ବୀରମହାରାଜପୁରକୁ ଏନଏସି ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବନ୍ଦ ସଫଳ

ଓଡ଼ିଆ ବାର୍ତ୍ତା/  ସୁବର୍ଣ୍ଣପୁର (ରାଜ କିଶୋର ତ୍ରିପାଠୀ): ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରକୁ ଏନଏସି ମାନ୍ୟତା ଦାବିରେ ୧୨ ଘଣ୍ଟିଆ ବନ୍ଦ ସ୍ଵତଃସ୍ପୃତ ଭାବରେ ସମସ୍ତଙ୍କ ସହଯୋଗରେ ସଫଳ ହୋଇଛି। ଆମ ଆଦମୀ ପାର୍ଟି ପକ୍ଷରୁ ବନ୍ଦ ଡାକରା ସହ ୧୫ ଦଫା ଦାବି ନେଇ ରାସ୍ତାକୁ ଓହ୍ଲାଇଛି ଦଳ । ଗତକାଲି ଆମ ଆଦମୀ ପାର୍ଟି ର ରାଜ୍ୟ ସଭାପତି ନିଶିକାନ୍ତ ମହାପାତ୍ର ବୀରମହାରାଜପୁର ଅଞ୍ଚଳ କୁ ଗସ୍ତ କରି ସ୍ଥାନୀୟ ଅଞ୍ଚଳ ର ସମସ୍ୟା ନେଇ ଦଳ ପକ୍ଷରୁ ପ୍ରତ୍ୟେକ ଘରକୁ ଯାଇ ଦସ୍ତଖତ ଅଭିଯାନ କରି ଜନମତ ସୃଷ୍ଟି କରିବା ସହ ଆଗକୁ ବଡ଼ ଧରଣର ଆନ୍ଦୋଳନ ପାଇଁ ସଜବାଜ ସହ ଏନଏସି ଦାବିରେ ବନ୍ଦ କୁ ସମର୍ଥନ କରିଥିବା ବେଳେ ଆଜି ସକାଳୁ ସକାଳୁ ଆମ୍ ଆଦମୀ ପାର୍ଟିର କର୍ମକର୍ତ୍ତାମାନେ ବୀରମହାରାଜପୁର ଛକ ସମେତ ବିଭିନ୍ନ ଛକରେ ପିକେଟିଂ କରିଥିବା ଦେଖିବାକୁ ମିଳିଥିଲା ବେଳେ ଦୋକାନ, ବଜାର, ଯାନ ବାହନ ସହ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ସବୁ ବନ୍ଦ ରହିଥିଲା। ବନ୍ଦରୁ ଜରୁରୀ ସେବାକୁ ବାଦ ଦିଆଯିବା ସହ ସୁରକ୍ଷା ଦୃଷ୍ଟିରୁ ବିଭିନ୍ନ ଛକମାନଙ୍କରେ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା ବେଳେ ମୋଟାମୋଟି ଭାବରେ ଆଇନ ଶୃଙ୍ଖଳା ପରିସ୍ଥିତି ଶାନ୍ତିପୂର୍ଣ୍ଣ ରହିଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery
Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.