ସକାଳେ ପୁଅକୁ କବର, ରାତିରେ ଆତିକକୁ ହତ୍ୟା; କେଉଁ ରାଜନୈତିକ ଦଳ ସହ ଥିଲା ଲିଙ୍କ୍?

ଓଡ଼ିଆ ବାର୍ତ୍ତା/ ଲକ୍ଷ୍ନୌ: ଉତ୍ତରପ୍ରଦେଶର ପ୍ରୟାଗରାଜରେ ମାଫିଆ ଆତିକ ଅହମ୍ମଦ ଏବଂ ତାର ଭାଇ ଆଶ୍ରଫକୁ ଗୁଳି କରି ହତ୍ୟା କରାଯାଇଛି। ଆତିକ୍ ଅହମ୍ମଦ ପୂର୍ବରୁ ସମାଜବାଦୀ ପାର୍ଟିର ସାଂସଦ ତଥା ବିଧାୟକ ଥିଲେ। ମାଫିଆ ଏବଂ ତାର ଭାଇଙ୍କ ହତ୍ୟା ପରେ ସମାଜବାଦୀ ପାର୍ଟି ସୁପ୍ରିମୋ ଅଖିଳେଶ ଯାଦବ ପ୍ରତିକ୍ରିୟା ରଖିଛନ୍ତି। ଅଖିଳେଶ ଟ୍ୱିଟ୍ କରିଛନ୍ତି ଯେ ଯେତେବେଳେ ପୋଲିସର ସୁରକ୍ଷା କର୍ଡନ ମଧ୍ୟରେ ଖୋଲାଖୋଲି ଗୁଳି ଚଳାଇ ହତ୍ୟା କରାଯାଇପାରିବ, ତେବେ ସାଧାରଣ ଜନତାଙ୍କ ସୁରକ୍ଷା ବ୍ୟବସ୍ଥା କିପରି ଥିବ ଭାବିବା ଉଚିତ? ସେ କହିଛନ୍ତି ଯେ ଲାଗୁଛି ଯେ କିଛି ଲୋକ ଜାଣିଶୁଣି ଭୟର ବାତାବରଣ ସୃଷ୍ଟି କରୁଛନ୍ତି। ଆତିକ୍ ଏବଂ ଆଶ୍ରଫର ହତ୍ୟା ପରେ ସମାଜବାଦୀ ପାର୍ଟି ସୁପ୍ରିମୋ ଟ୍ୱିଟ୍ କରି କହିଛନ୍ତି ଯେ ୟୁପିରେ ଅପରାଧ ଚରମ ସୀମାରେ ପହଞ୍ଚିଛି ଏବଂ ଅପରାଧୀଙ୍କ ମନୋବଳ ବଢିଛି। ଯେତେବେଳେ ପୋଲିସର ସୁରକ୍ଷା କର୍ଡନ ମଧ୍ୟରେ ଖୋଲାଖୋଲି ଗୁଳି ଚଳାଇ କାହାକୁ ହତ୍ୟା କରାଯାଇପାରେ, ତେବେ ସାଧାରଣ ଜନତାଙ୍କ ସୁରକ୍ଷା କିପରି ଥିବା ଅନୁମାନ କରିହେଉଥିବ? ଏହି କାରଣରୁ, ଜନସାଧାରଣଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହେଉଛି, ଏଥିରୁ ଜଣାପଡୁଛି ଯେ କିଛି ଲୋକ ଜାଣିଶୁଣି ଏପରି ପରିବେଶ ସୃଷ୍ଟି କରୁଛନ୍ତି। କହିରଖୁଛୁ ଗୁରୁବାର ଦିନ ଅଖିଳେଶ ମଧ୍ୟ ଆତିକ୍ ଅହମ୍ମଦର ପୁଅ ଆସଦର ଏନକାଉଣ୍ଟର ଉପରେ ପ୍ରଶ୍ନ ଉଠାଇଥିଲେ ଏବଂ ସୁଟର ଗୁଲାମ ମହମ୍ମଦ। ଶନିବାର ରାତିରେ ପ୍ରୟାଗରାଜସ୍ଥିତ ଏକ ମେଡିକାଲ କଲେଜ ନିକଟରେ ଅଜ୍ଞାତ ଆକ୍ରମଣକାରୀଙ୍କ ଦ୍ୱାରା ଗ୍ୟାଙ୍ଗଷ୍ଟର ତଥା ରାଜନେତା ଆତିକ୍ ଅହମ୍ମଦ ଏବଂ ତାର ଭାଇ ଆଶ୍ରଫକୁ ଗୁଳି କରି ହତ୍ୟା କରାଯାଇଛି। ଗୁଳିକାଣ୍ଡର ଚିତ୍ର କ୍ୟାମେରାରେ କଏଦ ହୋଇଛି। ଯେହେତୁ ମିଡିଆକର୍ମୀ ଏହି ଅପରାଧୀର ପ୍ରତିକ୍ରିୟା ନେବାକୁ ଚେଷ୍ଟା କରୁଥିଲେ ସେହି ସମୟରେ ଗୁଳିକାଣ୍ଡ ଘଟିଛି। ପୋଲିସ ଦୁଇ ଅପରାଧୀଙ୍କ ଡାକ୍ତରୀ ପରୀକ୍ଷା ପାଇଁ ଡାକ୍ତରଖାନାକୁ ନେଉଥିଲା। ଏହି ମାମଲାରେ ପୋଲିସ ୩ ଜଣଙ୍କୁ ଗିରଫ କରିଛି। ଏହି ସମ୍ବେଦନଶୀଳ ହତ୍ୟା ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଛି। ଅହମ୍ମଦର ପୁଅ ଆସାଦ ଏବଂ ତାର ସହଯୋଗୀ ଏପ୍ରିଲ ୧୩ ରେ ପୋଲିସର ଏନକାଉଣ୍ଟରରେ ନିହତ ହୋଇଥିଲେ। ଶନିବାର ସକାଳେ ଉଭୟଙ୍କ ମୃତଦେହକୁ କବର ଦିଆଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.