ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲାରେ ରହିଛି ତିନିଗୋଟି ବ୍ୟାଙ୍କ । ଭରତୀୟ ଷ୍ଟେଟ ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ଡିଆ ଓ ସମବାୟ ବ୍ୟାଙ୍କ । ସମବାୟ ବ୍ୟାଙ୍କରେ ଚାଷୀଙ୍କ ପ୍ରବଳ ଭିଡ ଲାଗି ରହୁଥିବା ବେଳେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଓ ବ୍ୟାଙ୍କ ଅଫ ଇଣ୍ଡିଆ ଶାଖାରେ ବ୍ୟବସାୟୀ, ଚାକିରିଆ, ଚାଷୀ ଏବଂ ଅନ୍ୟାନ୍ୟ ଗ୍ରାହକଙ୍କ ଭିଡ ସକାଳ ୧୦ ରୁ ସନ୍ଧ୍ୟା ୫ ଟା ଯାଏଁ ଲାଗି ରହିଥାଏ । ବର୍ତ୍ତମାନ ବିବାହ ସିଜିନ ଚାଲିଥିବା ବେଳେ ଚାଷିଠୁ ଆରମ୍ଭ କରି ବ୍ୟବସାୟୀ, ସରକାରୀ କର୍ମଚାରୀ ସମସ୍ତଙ୍କ ପାଇଁ ଟଙ୍କା ଆବଶ୍ୟକ ରହୁଥିବା ବେଳେ ବ୍ୟାଙ୍କ ସହ ଜଡ଼ିତ ଅନ୍ୟାନ୍ୟ କାର୍ଯ୍ୟ ମଧ୍ୟ ରହୁଛି । ଏଭଳି ସମୟରେ ଶୁକ୍ରବାର ଗୁଡ଼ ଫ୍ରାଇଡେରୁ ରବିବାର ତିନିଦିନ ପର୍ଯ୍ୟନ୍ତ ଛୁଟି ରହିଥିବାରୁ ବ୍ୟାଙ୍କ ଗୁଡିକ ବନ୍ଦ ରହିଛି । ଫଳରେ ଚାଷୀ, ବ୍ୟବସାୟୀ, ସରକାରୀ କର୍ମଚାରୀ ମାନଙ୍କ ବ୍ୟାଙ୍କ ସମ୍ବନ୍ଧିତ କାର୍ଯ୍ୟ ହୋଇ ନପାରିବାରୁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଜଣାପଡ଼ିଛି ।





