ମହାନଦୀ ଯୁବ ସଂଗଠନ ତରଫରୁ ସଡକ ସୁରକ୍ଷା ସପ୍ତାହ ପାଳିତ 

ଓଡିଆ ବାର୍ତ୍ତା / ସୋନପୁର (ସର୍ଜନ କୁମାର ପାଣ୍ଡେ): ଏପ୍ରିଲ ୧ ରୁ ୭ ତାରିଖ ପର୍ଯ୍ୟନ୍ତ ସାରା ରାଜ୍ୟରେ ପାଳିତ ହେଉଛି ଦୁର୍ଘଟଣା ମୁକ୍ତ ସପ୍ତାହ। ଏହି କ୍ରମରେ ଆଜି ବିନିକା ସ୍ଥିତ ମହିଳା ଡିଗ୍ରୀ ମହାବିଦ୍ୟାଳୟ ଠାରେ ମହାନଦୀ ଯୁବ ସଙ୍ଗଠନ ତରଫରୁ ସଡକ ସୁରକ୍ଷା ସପ୍ତାହ ପାଳିତ ହୋଇଯାଇଛି ।

ମହାବିଦ୍ୟାଳୟର ପ୍ରିନ୍ସିପାଲ ମୀନକେତନ ପଧାନଙ୍କ ପୌରହିତ୍ୟରେ ଏନେଇ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବିନିକା ଆଇଆଇସି ପବିତ୍ର କୁମାର ସାହୁ, ରଞ୍ଜୟ କୁମାର ନାଏକ ସହ ମହାନଦୀ ଯୁବ ସଂଗଠନ ର ସଭାପତି ପ୍ରକାଶ ଅଗ୍ରୱାଲ,ମହାବିଦ୍ୟାଳୟ ର ଟ୍ରଷ୍ଟି ସଭାପତି ହିମାଂଶୁ ତ୍ରିପାଠୀ, ସମ୍ପାଦକ ବିକାଶ କୁମାର ମହାନ୍ତି ରୋଡ଼ ସେଫଟି ଉପରେ ନିଜ ନିଜର ବକ୍ତବ୍ୟ ରଖିଥିବାବେଳେ ଅଧ୍ୟାପିକା ମନୀଷା ଭୋଇ,ଓଡ଼ିଆ ବିଭାଗ ଭୂମିସୁତା ପଧାନ, ଇଂରାଜୀ ଅଧ୍ୟାପକ ପଦ୍ମଲୋଚନ ସା, ଡି ଇ ଓ ବ୍ରଜରାଜ ଥାନାପତି, ବାର୍ତ୍ତାବହ କବିତା ଖେତୀ ସହ ବହୁ ଶିକ୍ଷାର୍ଥୀ ଉପସ୍ଥିତି ରହିଥିଲେ। ଶେଷରେ ଭାଇସ ପ୍ରିନ୍ସପାଲ ଅର୍ପିତା ପଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.