୫ଟି ମହିଳା ଅନୁଷ୍ଠାନ ପାଳିଲେ ବନ୍ଧୁତ୍ୱ ଦିବସ

ଓଡ଼ିଆ ବାର୍ତ୍ତା/ ରାୟଗଡା (ଶିବ ନାରାୟଣ ଗୈାଡ): ରାୟଗଡା ସହରର କୃଷ୍ଣ ଚନ୍ଦ୍ର ବକ୍ସିପାତ୍ର ନଗର ଭବନ ଠାରେ ସହରର ପାଞ୍ଚ ଗୋଟି ପ୍ରମୂଖ ମହିଳା ଅନୁଷ୍ଠାନ ତରଫରୁ ବନ୍ଧୁତ୍ବ ଦିବସ ପାଳନ କରାଯାଇଛି । ରାୟଗଡା ସହରର ସଂସ୍କୃତି ମହିଳା ଅନୁଷ୍ଠାନ ସଭାନେତ୍ରୀ ଶ୍ରୀମତି ସୁଜାତା ପାଳଙ୍କ ନେତୃତ୍ବରେ ଆୟୋଜିତ ଏହି କର୍ଯ୍ୟକ୍ରମରେ ଲେଡିଜ ୱାକର୍ସ କ୍ଲବ, ମନିଦୀପା ଗ୍ରୁପ, ଝଞ୍ଜାବତୀ ଲେଡିଜ କ୍ଲବ ଓ ସାଇପ୍ରୀୟା ଲେଡିଜ ୱାକର୍ସ କ୍ଳବ ଯୋଗ ଦେଇଥିଲେ । ସମସ୍ତ ଅନୁଷ୍ଠାନର ପାଖାପାଖି ଦୁଇ ଶହ ମହିଳା ସଦସ୍ୟା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ବନ୍ଧୁତ୍ହ ଦିବସକୁ ନେଇ କେକ କଟାଯାଇଥିଲା । ସଂସ୍କୃତି ଅନୁଷ୍ଠାନ ତରଫରୁ ଉପସ୍ଥିତ ସମସ୍ତ ସଦସ୍ୟାଙ୍କୁ ଉପହାର ପ୍ରଦାନ କରାଯାଇଥିଲା । ସମସ୍ତ ମହିଳା ଏହି ଦିବସକୁ ପରସ୍ପର ଭିତରେ ସ୍ନେହ, ଶ୍ରଦ୍ଧା ର ସହିତ ସମ୍ପର୍କର ଡୋରୀରେ ବାନ୍ଧି ହୋଇ ରହିବ ନେଇ ଶପଥ ନେଇଥିଲେ । ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ ହେବା ସହିତ ନାଚ ନାଚି ଗୀତ ଗାଇ ଆନନ୍ଦର ସହିତ ଏହି ଦିବସର ମଜା ନେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ସଂସ୍କୃତି ମହିଳା ଅନୁଷ୍ଠାନର ସମ୍ପାଦିକା ସରସ୍ବତୀ ସାହୁ, କୋଷାଧ୍ୟକ୍ଷା ଶ୍ରମିତା ପାଢୀ, ବରିଷ୍ଠ ଆଇନଜୀବି ପଦ୍ମାଳୟା ମିଶ୍ର, ଲକ୍ଷ୍ମୀଦେଓ ପ୍ରମୂଖ ଯୋଗ ଦେଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.