ନର୍ଲା ଚବିଶ ପ୍ରହର ନାମଯଜ୍ଞର ପୂର୍ଣ୍ଣାହୂତି ପଡିଲା

ଓଡିଆ ବାର୍ତ୍ତା/ କଳାହାଣ୍ଡି(ଲିଙ୍ଗରାଜ ମିଶ୍ର): ନର୍ଲାର ବହୁ ପ୍ରସିଦ୍ଧ ଚବିଶ ପ୍ରହର ନାମଯଜ୍ଞ ମଙ୍ଗଳବାର ସକାଳ ୭.୧୫ ରେ ପୂର୍ଣ୍ଣାହୂତି ପଡିଲା। ସକାଳ ୭.୧୫ ରେ ନାମ ଛାଡିବା ପରେ ସଂକୀର୍ତ୍ତନ ମଣ୍ଡଳୀ ସହ ଦଧି ହାଣ୍ଡି ନେଇକର୍ତ୍ତା ଦମ୍ପତି ନଗର ପରିକ୍ରମା କରିଥିଲେ । ନର୍ଲା ଜନସାଧାରଣ ପ୍ରତ୍ୟେକ ପରିବାର ନିଜ ଦୁଆରେ କଳସ ସ୍ଥାପନା କରି ଦଧି ହାଣ୍ଡିକୁ ବନ୍ଦାପନା କରି ସ୍ୱଗାତ ସମ୍ବର୍ଦ୍ଧନା କରିଥିଲେ । ପ୍ରସିଦ୍ଧ ସଂକୀର୍ତ୍ତନ ଗୁରୁ ବିଜୟ ପଣ୍ଡାଙ୍କ ନେତୃତ୍ୱରେ ନଗର କୀର୍ତ୍ତନ ଅନୁଷ୍ଠିତ ହୋଇଥିଲା । ଏହାପରେ ପୂଜା ମଣ୍ଡପରେ ଦଧିହାଣ୍ଡି ଭଙ୍ଗା ଯାଇଥିଲା। ଏଠାରେ ପ୍ରକାଶ ଯୋଗ୍ୟ ଯେ ଗତ ଶୁକ୍ରବାର ସନ୍ଧ୍ୟା ୪ ଘଣ୍ଟା ସମୟରେ କଳସ ଯାତ୍ରା, ବେଲ ବରଣ ଓ ଅଧିବାସ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଶନିବାର ସକାଳ ୭.୧୫ ସମୟରେ ନାମ ଆରମ୍ଭ କରିଥିଲେ ନର୍ଲା ସଂକୀର୍ତ୍ତନ ମଣ୍ଡଳୀ । ଶ୍ରୀଶ୍ରୀ ବଳଭଦ୍ରଶ୍ବର ନାମଯଜ୍ଞ ପରିଚାଳନା କମିଟିର ସଭାପତି ଭାବରେ ଅଭୟ କୁମାର ଚାନ୍ଦ୍ ଦାଇତ୍ୱ ବହନ କରିଥିବା ବେଳେ, ଉପସଭାପତି ଭାବରେ ତୁମେଶ୍ୱର ଭୋଇ, ସାଧାରଣ ସମ୍ପାଦକ ଭାବରେ ପ୍ରସିଦ୍ଧ ସଂକୀର୍ତ୍ତନ ଗୁରୁ ବିଜୟ କୁମାର ପଣ୍ଡା, ଯୁଗ୍ମ ସଂପାଦକ ଭାବରେ କିଶୋର ମାଝୀ, କୋଷାଧ୍ୟକ୍ଷ ଭାବରେ ଅନମୋଲ ଚନ୍ଦ ତଥା ଅନ୍ୟାନ୍ୟ ପଦପଦବୀରେ ସରୋଜ କୁମାର ଚାନ୍ଦ୍, ସୁନୀଲ କୁମାର ଚାନ୍ଦ୍, ପୂର୍ଣ୍ଣ ପୂଝାରୀ, ବଡ ହଂସ, ଟିମ୍ପୁ ପୁଝାରୀ, ସୁବୋଧ ମିଶ୍ର, ମୋହିତ ମିଶ୍ର, ମୋହନ ବାଗ, ମୋହନ ବେହେରା, ବୁଠି ହଂସ, ଯଶୋବନ୍ତ ପୂଝାରୀ ପ୍ରମୁଖ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ସେହିଭଳି ଯଜ୍ଞ କର୍ତ୍ତା ଭାବରେ ବିଜୟାଲକ୍ଷ୍ମୀ ଭଞ୍ଜ ଓ ପରମା ଭଞ୍ଜ ଦମ୍ପତି କାର୍ଯ୍ୟ ନିର୍ବାହନ କରିଥିଲେ । ପୂଜକ ଭାବରେ ନର୍ଲା ର ବ୍ରହ୍ମା ପଣ୍ଡିତ ସୁନାଶୀର ମିଶ୍ର, ଜପକ ଭାବରେ ଗୋପବନ୍ଧୁ ବେହେରା ଓ ପିଙ୍କୁ ମିଶ୍ର ପୂଜନ କାର୍ଯ୍ୟ ସମ୍ପାଦନ କରିଥିଲେ।

Udyog Nursery
Udyogi Nursery

ଚଳିତ ବର୍ଷ ଏହି ଚବିଶ ପ୍ରହର ନାମଯଜ୍ଞ ପାଇଁ ସମୁଦାୟ ୧୨ ଗୋଟି ସଂକୀର୍ତ୍ତନ ମଣ୍ଡଳୀ ଅଂଶ ଗ୍ରହଣ କରିଥିଲେ। ଏଥର ନାମଯଜ୍ଞରେ ସଂକୀର୍ତ୍ତନ ପ୍ରେମୀ ଭକ୍ତ ମାନଙ୍କ ପ୍ରବଳ ଭିଡ ପରିଲକ୍ଷିତ ହୋଇଥିଲା । ନର୍ଲାରେ ଭୀଷଣ ଗରମ ଯୋଗୁଁ ନାମଯଜ୍ଞରେ ଜନସମାଗମକୁ ଦୃଷ୍ଟିରେ ରଖି ପାନୀୟ ଜଳର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । ନର୍ଲାର ସମସ୍ତ ଯୁବପିଢୀ ଓ ଜନସାଧାରଣ ନାମଯଜ୍ଞର ବିଭିନ୍ନ ଦାଇତ୍ୱରେ ରହି କାର୍ଯ୍ୟ ପରିଚାଳନାରେ ସହଯୋଗ କରିଥିଲେ। ପ୍ରତ୍ୟହ ମଧ୍ୟାହ୍ନ ଓ ରାତିରେ ଅନ୍ନଛତ୍ରରେ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.