ଟିଟିଲାଗଡ଼ରେ ବିଶ୍ୱ ନୃତ୍ୟ ଦିବସ ପାଳନ 

ଓଡ଼ିଆ ବାର୍ତ୍ତା/ ବଲାଙ୍ଗୀର (ପ୍ରମୋଦ ସେଲମା): ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସହର ସ୍ଥିତ ନୀଳଚକ୍ର ନଗର ଡାନ୍ସିଂ ଷ୍ଟାର ଏକାଡେମୀ ଠାରେ ବିଶ୍ୱ ନୃତ୍ୟ ଦିବସ ମହା ସମାରୋହରେ ପାଳିତ ହୋଇଯାଇଛି | କୋରିଓଗ୍ରାଫର ତଥା ନୃତ୍ୟ ନିର୍ଦ୍ଦେଶିକା ଶୁଭଦର୍ଶିନୀ ମିଶ୍ର (ପୂଜା ) କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ | ଏହି ଏକାଡେମୀରେ ଛାତ୍ରଛାତ୍ରୀ ବିଭିନ୍ନ ନୃତ୍ୟ ପରିବେଷଣ କରିଥିବା ବେଳେ ଅଭିଭାବକ ଓ ଜନସାଧାରଣ ବହୁ ସମୟ ଧରି ଏହାକୁ ବେଶ ଉପଭୋଗ କରିଥିଲେ | ନୃତ୍ୟ ସବୁର ପ୍ରଚାର ପ୍ରସାର ଓ ବିକାଶ ନେଇ ପ୍ରଚେଷ୍ଟା କରାଯିବା ଆବଶ୍ୟକ ବୋଲି ସଭାରେ ମତ ପ୍ରକାଶ ପାଇଥିଲା | ଏହି ଅବସରରେ କୃତୀ ନୃତ୍ୟ ପ୍ରତିଯୋଗୀମାନଙ୍କୁ ଏକାଡେମୀର ନିର୍ଦେଶିକା ମିଶ୍ର ପ୍ରମାଣପତ୍ର ଓ ଉପହାର ପ୍ରଦାନ କରିଥିଲେ | ଏହି ନୃତ୍ୟ ପରିବେଷଣ ସମୟରେ ଟିଟିଲାଗଡ଼ ସହରର ବହୁ ମହିଳା ଅଭିଭାବକମାନେ ଉପସ୍ଥିତ ଥିଲେ l

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.