ରୁପ୍ରାରୋଡ ହାଇସ୍କୁଲ ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ଚିନ୍ତନ ବୈଠକ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁମିତ କୁମାର ଅଗ୍ରୱାଲ): ନର୍ଲା ବ୍ଲକ ଅନ୍ତର୍ଗତ ରୁପ୍ରାରୋଡ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ଏକ ଚିନ୍ତନ ବୈଠକ ଅପ୍ରେଲ ୮ ଶନିବାର ଦିନ ଅନୁଷ୍ଠିତ ହୋଇଯାଇଛି । ପୁରାତନ ଛାତ୍ର ସଂଘ ସଭାପତି ତଥା ବରିଷ୍ଠ ଆଇନଜୀବି ସୁବାଷ ଚନ୍ଦ୍ର ଅଗ୍ରୱାଲଙ୍କ ଅଧକ୍ଷତାରେ ତାଙ୍କ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ ବୈଠକରେ ରୁପ୍ରାରୋଡ ହାଇସ୍କୁଲର ସୁବର୍ଣ୍ଣ ଜୟନ୍ତୀ ପାଳନ ଉପଲକ୍ଷେ ପ୍ରତିଟି ଦିଗ ଉପରେ ଆଲୋଚନ ପର୍ଯ୍ୟାଲୋଚନା କରାଯାଇଥିଲା । ବୈଠକରେ ପୁରାତନ ଛାତ୍ର ବିଶିଷ୍ଟ ଆଇନଜୀବୀ ଗୋବିନ୍ଦ ରାମ ଖେତାନଙ୍କ ସମେତ ଅନିଲ ଅଗ୍ରୱାଲ, ହରେକୃଷ୍ଣ ଭୋଇ, ଧୀରେନ୍ଦ୍ର ଖେତାନ, ଅମିତ ଶର୍ମା, ସୁମିତ ଅଗ୍ରୱାଲ, ଚିତ୍ତ ରଞ୍ଜନ ରଣା, ସୁରେନ୍ଦ୍ର ଅଗ୍ରୱାଲ, ବିଜୟ କୁମାର ଅଗ୍ରୱାଲ ପ୍ରମୁଖ ଉପସ୍ଥିତ ଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.