ଦୁଇ ହଜାର ଟଙ୍କିଆ ୨୫ ଲକ୍ଷ ଦେଇ ପାଞ୍ଚ ଶହ ଟଙ୍କିଆ ୨୦ ଲକ୍ଷ ନେବା ବାହାନାରେ ଲୁଟ ଘଟଣାର ପର୍ଦ୍ଦାଫାଶ

ଠକେଇ ମାମଲାରେ ୧୨.୮୮ ଲକ୍ଷ ଟଙ୍କା ଜବତ, ୫ ଠକ ଗିରଫ

ଓଡ଼ିଆ ବାର୍ତ୍ତା/ ସୁବର୍ଣ୍ଣପୁର – (ରାଜ କିଶୋର ତ୍ରିପାଠୀ): ସୋନପୁର ଜିଲ୍ଲା ପୋଲିସକୁ ମିଳିଛି ଏକ ବଡ ସଫଳତା । ୨୦ ଲକ୍ଷ ଟଙ୍କାର ୫୦୦ ଟଙ୍କିଆ ନୋଟ ବଦଳରେ ୨୫ ଲକ୍ଷ ଟଙ୍କାର ୨୦୦୦ ଟଙ୍କିଆ ନୋଟ ପାଇ ରାତା ରାତି ଲକ୍ଷ ପତି ହେବା ସ୍ବପ୍ନ ଦେଖୁଥିଲେ ସୋନପୁର ବଡ଼ବଜାରର ରାଜେଶ୍ ମେହେର ଓ ତାଙ୍କର ଜଣେ ଭୁବନେଶ୍ବରର ସାଙ୍ଗ ମନୋଜ ବ୍ରହ୍ମା କିନ୍ତୁ ପରିଶେଷରେ ହୋଇଥିଲେ ବଡ଼ ଠକାମୀର ଶିକାର । ସୋନପୁରର ଏକ ହୋଟେଲରେ ଏହି ବିଷୟରେ ହୋଇଥିଲା ଡ଼ିଲ ଓ ସ୍ଥାନୀୟ ଘୋଡୋଘାଟ ପଡା ର ଯୋଗେଶ୍ୱର ବେହେରା, ବରଗଡ଼ର ଟଙ୍କଧର ବିଭାର ଓ ଶିବ ମେହେର, ଗଞ୍ଜାମର ବି ତ୍ରିନାଥ ରାଓ ଓ ଏ. ସନ୍ତୋଷ ମିଶି ବିଛାଇ ଥିଲେ ଠକାମୀ ର ଜାଲ l ଜୁଲାଇ ୩୦ ଦିନ ୧ ସମୟରେ ରାଜେଶ୍ ମେହେର ଟଙ୍କା ବେଗ ଧରି ପହଂଚି ଯାଇଥିଲେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗକୁ ଓ ଅଭିଯୁକ୍ତ ମାନେ ଏକ ଗାଡିରେ ରାଜେଶ୍ ଙ୍କ ଠାରୁ ୫୦୦ ଟଙ୍କିଆ ନୋଟଥିବା ବେଗ ଗ୍ରହଣ କଲେ। ଠିକ୍ ସେହି ସମୟରେ ପ୍ଲାନ ମୁତାବକ ଅନ୍ୟ ଅଭିଯୁକ୍ତ ଏକ ସ୍କର୍ପିଓ ଗାଡ଼ିରେ ପୋଲିସ ସାଇରନ ଦେଇ ଘଟଣା ସ୍ଥଳକୁ ଆସିଥିଲା ଓ ରାଜେଶ୍ ମେହେରଙ୍କୁ ପୋଲିସ ଆସୁଛି ଅନ୍ୟ ଜାଗାକୁ ଆସି ୨୦୦୦ ଟଙ୍କିଆ ନୋଟ୍ ନେବ କହି ଖସି ଯାଇଥିଲେ ଅଭିଯୁକ୍ତ। ତାପରେ ଠକାମିର ଶିକାର ହୋଇଥିବା ରାଜେଶ ମେହେର ସୋନପୁର ଥାନାରେ ଲିଖିତ ଅଭିଯୋଗ କଲେ । ସୋନପୁର ପୋଲିସ କେସ ନମ୍ବର ୧୮୧/୩୦.୭.୨୩ ରେ ଦଫା ୪୨୦/୧୨୦(ବି) (ଅନୁସାରେ ଠକେଇ ମାମଲା ରୁଜୁକରି ପରେ ୪୨୦/୪୬୮/୪୭୧ ଓ ୧୩୦ (ବି) ରେ ପରିବର୍ତ୍ତନ କରି ତଦନ୍ତ ଆରମ୍ଭ କରିଥିଲେ। ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଅମରେଶ ପଣ୍ଡା ଏହି ଘଟଣାକୁ ଅତ୍ୟନ୍ତ ଗମ୍ଭୀରତା ସହ ନେଇ ତନାଘନା ଆରମ୍ଭ କରାଇ ଶେଷରେ ପୋଲିସ ଟିମ୍ ଅଭିଯୁକ୍ତଙ୍କୁ ଧରିବାରେ ସକ୍ଷମ ହେଲେ। ତାଙ୍କ ଠାରୁ ନଗଦ ୧୨ଲକ୍ଷ ୮୮ହଜାର ଟଙ୍କା ଓ ଅଭିଯୁକ୍ତ ବ୍ୟବହାର କରିଥିବା ସ୍କର୍ପିଓ ଗାଡି ଓଆର୍୦୨ ବିଡବ୍ଲ୍ୟୁ ୧୦୦୦ ଓ ଏକ ଜାଲ ନମ୍ବର ପ୍ଲେଟ ଓ ୨ଗୋଟି ମୋବାଇଲ ଫୋନ ଜବତ କରିବାରେ ସକ୍ଷମ ହୋଇଛନ୍ତି। ଏ ଘଟଣାରେ ସଂପୃକ୍ତ ଥିବା ଅନ୍ୟମାନଙ୍କୁ ଗିରଫ କରିବାପାଇଁ ତଲାସୀ ଅଭିଯାନ ଚାଲିଥିବା ଏସପି ସୋନପୁର ଥାନାରେ ହୋଇଥିବା ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଥିଲେ। ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ରାଜକିଶୋର ମିଶ୍ର, ଥାନା ଅଧିକାରୀ ପଦ୍ମାସିନୀ ମେହେର ପ୍ରମୁଖ ଉପସ୍ଥିତ ଥିଲେ। ବାରମ୍ବାର ଡ଼ିକି ରୁ ଟଙ୍କା ଲୁଟ, ସାଇବାର କ୍ରାଇମ, ନୁଆଁ କୌଶଳ ରେ ଲୋକେ ଠକାମୀର ଶିକାର ଲୁଣ୍ଠନ ଶୋଷଣ ହେବାର ଖବର ସୋସିଆଲ ମିଡ଼ିଆରେ ଦେଖି ଜାଣି ଶୁଣି ତଥାପି ଲୋକେ ଏଭଳି ବୋକାମୀର ଶିକାର ହେଉଥିବା ଘଟଣାକୁ ବୁଦ୍ଧିଜୀବୀ ଆଶ୍ଚର୍ଯ୍ୟ ହୋଇଛନ୍ତି l

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.