ଷୋହଳ ପ୍ରହର ନାମ ଯଜ୍ଞ ପାଇଁ ଶୁଭଖମ୍ବ ସ୍ଥାପନ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ନରୋତ୍ତମ ସେଲମା): ରିଷିଡା ସ୍ଥିତ ମାଁ ତାରିଣୀ ଶୈବ ଶକ୍ତି ପୀଠରେ ଚୈତ୍ର ମହୋତ୍ସବ ଅବସରରେ ଷୋହଳ ପ୍ରହର ନାମଯଜ୍ଞ ଅନୁଷ୍ଠିତ ହେବ । ଏଥିପାଇଁ ଆଜି ଶୁଭଖମ୍ବ ସ୍ଥାପନ କରାଯାଇଛି । ଜଗମୋହନ ରଣା ଓ ତାଙ୍କ ଧର୍ମପତ୍ନୀ ଭାଗ୍ୟବତୀ ରଣା ନାମ ଯଜ୍ଞ କର୍ତ୍ତା ଦାୟିତ୍ୱରେ ଥିବାବେଳେ ସୂର୍ଯ୍ୟମଣି ମିଶ୍ର ପୂଜକ ଦାୟିତ୍ୱ ତୁଳାଇଥିଲେ । ଏହି ଉତ୍ସବରେ ପୀଠର ସଭାପତି ନନ୍ଦୁଲାଲ ରଣା, ସଂପାଦକ ନନ୍ଦ କିଶୋର ରଣା, ପରିଚାଳନା ସଂଯୋଜକ ସୁଶାନ୍ତ ମଲ୍ଲିକ, ଅଶୋକ କୁମାର ତ୍ରିପାଠୀ, ହିମାଂଶୁ ରଣା, ଦେବେନ୍ଦ୍ର ରଣା, ହୃଦାନନ୍ଦ ମଲ୍ଲିକ, ରଂଜନ ରଣା, ଶେଷଦେବ ରଣାଙ୍କ ସମେତ ସେବକମାନେ ଉପସ୍ଥିତ ଥିଲେ । ପ୍ରକାଶଥାଉକି ଆସନ୍ତା ୧୫ ତାରିଖରୁ ୧୭ ତାରିଖ ଯାଏଁ ଏହି ଷୋହଳ ପ୍ରହର ନାମଯଜ୍ଞ ଚାଲିବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.