ସପ୍ତମ ଶ୍ରେଣୀ ପ୍ରାଦେଶିକ ମେଧାବୃତ୍ତି ଓ ଭାରତୀକୃଷ୍ଣ ଗଣିତ ମେଧାବୃତ୍ତି ପରୀକ୍ଷାରେ ଓଡ଼ିଶାରେ ଶ୍ରୀୟାଂଶୀ ୮ମ ଓ ୧୦ମ ସ୍ଥାନ କଲେ ଅଧିକାର

ଓଡ଼ିଆ ବାର୍ତ୍ତା/ କଳାହାଣ୍ଡି (ହେମନ୍ତ ସାହୁ): ଶିକ୍ଷା ବିକାଶ ସମିତି ଓଡିଶା ଦ୍ୱାରା ପରିଚାଳିତ ହେଉଥିବା ସପ୍ତମ ଶ୍ରେଣୀ ପ୍ରାଦେଶିକ ମେଧାବୃତ୍ତି ଓ ଭାରତୀକୃଷ୍ଣ ଗଣିତ ମେଧାବୃତ୍ତି ପରୀକ୍ଷାରେ ମ.ରାମପୁର, ତଳସାଗର ପଡ଼ା ନିବାସୀ ଶିଶିର କୁମାର ସାହୁ ଓ ସନ୍ଧ୍ୟାରାଣୀ ସାହୁଙ୍କ ଝିଅ ଶ୍ରୀୟାଂଶୀ ୮ମ ଓ ୧୦ ମ ସ୍ଥାନରେ ରହି ସାରା ଓଡ଼ିଶାରେ ପ୍ରଥମ ଦଶ ଜଣଙ୍କ ମଧ୍ୟରେ ସ୍ଥାନ ପାଇ ନିଜ ସ୍କୁଲ ଓ ଗାଁ ପାଇଁ ଗୌରବ ଆଣି ଦେଇଛନ୍ତି । ସେ ବର୍ତ୍ତମାନ ମୁଖିଗୁଡ଼ା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ୮ମ ଶ୍ରେଣୀରେ ଅଧ୍ୟୟନ କରୁଛନ୍ତି । ପିତା ଜଣେ ଅଧ୍ୟାପକ ଏବଂ ମାତା ଶିକ୍ଷୟିତ୍ରୀ ଭାବରେ ମୁଖିଗୁଡ଼ାରେ କାର୍ଯ୍ୟରତ ।ବିଦ୍ୟାଳୟର ଗୁରୁଜୀ ଗୁରୁମା, ପିତାମତା ଏବଂ ଶୁଭେଚ୍ଛୁ ବର୍ଗ ଶ୍ରୀୟାଂଶୀଙ୍କ ଉଜ୍ଵଳ ଭବିଷ୍ୟତ କାମନା କରିଛନ୍ତି ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.