ଗିରଫ ହୋଇପାରନ୍ତି ବଲିଉଡ୍ ଅଭିନେତ୍ରୀ ଅମିଷା ପଟେଲ

ଓଡ଼ିଆ ବାର୍ତ୍ତା/  ରାଞ୍ଚି: ଗିରଫ ହୋଇପାରନ୍ତି ବଲିଉଡ୍ ଅଭିନେତ୍ରୀ ଅମିଷା ପଟେଲ। ତାଙ୍କ ବିରୋଧରେ ଚେକ୍ ବାଉନ୍ସ ଅଭିଯୋଗ ଆସିଛି। ଏନେଇ ରାଞ୍ଚିର ଏକ ସିଭିଲ କୋର୍ଟକ ଅମିଷା ଓ ତାଙ୍କ ବିଜନେସ୍ ପାର୍ଟନର କ୍ରୁନାଙ୍କ ବିରୋଧରେ ଚେକ୍ ବାଉନ୍ସ, ଧୋକା ଅଭିଯୋଗରେ ୱାରେଣ୍ଟ ଜାରି କରିଛନ୍ତି।

ଝାଡ଼ଖଣ୍ଡର ଫିଲ୍ମ ନିର୍ଦ୍ଦେଶକ ଅଜୟ କୁମାର ସିଂହ ଅମିଷା ଓ ତାଙ୍କ ପାର୍ଟରନଙ୍କ ବିରୋଧରେ ମାମାଲ କରିଛନ୍ତି। କୋର୍ଟ ଏନେଇ ବାରମ୍ବାର ବାରମ୍ବାର ଅମିଷାଙ୍କୁ ସମନ କରି ପକ୍ଷ ରଖିବାକୁ କହିଥିଲେ। ହେଲେ ନା ଅଭିନେତ୍ରୀ ନା ତାଙ୍କର କୌଣସି ଓକିଲଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନଥିଲା। ଏଥିରେ ସିଭିଲ କୋର୍ଟ ଅସନ୍ତୋଷ ପ୍ରକାଶ କରି ଗୁରୁବାର ଅମିଷା ଓ ତାଙ୍କ ପାର୍ଟନରଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛନ୍ତି। ଏପ୍ରିଲ ୧୫ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ହେବ।

ସୂଚନା ଅନୁସାରେ, ରାଞ୍ଚି ଜିଲ୍ଲା ହରମୁର ଅଜୟ କୁମାର ସିଂହ ଅମିଷା ଓ ତାଙ୍କ ପାର୍ଟନରଙ୍କ ବିରୋଧରେ ଚିଟିଂ ଅଭିଯୋଗ ଲଗାଇଛନ୍ତି। ତାଙ୍କ ଅଭିଯୋଗ ଅନୁସାରେ ଅମିଷା ତାଙ୍କୁ ‘ଦେଶି ମ୍ୟାଜି’କ୍ ନାଁରେ ଏକ ଫିଲ୍ମ ଟଙ୍କା ନିବେଶ କରିବାକୁ କହିଥିଲେ। ଏହାପରେ ଅଜୟ ଫିଲ୍ମର ମୋକିଂ ଓ ପ୍ରମୋସନ ପାଇଁ ୨.୫ କୋଟି ଟଙ୍କା ଟ୍ରାନ୍ସଫର କରିଥିଲେ।

୨୦୧୩ରେ ଫିଲ୍ମର ଶୁଟିଂ ଆରମ୍ଭ ହୋଇଯାଇଥିଲା। କିନ୍ତୁ ଫିଲ୍ମ ଏପର୍ଯ୍ୟନ୍ତ ପୂରା ହୋଇପାରିଲା ନାହିଁ। ଏଥିପାଇଁ ଅଜୟ ବର୍ତ୍ତମାନ ତାଙ୍କ ପଇସା ସୁଧ ସହିତ ଫେରସ୍ତ ଚାହୁଁଛନ୍ତି। ପୂର୍ବରୁ ଅମିଷା ଅଜୟଙ୍କୁ ଅଜୟଙ୍କୁ ୨.୫ କୋଟି ଟଙ୍କା ଓ ୫୦ ଲକ୍ଷ ଟଙ୍କାରୁ ଦୁଇଟ ଚେକ୍ ଦେଇଥିଲେ। ହେଲେ ଏହା ବାଉନ୍ସ ହୋଇଯାଇଥିଲା। ଏହାରି ବିରୋଧରେ ଅଜୟ ଅଭିଯୋଗ କରିବା ପରେ ଅମିଷାଙ୍କ ବିରୋଧରେ ସିଆର୍‌ପିସି ୪୨୦ ଓ ୧୨୦ ଧାରା ଲାଗିଛି।

      

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.