ଓଡ଼ିଆ ବାର୍ତ୍ତା/ ଧର୍ମଗଡ (ଲବଣୀ ରାଉତ): ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ଯମିକ ମହାବିଦ୍ୟାଳୟରେ ଶ୍ରେଣୀଗୃହ ଅଭାବରୁ ଛାତ୍ରୀମାନଙ୍କ ପାଠପଢ଼ାରେ ବହୁତ ଅସୁବିଧା ହେଉଥିଲା। ତେଣୁ ଛାତ୍ରୀମାନେ ଓ କଲେଜ କର୍ତ୍ତୁପକ୍ଷ ଏକ ନୂତନ ଶ୍ରେଣୀଗୃହ ନିର୍ମାଣ ପାଇଁ ଧର୍ମଗଡ଼ ବିଧାୟକ ମୌଷଧି ବାଗଙ୍କୁ ଅନୁରୋଧ କରିଥିଲେ। ଛାତ୍ରୀମାନଙ୍କ ଶିକ୍ଷାକୁ ଗୁରୁତ୍ବ ଦେଇ ବିଧାୟକ ୫୦ଲକ୍ଷ ଟଙ୍କା ବ୍ଯୟରେ ଏକ ନୂତନ ଶ୍ରେଣୀଗୃହ ନିର୍ମାଣ କରାଇଥିବା ବେଳେ ଆଜି ତାଙ୍କ କରକମଳରେ ଏହି ନୂତନ ଶ୍ରେଣୀଗୃହର ଶୁଭ ଉଦଘାଟନ ହୋଇ ଯାଇଛି। ଏହି ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ଯ ଅତିଥି ଭାବରେ ଧର୍ମଗଡ଼ ବିଧାୟକ ଶ୍ରୀଯୁକ୍ତ ମୌଷଧି ବାଗ ଯୋଗଦେଇ ନବ ନିର୍ମିତ ଶ୍ରେଣୀ ଗୃହର ଶୁଭ ଉଦଘାଟନ କରିଥିଲେ ଏବଂ ଛାତ୍ରୀମାନଙ୍କୁ ଭଳ ପାଠ ପଢ଼ିବାକୁ ଉତ୍ସାହିତ କରିବା ସହ ସମସ୍ତଙ୍କ ଉଜ୍ଜ୍ବଳ ଭବିଷ୍ଯତ କାମନା କରିଥିଲେ। ଏହି ଅବସରରେ ଏନ୍ଏସି ଉପାଧ୍ୟକ୍ଷା ମନିଷା ମିଶ୍ର, ପୂର୍ବତନ ଏନ୍ଏସି ଅଧ୍ଯକ୍ଷା ହିରା ବାଗ, ବିଧାୟକ ପ୍ରତିନିଧି ସ୍ୱାଧୀନ ବାଗ, ପୂର୍ବତନ କାଉନସିଲର ବିବେକ ରଞ୍ଜନ ମିଶ୍ର, ବରିଷ୍ଠ ସାମ୍ବାଦିକ ହୃଷିକେଶ ମିଶ୍ର, ଇଙ୍ଗିତ ପଣ୍ଡା ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ଛାତ୍ରୀମାନେ ଓ କଲେଜ କର୍ତ୍ତୁପକ୍ଷ ଧର୍ମଗଡ଼ ବିଧାୟକ ଓ ରାଜ୍ଯ ସରକାରଙ୍କୁ କୃତଜ୍ଞତା ଜଣାଇଥିଲେ।