ଓଡ଼ିଆ ବାର୍ତ୍ତା/ ନୂଆପଡା (ମହେନ୍ଦ୍ର ବାଗ): ନୂଆପଡା ବ୍ଲକ ଭାଇଁଷାତାଲ ପଂଚାୟତ ମହାତମତୋରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଉନ୍ନିତ ହାଇସ୍କୁଲ ମାନ୍ୟତା ପାଇଛି | ଚଳିତ ଶିକ୍ଷା ବର୍ଷରେ ଏଠାରେ ବିଧିବଦ୍ଧ ଭାବେ ନବମ ଶ୍ରେଣୀ ପାଠ ପଢା ଆରମ୍ଭ ହୋଇଛି | ଶୁକ୍ରବାର ସିଆରସିସି ମୋହନ ଦୋରାଙ୍କ ଅଧକ୍ଷତାରେ ଆୟୋଜିତ ଉତ୍ସବରେ ପୂର୍ବତନ ସମିତି ସଭ୍ୟ ମନୋଜ ବଞ୍ଜରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭ ଉଦଘାଟନ କରିଥିଲେ | ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଦିଲିପ କୁମାର ଉପାଧ୍ୟାୟ, ୱାର୍ଡ ସଭ୍ୟ ପ୍ୟାରୀ ରାଉତ, ମଣିକ ମାଝୀ, ଦିନ ସାହୁ, ବିଶେଶ୍ୱର ବିହାରୀ, ରାଜୁ ବିହାରୀ, ଛଗନ ରାଉତ, ନେହର ଲାଲ ମାଝୀ ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଓ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ |