ଗାଁ ମଝିରୁ ବିପଦପୂର୍ଣ୍ଣ ବିଦ୍ୟୁତ ଟ୍ରାନ୍ସଫର୍ମର ସ୍ଥାନାନ୍ତର ଦାବି

ଓଡ଼ିଆ ବାର୍ତ୍ତା/ ସୋନପୁର (ସର୍ଜନ କୁମାର ପାଣ୍ଡେ): ସୋନପୁର ବ୍ଲକ ମଲ୍ଲିକମୁଣ୍ଡା ପଞ୍ଚାୟତ ଅନ୍ତର୍ଗତ ଦେଉଳି ଗ୍ରାମ ମଝିରେ ଥିବା ୧୧ କେଭି ବିଦ୍ୟୁତ୍ ଟ୍ରାନ୍ସଫର୍ମର ବିପଦସଙ୍କୁଳ ଅବସ୍ଥାରେ ରହିଛି । ବେଳେବେଳେ ଏଥିରୁ ନିଆଁ ବାହାରୁଥିବାରୁ ଗ୍ରାମବାସୀ ଆତଙ୍କିତ ଅବସ୍ଥାରେ ଅଛନ୍ତି  । ଏହି ଟ୍ରାନ୍ସଫର୍ମର ନିକଟରେ ଅନେକ ଘର ଥିବାରୁ  ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି  । ଏହି ଟ୍ରାନ୍ସଫର୍ମରଟି ଗୋଟିଏ ପୋଲ ଉପରେ ରହିଛି  । କେତେବେଳେ ଯେ ଢଳିପଡି ଜୀବନହାନି ଘଟିବ ତାହା କହି ହେବନାହିଁ  । ଏସମ୍ପର୍କରେ ଗ୍ରାମବାସୀ ଖାରୀ ସେକ୍ସନ ବିଦ୍ୟୁତ ଅଧିକାରୀଙ୍କୁ ଟ୍ରାନ୍ସଫର୍ମର ସ୍ଥାନାନ୍ତର ଓ କେବୁଲ ଯୋଗେ ଗାଁକୁ ବିଦ୍ୟୁତ ଯୋଗେଇବାକୁ ନିବେଦନ  କରିଥିଲେ  । ତେବେ ଆଜି ପର୍ଯ୍ୟନ୍ତ ଏହା  ସ୍ଥାନାନ୍ତର ହୋଇନାହିଁ  । ଏହାକୁ ତୁରନ୍ତ ସ୍ଥାନନ୍ତର ନକଲେ ଗ୍ରାମବାସୀ ଆଗାମୀଦିନରେ ଖାରୀ ସେକ୍ସନ ଅଫିସ ଘେରାଓ କରିବେ ବୋଲି ଚେତାବନୀ ଦେଇଛନ୍ତି  ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.