ଓଡିଶା ଆଦର୍ଶ ବିଦ୍ୟାଳୟ ବାଲିଗୁଡାର ତୃତୀୟ ବାର୍ଷିକ ଉତ୍ସବ “ନାଦବ୍ରହ୍ମ” ପାଳିତ

ଓଡ଼ିଆ ବାର୍ତ୍ତା/ କନ୍ଧମାଳ (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସ୍ଥିତ ଦଣ୍ଡପଦର ଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ତୃତୀୟ ବାର୍ଷିକ ଉତ୍ସବ “ନାଦବ୍ରହ୍ମ” ପାଳିତ ହୋଇଯାଇଛି। ବିଦ୍ୟାଳୟର ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଥିବା ଏହି ଉତ୍ସବରେ ପ୍ରଥମେ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଉପସ୍ଥିତ ସମସ୍ତ ଅତିଥିଙ୍କୁ ଚନ୍ଦନ ଓ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ । ଶିକ୍ଷକ ଚିନ୍ତମଣି ରଣା ଅତିଥି ମାନଙ୍କର ପରିଚୟ ପ୍ରଦାନ କରି ସଭାକୁ ଆମନ୍ତ୍ରଣ କରିଥିଲେ । ପ୍ରଥମେ ବିଦ୍ୟାଳୟର ଛାତ୍ରୀଛାତ୍ର ମାନଙ୍କ ଦ୍ୱାରା ସ୍ୱାଗତ ସଙ୍ଗୀତ ଗାନ କରାଯିବା ସହ ଅତିଥିମାନଙ୍କ ଦ୍ବାରା ପ୍ରଦୀପ ପ୍ରଜ୍ବଳନ କରି ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା । ବିଦ୍ୟାଳୟର ଅଧ୍ୟକ୍ଷ ଜୀତେନ୍ଦ୍ର କୁମାର ମହାପାତ୍ର ବାର୍ଷିକ ବିବରଣୀ ପାଠ କରିବା ସହ ବିଦ୍ୟାଳୟର ସୁବିଧା ଓ ଅସୁବିଧା ସଂପର୍କରେ ଆଲୋକ ପାତ କରିଥିଲେ । ଏହି ଉତ୍ସବରେ ବାଲିଗୁଡ଼ା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତଥା ବିଦ୍ୟାଳୟର ଉପାଧ୍ୟକ୍ଷ ଶଶାଙ୍କ ଶେଖର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଇଂରାଜୀ ଢାଞ୍ଚାରେ ପିଲାଙ୍କ ପାଇଁ ଗଠିତ ହୋଇଥିବା ଆଦର୍ଶ ବିଦ୍ୟାଳୟର ଲକ୍ଷ୍ୟ ସଂପର୍କରେ କହିବା ସହ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ଏ ଭଳି ଏକ କାରଖାନା ହେବା ଆବଶ୍ୟକ ଯାହା ସମାଜରେ ଗୋଟିଏ ଗୋଟିଏ ପ୍ରତିଭାବାନ ଛାତ୍ର ଛାତ୍ରୀ ଗଠନ ସହ ଆଦର୍ଶ ବ୍ୟକ୍ତି ଗଢିତୋଳିବାରେ ସହାୟକ ହୋଇପାରିବେ ବୋଲି ମତବ୍ୟକ୍ତ କରିଥିଲେ । ଏହା ସହ ମୁଖ୍ୟବକ୍ତା ଭାବେ ପୂର୍ବତନ ମହାବିଦ୍ୟାଳୟ ଅଧ୍ୟକ୍ଷ ମଧୁସୂଦନ ମହାପାତ୍ର, ସମ୍ମାନୀତ ଅତିଥି ଭାବେ ବ୍ରହ୍ମଗିରି ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଯଶୋବନ୍ତ ନାରାୟଣ ବେହେରା, ଜଗନ୍ନାଥପ୍ରାସାଦ ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଦଣ୍ଡପାଣି ପ୍ରଧାନ ପ୍ରମୁଖ ଯୋଗ ଦେଇ ବିଦ୍ୟାଳୟର ପୂର୍ବ ଅନୁଭୂତି ବର୍ଣ୍ଣନା କରିବା ସହ ଅଭିଭାବକ, ଛାତ୍ର ଛାତ୍ରୀ ଓ ବିଦ୍ୟାଳୟ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ସୁସମ୍ପର୍କ ରହିଲେ ଏକ ସୁନ୍ଦର ଅନୁଷ୍ଠାନ ସୃଷ୍ଟି ହୋଇପାରିବ ବୋଲି ମତପ୍ରକାଶ ପାଇଥିଲା । ଶେଷରେ ପୂର୍ବରୁ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗୀତାରେ ପାରଦର୍ଶିତା ଲାଭ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ । ପୂର୍ବତନ ଶିକ୍ଷକ ମାନଙ୍କୁ ମଧ୍ଯ ଶିକ୍ଷକ ଶୁଭମ ମୋହନ ଶ୍ରୀଚନ୍ଦନ ନାୟକ ସଭା ମଞ୍ଚକୁ ଡାକିଥିବା ବେଳେ ବିଦ୍ୟାଳୟ ପରିଚାଳନା ଉନ୍ନୟନ କମିଟି ସଦସ୍ୟ ଗୋପବନ୍ଧୁ ତ୍ରିପାଠୀ ଉପଢୌକନ ପ୍ରଦାନ କରିବା ସହ ମାନପତ୍ର ପ୍ରଦାନ କରିଥିଲେ । ଶେଷରେ ଛାତ୍ର ଛାତ୍ରୀ ମାନଙ୍କ ଦ୍ଵାରା ବିଭିନ୍ନ ପ୍ରକାର ସଚେତନ ଓ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯକ୍ରମମାନ ଆୟୋଜିତ ହୋଇଥିଲା । ଏଥିରେ ଚିନ୍ତାମଣି ରଣା, ଜିତେନ୍ଦ୍ର କୁମାର ସାହୁ, ନିର୍ମଳ ବାରିକ, ଲିପ୍ସା ନାୟକ, ନିହାରିକା ଦାସ, ସୁମିତା କହଁର, ଯାଜ୍ଞସିନି ଭୋଇ, ଅମର ନାଥ ବେହେରା, ମଦନା ବତୀ କହଁର, ଜ୍ୟୋତି ବେହେରା, ଆଦିତ୍ୟ ପ୍ରସାଦ ମହାଭୋଇ, ସୁଭସ୍ମିତା ପ୍ରିୟ ଦର୍ଶନୀ, ଶ୍ରୀଚନ୍ଦନ ନାୟକ, ବାଣୀ ଭୂଷଣ ବେହେରା ବିଦ୍ୟାଳୟର ଶିକ୍ଷକ ଶିକ୍ଷୟତ୍ରୀ ସମେତ ସମସ୍ତ କର୍ମଚାରୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.