୬ ହଜାର କୋଟି ପର୍ଯ୍ୟନ୍ତ ଯାଇପାରେ ବିସିସିଆଇ ବ୍ରଡକାଷ୍ଟ ରାଇଟ୍ସ

ଓଡ଼ିଆ ବାର୍ତ୍ତା/ ମୁମ୍ବାଇ: ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ବୁଧବାର ବ୍ରଡକାଷ୍ଟ ରାଇଟ୍ସ ପାଇଁ ଟେଣ୍ଡର ଜାରୀ କରିଛି । ଆଗାମୀ ୫ ବର୍ଷ ପାଇଁ ପ୍ରସାରଣ ରାଇଟ୍ସ ହାତେଇବା ପାଇଁ ଆଗ୍ରହୀ କମ୍ପାନୀକୁ ୧୫ ଲକ୍ଷରେ ଟେଣ୍ଡର ଡକ୍ୟୁମେଂଟ ଟ୍ୟାକ୍ସ ଅର୍ଥ ଛାଡିକରି କିଣିବାକୁ ପଡିବ । ଏହାକୁ ଫେରସ୍ତ କରାଯିବ ନାହିଁ । ୨୫ ଅଗଷ୍ଟ ମଧ୍ୟରେ ଏହାକୁ କିଣିବାକୁ ପଡିବ । ରିପୋର୍ଟ ମୁତାବକ ଏଥର ଏହି ରାଇଟ୍ସ ପାଇଁ ବିସିସିଆଇ ୬ ହଜାର କୋଟି ଟଙ୍କା ଟାର୍ଗେଟ ରଖିଛି । ଗୁଗଲ, ଆମାଜନ ଓ ଡିଜନୀ ପରି କମ୍ପାନୀ ଏଥି ନିମନ୍ତେ ଆଗ୍ରହ ପ୍ରକାଶ କରିଛନ୍ତି । ୨୦୨୩ରୁ ୨୭ ପର୍ଯ୍ୟନ୍ତ ଭାରତ ୧୦୨ ଆନ୍ତର୍ଜାତୀୟ ମ୍ୟାଚ ଖେଳିବ । ୫ ବର୍ଷ ପୂର୍ବେ ୬ ହଜାର କୋଟିରେ ଏହି ରାଇଟ୍ସ ବିକ୍ରି ହୋଇଥିଲା ।

ସେ ସମୟରେ ଆଇପିଏଲ ମ୍ୟାଚ ରାଇଟ୍ସ ପାଇଁ କମ୍ପାନୀମାନେ ବେଶୀ ଆଗ୍ରହ ଦେଖାଇଥିଲେ । ଏଥର ମଧ୍ୟ ଇ ନିଲାମୀ ହେବାର ସମ୍ଭାବନା ଅଧିକ ରହିଛି । ଗତବର୍ଷ ବିସିସିଆଇ ଆଇପିଏଲ ମିଡିଆ ରାଇଟ୍ସ ପାଇଁ ଇ ନିଲାମୀ କରାଇଥିଲା । ୨୦୧୮ରେ ଅଫଲାଇନ ନିଲାମରେ ଷ୍ଟାର ଇଣ୍ଡିଆ ବାଜି ମାରିଥିଲା । ବିସିସିଆଇ ଇଆଣ୍ଡଟି ଅନୁସାରେ ଏଥର ୬୦୦୦ କୋଟିରୁ ଊର୍ଦ୍ଧ୍ୱରେ ଏହି ରାଇଟ୍ସ ବିକ୍ରି ହେବ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.