୨୦୨୪ରେ କଂଗ୍ରେସ ଓ ସପା ପାଇଁ ପ୍ରଚାର କରିବେ ବରିଷ୍ଠ ବିଜେପି ନେତା ସତ୍ୟପାଲ ମଲ୍ଲିକ

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ବିଜେପି ବରିଷ୍ଠ ନେତା ସତ୍ୟପାଲ ମଲ୍ଲିକଙ୍କୁ ଦଳ ବିହାର, ଜାମ୍ମୁ-କାଶ୍ମୀର ଓ ଗୋଆ ସମେତ କେତେକ ରାଜ୍ୟରେ ରାଜ୍ୟପାଳ କରାଇଛି। ହେଲେ ଏବେ ଦଳ ଉପରେ ଖପ୍ପା ସତ୍ୟପାଲ। ୨୦୨୪ରେ ନିର୍ବାଚନ ଲଢ଼ିବେ ନାହିଁ କିନ୍ତୁ ବିଜେପି ବିରୋଧରେ ପ୍ରଚାର କରିବେ ବୋଲି ଘୋଷଣା କରିଛନ୍ତି। ସତ୍ୟପାଲ କଂଗ୍ରେସ, ସମାଜବାଦୀ ପାର୍ଟି ନେତା ଓ ଆର୍‌ଏଲ୍‌ଡି ସପକ୍ଷରେ ନିର୍ବାଚନ ପ୍ରଚାର କରିବେ ବୋଲି କହିଛନ୍ତି। ଜାତୀୟ ଗଣମାଧ୍ୟମ ଏବିପିକୁ ଦେଖିବା ଏକ ସାକ୍ଷାତ୍‌କାରରେ ସେ ଏହି ଖୁଲାସା କରିଛନ୍ତି।

ଆଗକୁ ନିର୍ବାଚନ ଆସୁଥିବାରୁ ସତ୍ୟପାଲ କୌଣସି ନୂଆ ଦଳରେ ସାମିଲ୍ ହେବି କି ନାଇଁ ପ୍ରଶ୍ନ କରିବାରୁ ଶ୍ରୀ ମଲ୍ଲିକ କହିଛନ୍ତି ଯେ କୌଣସି ଦଳରେ ଯୋଗ ଦେବି ନାହିଁ କି ନିର୍ବାଚନ ଲଢ଼ିବି ନାହିଁ। ତେବେ କୃଷକ ପାଇଁ ରାଜନୀତି କରୁଥିବା ଲୋକଙ୍କ ପାଇଁ ନିଶ୍ଚୟ ପ୍ରଚାର କରିବି। ହେଲେ ଏବେ କୌଣସି ଦଳ ବିଷୟରେ କହିବା ଠିକ୍ ହେବ ନାହିଁ। ତେବେ ସପା, କଂଗ୍ରେସ ଓ ଅଜିତ ସିଂହଙ୍କ ପୁଅଙ୍କ ପାଇଁ ପ୍ରଚାର କରିବି ବୋଲି ଶ୍ରୀ ମଲ୍ଲିକ କହିଛନ୍ତି। ତେବେ ବିଜେପି ତାଙ୍କୁ ପ୍ରଚାର କରିବାକୁ କହି ନାହିଁ ବୋଲି ସେ କହିଛନ୍ତି।

ସେହିପରି ଗତବର୍ଷ ମୋଦୀ ସରକାର ତାଙ୍କର ସୁରକ୍ଷା ବ୍ୟବସ୍ଥାକୁ ହଟାଇ ନେବାକୁ ନେଇ ମଧ୍ୟ ପ୍ରତିକ୍ରିୟା ଦେଇଛନ୍ତି ସତ୍ୟପାଲ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ସହ ତାଙ୍କର ଉତ୍ତମ ସମ୍ପର୍କ ରହିଛି। ହେଲେ କୃଷି ଆଇନ୍‌କୁ ନେଇ ପ୍ରଧାନମନ୍ତ୍ରୀଙ୍କ ସହ ତାଙ୍କର ସମ୍ପର୍କ ତିକ୍ତ ହୋଇଯାଇଛି। ଏଥିପାଇଁ ତାଙ୍କରି କଥାରେ ମୋ ଠାରୁ ସୁରକ୍ଷା ଛଡ଼ାଇ ନିଆଗଲା ବୋଲି ସତ୍ୟାପାଲ ମଲ୍ଲିକ ଅଭିଯୋଗ କରିଛନ୍ତି।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.