ବିରୋଧୀଙ୍କୁ ବାନ୍ଧିବାକୁ ଏତେ ବ୍ୟାକୁଳ?

ଓଡ଼ିଆ ବାର୍ତ୍ତା/ ନୂଆଦିଲ୍ଲୀ: ବିରୋଧୀଙ୍କ ଉପରେ ଚଢାଉରେ ବ୍ରେକ ଲାଗୁନି। ଦେଶର ଜଣଙ୍କ ପରେ ଜଣେ ବିରୋଧୀ ଦଳର ନେତା ସିବିଆଇ ଇଡି ଜାଲରେ ଛନ୍ଦି ହୋଇ ଯାଉଥିବା ଦେଖିବାକୁ ମିଳୁଛି। ଯେଉଁ କେତେକ ନେତା କୋର୍ଟରୁ ରହିତାଦେଶ ଆଣିଛନ୍ତି ତାଙ୍କୁ ବି ସିବିଆଇ ଛାଡୁ ନ ଥିବା କୁହାଯାଉଛି। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ତଥା ଟିଏମସି ସାଂସଦ ଅଭିଷେକ ବାନାର୍ଜୀଙ୍କୁ ସିବିଆଇ ସମନ କରିଛି। ଶିକ୍ଷକ ନିଯୁକ୍ତି ସ୍କାମ ମାମଲାରେ ତାଙ୍କୁ ସିବିଆଇ ପଚରାଉଚରା କରିବାକୁ ସମନ କରିଛି। କିନ୍ତୁ ଏହି ମାମଲାରେ ସୁପ୍ରିମକୋର୍ଟ ତାଙ୍କୁ ସୁରକ୍ଷା ଦେବା ପରେ ବି ସିବିଆଇ ସମନ କରିଛି। ଯାହାକୁ ନେଇ ସାଧାରଣରେ ଆଲୋଚନା ଆରମ୍ଭ ହୋଇଛି। ଶିକ୍ଷକ ନିଯୁକ୍ତିରେ ଦୁର୍ନୀତିକୁ ନେଇ ସିବିଆଇ ତଦନ୍ତ କରିବା ସହ ଟିଏମସିର ଜଣେ ବିଧାୟକଙ୍କୁ ଗିରଫ କରିଛି। ଅଭିଷେକ ବାନାର୍ଜୀଙ୍କୁ ଏ ପ୍ରସଙ୍ଗରେ ସିବିଆଇ ତଦନ୍ତରେ ସାମିଲ କରିବାକୁ ଚାହୁଁଥିବାରୁ ଏହା ବିରୋଧରେ ସେ ସୁପ୍ରିମକୋର୍ଟ ଯାଇଥିଲେ। ସୁପ୍ରିମକୋର୍ଟ ତାଙ୍କ ବିରୋଧରେ ଚାଲିଥିବା ତଦନ୍ତ ଉପରେ ରୋକ ଲଗାଇଛନ୍ତି। ଏହା ସତ୍ତ୍ୱେ ସିବିଆଇ ଅଭିଷେକଙ୍କୁ ହାଜର ହେବାକୁ ସମନ କରିବା ପରେ ଚର୍ଚ୍ଚା ବଢିଛି। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ସତ୍ତ୍ୱେ ସିବିଆଇ ସମନ କରି ତାଙ୍କୁ ହଇରାଣ କରିବାକୁ ଚାହୁଁଛି ବୋଲି କହିଛନ୍ତି ଅଭିଷେକ। ପରିସ୍ଥିତି ଅତ୍ୟନ୍ତ ଗମ୍ଭୀର ବୋଲି କହିଛନ୍ତି ଅଭିଷେକ ବାନାର୍ଜୀ। ଟ୍ୱିଟ ସହ ନିର୍ଦ୍ଦେଶନାମାର କପି ପୋଷ୍ଟ କରି ଏ କଥା କହିଛନ୍ତି ଅଭିଷେକ।

Omkar Vasthu
Omkar Vasthu

ସେପଟେ ଗୁଜରାଟ ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ଗୋପାଳ ଇଟାଲିଆଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିବା ପ୍ରସଙ୍ଗ ମଧ୍ୟ ଏବେ ଦେଶବ୍ୟାପୀ ଚର୍ଚା ହେଉଛି। ରାଜ୍ୟର ଗୃହ ମନ୍ତ୍ରୀ ହର୍ଷ ସାଙ୍ଗଭୀଙ୍କ ସମ୍ପର୍କରେ ସେ ଗୁଜରାଟ ବିଧାନସଭା ନିର୍ବାଚନ ପ୍ରଚାର ବେଳେ ବିବାଦୀୟ ବୟାନ ଦେଇଥିଲେ। ସେଥିପାଇଁ ତାଙ୍କୁ କ୍ରାଇମବ୍ରାଞ୍ଚ ଟିମ ଗିରଫ କରିଥିଲା। ପରେ ତାଙ୍କୁ ଜାମିନ ମିଳିଥିଲେ ମଧ୍ୟ ଏହାକୁ ନେଇ ରାଜନୀତି ତୀବ୍ର ହୋଇଛି। ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଠାରୁ ଆରମ୍ଭ କରି ଭାରତ ରାଷ୍ଟ୍ର ସମିତିର କେ କବିତା, ଆରଜେଡିର ତେଜସ୍ୱି ଯାଦବ ଓ ତାଙ୍କ ଭଉଣୀ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଦି ପ୍ରମୁଖ ବିରୋଧୀ ଦଳ ନେତାମାନଙ୍କୁ ଇଡି ସିବିଆଇ ଲଗାତର ଜେରା କରି ଆସୁଛି। ବହୁ ବିରୋଧୀ ନେତାଙ୍କୁ ଗିରଫ କରାଯିବା ସହ କିଛି ନେତା ଜେଲରେ ଅଛନ୍ତି। ଏପରିକି ସିବିଆଇ ଟାର୍ଗେଟରେ ତୃଣମୂଳ କଂଗ୍ରେସ ମଧ୍ୟ ରହିଛି। କିନ୍ତୁ ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ ମଧ୍ୟ ଟିଏମସି ସାଂସଦ ଅଭିଷେକଙ୍କୁ ସମନ କରିବା ସିବିଆଇକୁ ଅଡୁଆରେ ପକାଇଥିବା କୁହାଯାଉଛି।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.