ରୁପ୍ରାରୋଡ ଠାରେ ଓଡ଼ିଶା ଜୀବିକା ନିର୍ବାହ ମିଶନର ବୈଠକ ଅନୁଷ୍ଠିତ

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ଲିଙ୍ଗରାଜ ମିଶ୍ର): ନର୍ଲା ବ୍ଲକ ଅଧିନସ୍ଥ ରୁପ୍ରାରୋଡଗ୍ରାମ ପଞ୍ଚାୟତ ପରିସରରେ ଓଡିଶା ଜୀବିକା ନିର୍ବାହ ମିଶନର ବୈଠକ ଅନୁଷ୍ଠିତ ହୋଇଯାଇଛି । ରୁପ୍ରାରୋଡ଼ ଏମବିକେ କ୍ଷୀରମତି ମାଝୀଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ବେଳେ ଓଡିଶା ଜୀବିକା ନିର୍ବାହ ମିଶନ(ଓଏଲଏମ) ଶାଖାର ସଭାନେତ୍ରୀ ସସ୍ମିତା ଡାକୁଆ, ସମ୍ପାଦିକା ହିମନ୍ତି ରଣା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏଥିରେ ରୁପ୍ରାରୋଡ଼ ଅଂଚଳର ସ୍ୱୟଂ ସହାୟକ ଗୋଷ୍ଠୀ ମାନଙ୍କୁ ପରିଚାଳନା କରିବା ପାଇଁ ନବ ନିଯୁକ୍ତ ୧୩ ଜଣ ସିଆରପି, ସ୍ୱୟଂ ସହାୟକ ଗୋଷ୍ଠୀର ସଭାନେତ୍ରୀ, ସମ୍ପାଦିକା ମାନେ ଯୋଗଦାନ କରି ଆଲୋଚନାରେ ସକ୍ରୀୟ ଅଂଶ ଗ୍ରହଣ କରିଥିଲେ । ରୁପ୍ରାରୋଡ଼ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଗ୍ରାମ ଗୁଡିକରେ ରହିଥିବା ମିଶନଶକ୍ତି ଅଧିନସ୍ଥ ମୋଟ ୮୦ ଗୋଟି ସ୍ୱୟଂ ସହାୟକ ଗୋଷ୍ଠୀ ରହିଛି । ବିଭିନ୍ନ ଗ୍ରାମରେ ଅନେକ ଉଦ୍ୟୋଗୀ ମହିଳା ରହିଛନ୍ତି । ହେଲେ ସେମାନେ କୌଣସି ବି ସ୍ୱୟଂ ସହାୟକ ଗୋଷ୍ଠୀର ସାମିଲ ହୋଇନାହାନ୍ତି । ସିଆରପି ମାନେ ଗାଁ ଗାଁ, ଘର, ଘର ବୁଲି ସର୍ଭେ କରି ବାଦ ପଡିଥିବା ମହିଳା ମାନେ ସ୍ୱୟଂ ସହାୟକ ଗୋଷ୍ଠୀ ରେ ସାମିଲ ହୁଅନ୍ତୁ କିମ୍ବା ନୂଆ ଗୋଷ୍ଠି ଗଠନ କରନ୍ତୁ ବୋଲି ସେମାନଙ୍କୁ ବୁଝାଇବେ । ରାଜ୍ୟ ସରକାରଙ୍କ ମହିଳା ସଶକ୍ତି କରଣ ଯୋଜନାରେ ସମସ୍ତ ମହିଳା କିଭଳି ଅଂଶୀଦାର ହୋଇ ପାରିବେ ସେଥିପାଇଁ ବୈଠକରେ ଆଲୋଚନା ହୋଇଥିଲା । ଶେଷରେ ମହିଳା ସଭାନେତ୍ରୀ ଦୀପାଞ୍ଜଳୀ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.