୨୦୦୪ରେ ସୋନିଆ କାହିଁକି ପ୍ରଧାନମନ୍ତ୍ରୀ ହେଲେ ନାହିଁ? ଗୁମର ଖୋଲିଲେ ଗୁଲାମ୍ ନବୀ ଆଜାଦ୍

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ଡେମୋକ୍ରାଟିକ୍ ପ୍ରୋଗ୍ରେସିଭ୍ ଆଜାଦ୍ ପାର୍ଟିର ମୁଖ୍ୟ ଗୁଲାମ୍ ନବୀ ଆଜାଦ୍ ତଥା ପୂର୍ବତନ କଂଗ୍ରେସ ନେତା ପ୍ରଥମ ଥର ପାଇଁ କହିଛନ୍ତି ଯେ ସୋନିଆ ଗାନ୍ଧୀ ୨୦୦୪ରେ ପ୍ରଧାନମନ୍ତ୍ରୀ ହେବାକୁ କାହିଁକି ମନା କରିଥିଲେ ଏବଂ ମନମୋହନ ସିଂହଙ୍କୁ କାହିଁକି ପ୍ରଧାନମନ୍ତ୍ରୀ ପଦ ପାଇଁ ଅଧିକ ପସନ୍ଦ କରାଯାଇଥିଲା। ଇଣ୍ଡିଆ ଟିଭିର ‘ଆପ୍ କି ଅଦାଲତ’ ସୋ’ରେ ସମ୍ପାଦକ ରଜତ ଶର୍ମାଙ୍କ ପ୍ରଶ୍ନରେ ଗୁଲାମ କହିଛନ୍ତି, ସୋନିଆ ସଂଖ୍ୟାଲଘୁ ସମ୍ପ୍ରଦାୟର ହୋଇଥିବାରୁ ସେ ପ୍ରଧାନମନ୍ତ୍ରୀ ହେବାକୁ ମନା କରିଛନ୍ତି  ବୋଲି ଯେଉଁ ପ୍ରଶ୍ନ କରୁଛନ୍ତି ତାହା ଠିକ୍ ନୁହଁ। ସେ ନିଜକୁ ସଂଖ୍ୟାଲଘୁ ସମ୍ପ୍ରଦାୟର ବୋଲି ଭାବନ୍ତି ନାହିଁ କି ଆଉ କେହି ଭାବନ୍ତି ନାହିଁ। ସେ ଜଣେ ସଂଖ୍ୟାଲଘୁ ସମ୍ପ୍ରଦାୟର ବ୍ୟକ୍ତିଙ୍କୁ ବିବାହ କରିଥିଲେ। ସୋନିଆ ଗାନ୍ଧୀ ଘରେ ହିନ୍ଦୁ ଧର୍ମ ପାଳନ କରନ୍ତି। କିନ୍ତୁ ତାଙ୍କ ପରିବାରରେ ସମସ୍ୟା ଥିଲା (ସୋନିଆ ପିଏମ୍ ହେବା)। କାରଣ ସୁଷମା ସ୍ୱରାଜ ଚେତାବନୀ ଦେଇଥିଲେ ଲଣ୍ଡା ହୋଇ ସାରା ଦେଶ ବୁଲିବେ ବୋଲି। ତେଣୁ ‘ମୁଁ ଭାବୁଛି ସୋନିଆ ଗାନ୍ଧୀ ପରିବାରର ଚାପ ଓ ଭୟଭୀତ ହୋଇପଡ଼ିବାରୁ ଏବଂ ନୂଆ ବିବାଦ ସୃଷ୍ଟି ହେବା ଆଶଙ୍କ କରି ପ୍ରଧାନମନ୍ତ୍ରୀ ହେବେ ନାହିଁ ବୋଲି ନିଷ୍ପତ୍ତି ନେଇଥାଇପାରନ୍ତି’। ସେ ଆହୁରି କହିଛନ୍ତି, ‘ସେମାନଙ୍କ ପରିବାର ସହ ଜଡ଼ିତ କିଛି ବିଷୟ ରହିଛି, ଯାହା ଉପରେ ମୁଁ ବିସ୍ତୃତ ଭାବେ କହିବାକୁ ଚାହେଁ ନାହିଁ। ଆମେ ୩-୪ ଜଣ, ଶ୍ରୀମତୀ ଗାନ୍ଧୀ, ପ୍ରଣବ ଦା, ଅହମ୍ମଦ ଭାଇ ଏବଂ ମୁଁ। ମୁଁ ସନ୍ଧ୍ୟା ବୈଠକକୁ ଯାଇ ନ ଥିଲି, ଯେଉଁଠାରେ ସେମାନେ କହିଥିଲେ ଯେ ସୋନିଆଙ୍କର ପାରିବାରିକ ବାଧ୍ୟବାଧକତା ଅଛି’। ମନମୋହନ ସିଂହ ଜଣେ ଭଲ ମଣିଷ ଥିଲେ। ସେ ଭଲ ପାଠ ପଢ଼ିଥିଲେ। ଜଣେ ବିଦ୍ବାନ୍ ବ୍ୟକ୍ତି। ସେ ଜଣେ ଭଲ ଅର୍ଥମନ୍ତ୍ରୀ ଥିଲେ। ମୁଁ ସେତେବେଳେ ପର୍ଯ୍ୟଟନ ମନ୍ତ୍ରୀ ଥିଲି। ସେ ବହୁତ ସଚ୍ଚୋଟ ଥିଲେ। ତେଣୁ ତାଙ୍କୁ ପ୍ରଧାନମନ୍ତ୍ରୀ ପଦ ପାଇଁ ଚୟନ କରାଯାଇଥିଲା ବୋଲି ଗୁଲାମ କହିଛନ୍ତି।

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.