ଓଡ଼ିଆ ବାର୍ତ୍ତା/ ଭବାନୀପାଟଣା (ଅଲତାଫ ଅଲ୍ଲୀ ଖାଁ) : ଭବାନୀପାଟଣା ବ୍ଲାକ ଅନ୍ତର୍ଗତ ତିଳଯୋଡି ଠାରେ ୟଙ୍ଗ ଷ୍ଟାର କ୍ଲବ ତିଳଯୋଡି ଓ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ମିଳିତ ଉଦ୍ୟମରେ ଗାଁର ଫରେଷ୍ଟ ଅଫିସ ଠାରେ ବିଶ୍ୱ ସ୍ୱାସ୍ଥ୍ୟ ଦିବସ ପାଳିତ ହୋଇ ଯାଇଛି l କ୍ଲବର ସଦସ୍ୟ /ସଦସ୍ୟା ମାନଙ୍କୁ ନେଇ ଗାଁରେ ଏକ ରାଲି କରାଯାଇଥିଲା l ରାଲି ସମୟରେ ରାସ୍ତାରେ ଯାଉଥିବା ଲୋକଙ୍କୁ ସ୍ୱାସ୍ଥ୍ୟର ଉଚିତ ଯତ୍ନ ନେବାକୁ ବୁଝାଇଥିଲେ ସଦସ୍ୟମାନେ l ଲିମପଡା ଠାରୁ ଶବରପଡା ପର୍ଯ୍ୟନ୍ତ ରେଲି ଅନୁଷ୍ଠିତ ହୋଇଥିଲା l ପରେ ଅନୁଷ୍ଠାନର ସଭାପତି ଜୁଲି ଯୋଶୀଙ୍କ ନେତୃତ୍ୱରେ ଫରେଷ୍ଟ ଅଫିସ ଠାରେ ଏକ ସଭା ଅନୁଷ୍ଠିତ ହୋଇଥିଲା l ଏହି ସଭାରେ ମୁଖ୍ୟ ଅତିଥି ଭାବରେ ତିଳଯୋଡି ଉପ ସ୍ୱାସ୍ଥ୍ୟ କେନ୍ଦ୍ରର ଏଏନଏମ ବିନୋଦିନୀ ନାଗ, ଅଙ୍ଗନୱାଡି ବୈଦେହୀ ନାଏକ, ଆଶା ପ୍ରମିଳା ଶବର, ସମ୍ପାଦକ ଯଶୋବନ୍ତ ରଣା ପ୍ରମୁଖ ଯୋଗ ଦେଇଥିଲେ l ପ୍ରତେକ ଖାଇବା ପୂର୍ବରୁ ଭଲ ଭାବରେ ହାତ ଧୋଇବା ସହ ସବୁବେଳେ ପରିଷ୍କାର ପରିଚ୍ଛନ୍ନ ରହିଲେ କୌଣସି ରୋଗ ହେବନାହିଁ ବୋଲି ମୁଖ୍ୟ ଅତିଥି ସମସ୍ତଙ୍କୁ ବୁଝେଇ ଥିଲେ l ବର୍ତ୍ତମାନ ନୁଆଁ ନୁଆଁ ରୋଗ ମାନ ସବୁ ବାହାରୁଛି l ତେଣୁ ସମସ୍ତେ ଏବେଠାରୁ ସତର୍କ ରହିବାକୁ ପରାମର୍ଶ ଦେଇଥିଲେ l ଆଜିର ଏହି କାର୍ଯ୍ୟକ୍ରମରେ ମହେନ୍ଦ୍ର ନାଏକ, ଖଗେଶ୍ୱର ଶବର, ଗୌତମ ବାଗ, ନମିତା ମାଝୀ, ସସ୍ମିତା ଯୋଶୀ, ରାଜତ ଯୋଶୀ, ଖୁଶବୁ ନାଏକ ବଳଭଦ୍ର ନାଏକ ପ୍ରମୁଖ ସହଯୋଗ କରିଥିଲେ l