ମ.ରାମପୁର ରାମ ଲୀଳା ମହୋତ୍ସବ: ଦ୍ଵିତୀୟ ଦିନରେ ଶେଷ ଦୃଶ୍ୟ ଯାଏଁ ରହିଲେ ଦର୍ଶକ, ଆଜି ହେବ ଆରଣ୍ୟକ କାଣ୍ଡ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): କଳାହାଣ୍ଡି ଜିଲ୍ଲା ମ,ରାମପୁର ଠାରେ ଶ୍ରୀ ଶ୍ରୀ ରାମ ଜୀଉ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ପ୍ରସିଦ୍ଧ ରାମ ଲୀଳା ର ଅଯୋଧ୍ୟା କାଣ୍ଡ ମଞ୍ଚସ୍ଥ ହେବା ସହ ନାଟକ ର ଶେଷ ଦୃଶ୍ୟ ଯାଇରଖିଥିଲା । ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଭାରତୀୟ ଷ୍ଟେଟ୍ ବ୍ୟାଙ୍କ, ମ,ରାମପୁର, ଶାଖା ପରିଚାଳକ ମାନ ଭଞ୍ଜନ ସ୍ୱାଇଁ ଯୋଗ ଦେଇଥିଲେ । ସଭାପତି ଜୀବେଶ୍ କୁମାର ପଣ୍ଡା ଙ୍କ ଅଧ୍ୟକ୍ଷତା ରେ ମଞ୍ଚ ପୂଜନ ତଥା ଶୁଭ ଉଦ୍ଘାଟନ କରା ଯିବା ପରେ ମୁଖ୍ୟ ଅତିଥି ରାମଲୀଳାକୁ ଏକ ପରମ୍ପରା ଭାବରେ ପାଳନ କରି ଆସିବା ଆମ ପାଇଁ ଗର୍ବ ର କଥା ବୋଲି କହିଥିଲେ । ଏହି ଅବସରରେ କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ୍ ଶେରଗଡ଼ ଗ୍ରାମ ପଞ୍ଚାୟତର କଳାକାର କନ୍ଦର୍ପ କଟୁଆଳଙ୍କୁ ଅତିଥି ମାନେ ସମ୍ବର୍ଦ୍ଧିତ କରିଥିଲେ । ମାନପତ୍ର ପଠନ କରିଥିଲେ ଅଧ୍ୟାପିକା ଲିପ୍ସା ମୟୀ ଦୁବେ । ମଞ୍ଚ ପରିଚାଳନା କରିଥିଲେ ହେମନ୍ତ ସାହୁ । ସମ୍ବର୍ଦ୍ଧନା ପ୍ରଦାନ ରେ ସହଯୋଗ କରିଥିଲେ ଅନୁଷ୍ଠାନର ବରିଷ୍ଠ ସଦସ୍ୟ ପବନ ମହାଳିକ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ମଞ୍ଚ ଉଦ୍ଘାଟନ ପରେ ପ୍ରାଧ୍ୟାପକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କ ଦ୍ଵାରା ରଚିତ ଓ ନିର୍ଦ୍ଦେଶିତ ରାମ ଲୀଳାର ଅଯୋଧ୍ୟା କାଣ୍ଡ ମଞ୍ଚସ୍ଥ ହେଇଥିଲା । ବିଭିନ୍ନ ଭୂମିକା ଯଥା ଦଶରଥ: ବୀରେନ୍ଦ୍ର ରଥ, ବଶିଷ୍ଠ: ଡମ୍ବରୁ ଧର ଭୋଇ, ରାମ: ଅମନ୍ ରାୟଗୁରୁ , ଲକ୍ଷ୍ମଣ: ଶାଶ୍ଵତ ଦଣ୍ଡିଆ, ଭରତ: ଅରୁଣ ହାତୀ, ସୀତା: ବିପ୍ର ମାଝୀ, ଶତୃଘ୍ନ: ସୁରସେନ ମହାରଣା, ମନ୍ଥରା/ନାବିକ: ଦିଲିପ୍ ତ୍ରିପାଠୀ, କୈକେୟୀ: ମଣ୍ଟୁ ବାରିକ, କୌଶଲ୍ୟା: କେଶବ ଦଣ୍ଡିଆ, ପର୍ଶୁରାମ: ମହେନ୍ଦ୍ର ଭଏଁଶାଲ, ଜନକ: ମଧୁ ସୁଦନ ସିଂହ ଜୀବନ୍ତ ଅଭିନୟ କରିଥିଲେ । ସଙ୍ଗୀତ ନିର୍ଦ୍ଦେଶନା ମହେଶ୍ୱର ସାହୁ (ଭୁବନେଶ୍ୱର) ଓ କଣ୍ଠ ଦାନ କରିଥିଲେ ସନ୍ତୋଷ କୁମାର ଦୂବେ, ଲିପ୍ସା ମହାରଣା, ଧୀରେନ୍ଦ୍ର ମହାନ୍ତି, ଜଗ ମୋହନ ସାହୁ, ସ୍ମୃତି ରେଖା ପାଢ଼ୀ, ବାଦ୍ୟ ଯନ୍ତ୍ରରେ ଭାରତ ରାଉତ, ଯୁଧିଷ୍ଠିର ବେହେରା, ସୁରେନ୍ଦ୍ର ପାଣିଗ୍ରାହୀ, ସୁନିଲ ବିଭାର,ପ୍ରଶାନ୍ତ ସାହୁ । ରୂପ ସଜ୍ଜା ଦୀନ ବନ୍ଧୁ ମହାରଣା କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟ ରେ ଉପ ସଭାପତି ଲଳିତ ମହାଳିକ,ବରିଷ୍ଠ ସଦସ୍ୟ ମିହିର୍ କୁମାର ଦୁବେ, ଶରତ ଚନ୍ଦ୍ର ମହାରଣା, ଚିତ୍ତ ରଂଜନ ବାଗ, ସନାତନ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । ଆଜି ଅପ୍ରେଲ ୯ ରବିବାର ଏହି ପ୍ରସିଦ୍ଧ ସମ୍ପୂର୍ଣ୍ଣ ରାମ ଲୀଳାର ତୃତୀୟ ରଜନୀରେ “ଆରଣ୍ୟକ କାଣ୍ଡ” ଅଭିନୀତ ହେବ ବୋଲି ଜୟନ୍ତ କୁମାର ନାୟକ ସୂଚନା ପ୍ରଦାନ କରିଛନ୍ତି ।

Udyog Nursery
Udyogi Nursery

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.