ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ସୁଶାନ୍ତ କୁମାର ଦଳେଇ): ଗୋଲାମୁଣ୍ଡା ବ୍ଲକ ଧାମନପୁର ପଞ୍ଚାୟତ କୁଳିହାରୀଗୁଡା ଗ୍ରାମର ବୀରକିଶୋର ଲହଜଳ ଓ ସନ୍ତରା ଲହଜଳଙ୍କ ପରିବାର ବହୁତ ହସଖୁସିରେ ଥିଲା l ତାଙ୍କର ଦୁଇ ଝିଅ ଓ ଗୋଟିଏ ପୁଅ ଥିଲେ କିନ୍ତୁ ଦିନେ ଦୁଃଖର କଳାବାଦଲ ଏହିପରିବାର ଉପରେ ପଡିଲା l ୩ ଶିଶୁ ଦୁନିଆ କଣ ଜାଣିବା ପୂର୍ବରୁ ମା ସନ୍ତରା ଙ୍କ ୨୦୧୬ ରେ ଦେହାନ୍ତ ହେଲା l ତାଙ୍କ ସ୍ଥାନ ପୂରଣ କରିବାପାଇଁ ବୀରକିଶୋର ପୁଣିଥରେ ଭୂମିସୁତା ଲହଜଳଙ୍କୁ ବାହାହେଲେ l ତାଙ୍କ ଔରସରୁ ପୁଣି ଏକ ଝିଅ ଜନ୍ମହେଲା l ଏହାର କିଛି ବର୍ଷ ବ୍ୟବଧାନ ପରେ ବୀରକିଶୋର ଙ୍କ ୨୦୧୯ ରେ ଦେହାନ୍ତ ହେଲା l ଚାରି ଛୁଆଙ୍କୁ ନେଇ ଭୂମିସୁତା କଷ୍ଟେମଷ୍ଟେ ପ୍ରତି ପୋଷଣ କରୁଥିଲେ l ହେଲେ ଗତ ୨୪ ଏପ୍ରିଲରେ ଭୂମିସୁତାଙ୍କ ମଧ୍ୟ ଦେହାନ୍ତ ହେଲା l ଦେଖୁ ଦେଖୁ ଚାରିଜଣ ଛୁଆ ଅନାଥ ହୋଇଗଲେ l ସେମାନେ ନିଜ ବାସସ୍ଥଳୀ ଛାଡି ଖସିଗୁଡାରେ ଅଜା ଆଇଙ୍କ ଘରେ ରହୁଥିବା ନେଇ ବିଭିନ୍ନ ଗଣମାଧ୍ୟମ ରେ ଖବର ପ୍ରସାରିତ ହୋଇଥିଲା l ଏଇ ଖବର ବିଷୟରେ ଯୁବ ସ୍ବେଛାସେବୀ ଯଶୋବନ୍ତ ରଣା ଜାଣିବାପରେ ଗୋଲାମୁଣ୍ଡାର ରବୀନ୍ଦ୍ର ରାଉତଙ୍କ ସହ ଯୋଗାଯୋଗ କରି ସେମାନଙ୍କ ସମସ୍ୟା ବିଷୟରେ ସମସ୍ତ ତଥ୍ୟ ସଂଗ୍ରହ କରି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶୈଳେନ୍ଦୁ ମହାପାତ୍ରଙ୍କୁ ଜଣେଇ ସେମାନଂକୁ ସରକାରଙ୍କ ବିଭିନ୍ନ ଯୋଜନାରେ ସାମିଲ କରିବାପାଇଁ ଅନୁରୋଧ କରିଥିଲେ l ଡିସୁପିଓଙ୍କ ନିର୍ଦେଶରେ ସମସ୍ତ ଶିଶୁଙ୍କୁ ଆଜି ଶିଶୁ ମଙ୍ଗଳ ସମିତିଙ୍କ ପାଖରେ ପ୍ରଡୁସ କରି ସେମାନଙ୍କୁ ସରକାରୀ ସୁବିଧା ଦେବାପାଇଁ ସ୍ଥିର କରାଗଲା l ବଡ଼ଝିଅ ସୁମନି ଲହଜଳଙ୍କୁ ସାରାକରଙ୍କ ଗ୍ରୀନ କାର୍ଡ ମାଧ୍ୟମରେ ଉଚ୍ଚ ଶିକ୍ଷାର ବ୍ୟବସ୍ତା କରାଯାଇଥିବା ବେଳେ ଦ୍ୱିତୀୟ ଝିଅ ଗୁଆଦେଇ ଲହଜଳ ଭଲ ମାର୍କ ରଖି ମାଟ୍ରିକ ପାସ କରିଥିବାରୁ ତାଙ୍କୁ ସରକାରୀ ଆଇ.ଟି.ଆଇରେ ମାଗଣା ଶିକ୍ଷା ପ୍ରଦାନ କରାଯିବ l ସେହିପରି ରୋଶନ ଲହଜଳଙ୍କୁ ଏନ.ଏନ.ଏସରେ ରଖି ମାଗଣାରେ ପାଠ ପଢ଼ିବାର ବ୍ୟବସ୍ତା କରାଯାଇଥିବା ବେଳେ ସବୁଠୁ ଛୋଟ ଝିଅ ସୁବି ଲହଜଳଙ୍କୁ ମାସିକ ଚାରି ହଜାର ଟଙ୍କା ଦେବାପାଇଁ ସ୍ଥିର କରାଗଲା l ସେମାନଂକୁ ଅନ୍ୟାନ୍ୟ ସରକାରୀ ସୁବିଧା ଯୋଗାଇ ଦେବାପାଇଁ ସ୍ଥିର କରାଯାଇଛି l ସେମାନଂକୁ ନେବା ଆଣିବା ସହ ସମସ୍ତ ପ୍ରକାର ସହଯୋଗ କରିଥିବାରୁ ରବୀନ୍ଦ୍ର ରାଉତ, ଯଶୋବନ୍ତ ରଣା, ଶ୍ୟାମସୁନ୍ଦର ଅଗ୍ରୱାଲ ସମସ୍ତଙ୍କୁ ତାଙ୍କ ପରିବାର ଧନ୍ୟବାଦ ଜଣେଇଛନ୍ତି l ସମସ୍ତଙ୍କ ଏହିପରି ପ୍ରୟାସକୁ ଅଂଚଳବାସୀ ସାଧୁବାଦ ଜଣେଇଛନ୍ତି l