଦ୍ର ପରିଡା, ସମ୍ପାଦକ ରାଜେନ୍ଦ୍ର ପରିଡା, ସରପଞ୍ଚ ବିଚିତ୍ର ଜାଲି ବିସିସି ବ୍ୟାଙ୍କ ପୂର୍ବତନ ମ୍ୟାନେଜର ଦୁର୍ଗା ପ୍ରସାଦ ରାଉଳ ପୂର୍ବତନ ପଂଚାୟତ ସମିତିସଭ୍ୟ ବାବୁଲା ପରିଡା ପ୍ରମୁଖ ଯୋଗଦେଇ ସମବାୟ ବ୍ୟାଙ୍କ ଋଣ ଓ ବ୍ୟାଙ୍କିଙ୍ଗ ସେବା ବିଷୟରେ ସମସ୍ତଙ୍କୁ ଅବଗତ କରିଥିଲେ ଚାଷୀ ମାନଙ୍କୁ ସମସ୍ତ ସୁବିଧା ମିଳିବା ସହ ଜମି ଥିବା ଚାଷୀ କୁ ଜମି ପରିମାଣ ହିସାବରେ ଋଣ ଦେବା ସହ ଏକଲକ୍ଷ ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ମିଳିବା ଏବଂ ଜମି ନଥିବା ଚାଷୀ ମାନଙ୍କୁ ଭାଗ ଚାଷୀ ମାଧ୍ୟମରେ ଋଣ, ଅନ୍ୟାନ୍ୟ ଚାଷୀ ମାନଙ୍କୁ ଶତକଡା ୨ ଟଂକା ସୁଧରେ ରୁଣ ସୁବିଧା ଥିବା ପ୍ରକାଶ କରିଥିଲେ। କର୍ମଶାଳାରେ ୨୫୦ରୁ ଉର୍ଦ୍ଧ ପୁରୁଷ ଓ ମହିଳା ଚାଷୀ ମାନେ ଅଂଶ ଗ୍ରହଣ କରିଥିଲେ।