ଆୟାଂଶ ଭୋଇଙ୍କ ଜନ୍ମଦିନ ଅବସରରେ ଭବାନୀଶଙ୍କର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ରକ୍ତଦାନ ଶିବିର 

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅନ୍ତର୍ଗତ ସରିଆଁ ଗ୍ରାମର ହିମାଂଶୁ ଭୋଇ ଓ ଝିଲି ଭୋଇଙ୍କ ସୁପୁତ୍ର ଆୟାଂଶଙ୍କ ଜନ୍ମଦିନ ଅବସରରେ ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଏକ ସ୍ବେଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଶିବିରରେ ଅନୁଷ୍ଠାନର ଉପଦେଷ୍ଟା ସ୍ୱାଧୀନ କୁମାର ଭୋଇ, ସରୋଜ ମହାପାତ୍ର, ରାମେଶ୍ୱର ଭୋଇ, ଦେବରାଜ ଧଙ୍ଗଡା ମାଝୀ, ଜ୍ୟୋତିଷ ସାହୁଙ୍କ ସମେତ ୪୦ଜଣ ରକ୍ତଦାତା ସ୍ବେଚ୍ଛାକୃତ ଭାବେ ରକ୍ତ ଦାନ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ନର୍ଲା ବ୍ଲକ ଜୋନ୍-୨ ଜିଲ୍ଲା ପରିଷଦ ସଦସ୍ୟ ହରିଶଙ୍କର ମାଝୀ ଏବଂ ସମ୍ମାନିତ ଅତିଥି ଭାବରେ ଅନୁଷ୍ଠାନର ସଭାପତି ଦୁର୍ବାଦଳ ଭୋଇ ଯୋଗଦାନକରି ରକ୍ତଦାତାମାନଙ୍କୁ ଉତ୍ସାହିତ କରିଥିଲେ । କାର୍ଯ୍ୟକ୍ରମରେ ନେତାଜୀ କ୍ଲବ ବଲବସପୁର, ନୀଳଚକ୍ର ସାଂସ୍କୃତିକ ଅନୁଷ୍ଠାନ ପଲସାପଡା, ଅର୍ଜୁନ ଗାଁ, ବଡ଼ଗୁଣ୍ଡରି, ବଡ଼ବ୍ରାହ୍ମଣୀ, ଟୋଲବ୍ରାହ୍ମଣୀ ପ୍ରମୁଖ ଗ୍ରାମରୁ ରକ୍ତଦାତାମାନେ ଆସି ରକ୍ତଦାନ କରିଥିଲେ । ଅନୁଷ୍ଠାନର ସମ୍ପାଦକ ମିଲନ କୁମାର ଭୋଇ,  ଉପସଭାପତି ସୁକଦେବ ସାହୁ, ଅନୁଷ୍ଠାନର ସକ୍ରୀୟ ସଦସ୍ୟ ଅସୀମ ଭୋଇ, ପ୍ରତ୍ୟୁଷ ଭୋଇ, ସୁନନ୍ଦ ଭୋଇ, ଅଜିତ ସାହୁ, ସୌରଭ ଭୋଇ, ଭକ୍ତ ବିଶ୍ୱାଳ, ପପୁ ସାହୁ, ପ୍ରଶାନ୍ତ ସାହୁ, ସଲିଲ ଡାକୁଆ, ପ୍ରବୀଣ ସେଠୀ, ଅଚ୍ୟୁତାନନ୍ଦ ଭୋଇ, ସମୀର ଥନାପତି, ନରେଶ ନାଏକ, ସୁଶାନ୍ତ ବିଶ୍ୱାଳ, ମଣ୍ଟୁ ମାଝୀ, ଶେଷଦେବ ଯାନୀ, ପପୁ ଗଉଡ଼, ପ୍ରଶାନ୍ତ ସୁନା ପ୍ରମୁଖ ଶିବିର ପରିଚାଳନାରେ ସହଯୋଗ କରିଥିଲେ । କଳାହାଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମେଡିକାଲ ଅଫିସର ଡ଼. ଅନୁଜା ପାଣ୍ଡେଙ୍କ ଉପସ୍ଥିତରେ ଭବାନୀପାଟଣା ରକ୍ତଭଣ୍ଡାରର ଟେକ୍ନିସିଆନ କୃଷ୍ଣଚନ୍ଦ୍ର ସାହୁ, ଗିରିଶ ନାଏକ, ସଂଜୀବ ମହାକୁଡ଼ ପ୍ରମୁଖ ରକ୍ତ ସଂଗ୍ରହ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.