ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୦ ହଜାର ପାର୍

ନୂଆଦିଲ୍ଲୀ: ଆଜି ଚଳିତ ବର୍ଷର ସର୍ବାଧିକ  ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ୨୪ ଘଣ୍ଟାରେ ୭,୮୩୦ କରୋନା ରୋଗୀ ଚିହ୍ନଟ ହୋଇଥିବା କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି। ୨୨୩ ଦିନ ପରେ ପ୍ରଥମ ଥର ଏତେ ସଂଖ୍ୟକ ପଜିଟିଭ ଚିହ୍ନଟ ହୋଇଥିବା ସ୍ୱାସ୍ଥ୍ୟମନ୍ତ୍ରଣାଳୟ ସୂଚନା ଦେଇଛି। ଗତବର୍ଷ ସେପ୍ଟେମ୍ବର ୧ ତାରିଖରେ ୭୯୪୬ ସଂକ୍ରମିତ ଚିହ୍ନଟ ହୋଇଥିଲେ। ନୂଆ ସଂକ୍ରମିତଙ୍କୁ ମିଶାଇଲେ ଦେଶରେ ମୋଟ କରୋନା ସକ୍ରିୟ ସଂଖ୍ୟା ୪୦, ହଜାର ପାର କରିଛି। ବର୍ତ୍ତମାନ ସକ୍ରିୟ ସଂଖ୍ୟା ହେଉଛି ୪୦,୨୧୫ । ସକ୍ରିୟ ସଂଖ୍ୟା ସହ ଦୈନିକ ଓ ସାପ୍ତାହିକ ସଂକ୍ରମଣ ହାର ବି ବଢ଼ିଛି।  ଦୈନିକ ସଂକ୍ରମଣ ହାର ୩.୬୫ ପ୍ରତିଶତ ରହିଥିବା ବେଳେ ସାପ୍ତାହିକ ସଂକ୍ରମଣ ୩.୮୩ ପ୍ରତିଶତ ରହିଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରଣାଳୟର ୱେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି।ସେହିପରି ଦିନକରେ କରୋନା ସଂକ୍ରମଣ ଯୋଗୁ ୧୬ ଜଣଙ୍କର ମୃତ୍ୟୁ ହୋଇଛି। ଦିଲ୍ଲୀ, ପଞ୍ଜାବ ଓ ହିମାଚଳ ପ୍ରଦେଶରୁ ଦୁଇ ଜଣ ଲେଖାଏ ରୋଗୀଙ୍କର ମୃତ୍ୟୁ ହୋଇଥିବା ବେଳେ ଗୁଜରାଟ, ମହାରାଷ୍ଟ୍ର, ତାମିଲନାଡୁ, ହରିଆଣା,ଉତ୍ତର ପ୍ରଦେଶରୁ ଜଣେ ଲେଖାଏ ରୋଗୀଙ୍କର ମୃତ୍ୟୁ ହୋଇଛି। ସେହିପରି କେରଳାରେ ପୁନଃ ଗଣନା କରାଯିବା ପରେ ୫ ଜଣଙ୍କର କୋଭିଡ୍ ଜନିତ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଗତ କିଛିଦିନ ହେଲା ସଂକ୍ରମଣ ସଂଖ୍ୟା ୬ ହଜାର ତଳକୁ ରହୁଥିଲା। ଗତକାଲି ସଂକ୍ରମଣ ସଂଖ୍ୟା ୫,୬୭୬ ରହିଥିଲା। ହେଲେ ଆଜି ଚଳିତ ବର୍ଷ ଦୈନିକ ସଂକ୍ରମଣ ସବୁ ରେକର୍ଡ ଭାଙ୍ଗି ସର୍ବାଧିକ କୋଭିଡ୍ ପଜିଟିଭ୍ ଚିହ୍ନଟ ହେବା ଚିନ୍ତାର ବିଷୟ। ବଢ଼ୁଥିବା କରୋନା ସଂକ୍ରମଣକୁ ଦେଖି କେତେକ ରାଜ୍ୟରେ କଡ଼ା ନିୟମ ଲାଗୁ କରିଛନ୍ତି। ମହାରାଷ୍ଟ୍ରର ବିଏମ୍‌ସି ଡାକ୍ତରଖାନାଗୁଡ଼ିକରେ ମାସ୍କ ବିଧ୍ୟତାମୁଳକ କରାଯାଇଥିବା ବେଳେ କେରଳର ସମସ୍ତ ଡାକ୍ତରଖାନାର ମାସ୍କ ବାଧ୍ୟାତମୁଳକ କରାଯାଇଛି। ସେହିପରି ଉତ୍ତର ପ୍ରଦେଶରେ ସମସ୍ତ ବିଦେଶ ଫେରାନ୍ତାଙ୍କ ପାଇଁ ଟେଷ୍ଟିଂ ବାଧ୍ୟତାମୁଳକ କରାଯାଇଛି। ଏଥସହିତ ସମସ୍ତ ଟେଷ୍ଟ ସମ୍ପାଲକୁ ଜେନୋ ସିକୁଏନ୍ସ ପାଇଁ ପଠାଇବାକୁ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ନିର୍ଦ୍ଦେଶ ଦେଇସାରିଛନ୍ତି

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.